ସୁଧୀର ପ୍ରଧାନଙ୍କ ହତ୍ୟାକାରୀଙ୍କୁ ଗିରଫକରି କୋର୍ଟ ଚାଲାଣ କଲା ଟିକାବାଲି ପୋଲିସ —————–
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଟିକାବାଲି ଥାନାର ବପଲମେଣ୍ଡିର-ଏଲ, ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅଡିମାରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଥିବା ଦେଖିବାକୁ ମିଳିଛି I ସୂଚନାରୁ ଜଣାପଡିଛି ଯେ ଗତ ତା-୦୯/୦୫/୨୦୨୬ ରିଖ ଦିନ ସୁଧୀର ପ୍ରଧାନ(୫୮)ଙ୍କୁ ନିଜ ଭାଇ ଶ୍ରୀମୁଖୀ ପ୍ରଧାନ(୩୫)ଏବଂ ପୁତୁରା ନରେଶ ପ୍ରଧାନ(୩୦) ମଦ୍ୟପାନ କରି ଏକ ଆଜବେଷ୍ଟକୁ କେନ୍ଦ୍ର କରି ପାରିବାରିକ କଲହରୁ ଏକ କାଠରେ ଆକ୍ରମଣ କରିଥିଲେ, ଯାହାରୀ ଫଳରେ ସୁଧୀର ଗୁରୁତ୍ତର ଅସୁସ୍ଥ ହୋଇଥିଲେ I ସୁଧୀରଙ୍କ ସ୍ତ୍ରୀ ତାଙ୍କ ସ୍ୱାମୀ ସୁଧୀରକୁ ଟିକାବାଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଇ ଘରକୁ ଫେରାଇ ନେଇଥିଲେ I ଆଜି ତା-୧୩/୦୫/୨୦୨୬ ରିଖ ଦିନ ସେ ପୁଣି ଗୁରୁତ୍ୱର ହେବାରୁ ଖଜୁରୀପଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତ୍ତି କରିଥିଲେ I ସେଠାରେ ସୁଧୀର ର ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତ୍ୱର ହେବାରୁ ଡାକ୍ତର ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଇଥିଲେ I ସୁଧୀରର ସ୍ତ୍ରୀ କିଛି ଟଙ୍କା ପଇସା ଯୋଗାଡ଼ କରିବା ଉଦେଶ୍ୟରେ ନିଜ ଗ୍ରାମ ବପଲମେଣ୍ଡି-ଏଲ ର ଅଡିମାରୀ ଦେଇ ଫୁଲବାଣୀ ମୁଖ୍ୟ ଚିକିତ୍ସାଲୟ କୁ ନେଇଯାଉଥିବା ସମୟରେ ବାଉସୁଣୀ ନାଳ ନିକଟରେ ତାଙ୍କର ମୃତ୍ୟୁ ହୋଇଥିଲା I ଏନେଇ ମୃତ ସୁଧୀର ସ୍ତ୍ରୀ ଦୁଲାନା ପ୍ରଧାନ ଟିକାବାଲି ଥାନାରେ ତାଙ୍କ ସ୍ୱାମୀକୁ ଆକ୍ରମଣ ବିଷୟ ଲିଖିତ ଅଭିଯୋଗ କରିଥିଲେ I ଟିକାବାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ, ଏକ ମାମଲା ୧୦୪/୨୬ ରେ ରେଜିଷ୍ଟ କରି ମୃତ ଦେହକୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇଥିଲେ I ନିୟୁଜ ଲେଖିବା ପର୍ଯ୍ୟନ୍ତ ଶବ ବ୍ୟବଛେଦ ହୋଇନଥିବା ଏବଂ ଏପର୍ଯ୍ୟନ୍ତ ଅଭିଯୁକ୍ତ ମାନଙ୍କୁ ଥାନାରେ ଅଟକ ରଖିନଥିବା ଏଥି ସହ ଏମାମଲାର ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ସମିର କୁମାର ବେହେରା ସୂଚନା ଦେଇଛନ୍ତି I
