ବରଗଡ଼ ଲୋକସଭା କ୍ଷେତ୍ରର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ କୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ଦୀର୍ଘ ସମୟ ଧରି ଆଲୋଚନା ।

ବରଗଡ,୧୧।୫( ଭବାନୀ ଶଙ୍କର ପାଢ଼ୀ) ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ବରଗଡ଼ ଲୋକସଭା ସଦସ୍ୟ ଶ୍ରୀ ପ୍ରଦୀପ ପୁରୋହିତ ଭୁବନେଶ୍ଵର ସ୍ଥିତ ତାଙ୍କ ବାସ ଭବନରେ ଆଜି ସାକ୍ଷାତ କରି ବରଗଡ଼ ସାଂସଦୀୟ କ୍ଷେତ୍ର ର ବହୁ ସମସ୍ୟା ଓ ପ୍ରସଙ୍ଗ ଉପରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ବିଶେଷ ଭାବରେ ବରଗଡ଼ – ନୁଆଁପଡ଼ା ରେଲୱେ ଲାଇନ୍ ପାଇଁ ଜମି ଅଧିଗ୍ରହଣ ଓ କାର୍ଯ୍ୟ ତ୍ଵରାନ୍ନିତ କରିବା,ବରଗଡ଼ କେନ୍ସସର ହସ୍ପିଟାଲ ତୁରନ୍ତ ସଚଳ କରିବା,ଝାରସୁଗୁଡ଼ା ଜିଲ୍ଲାରେ ପ୍ରତିଷ୍ଠିତ ସମସ୍ତ ଶିଳ୍ପାନୁଷ୍ଠାନ ରେ ସ୍ଥାନିୟ ଯୁବକ ଯୁବତୀ ମାନଙ୍କୁ ଅଗ୍ରଧିକାର ଭିତ୍ତିରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ରାଜ୍ୟର ଅନ୍ୟାନ୍ୟ ସ୍ଥାନ ପରି ବରଗଡ଼ ଚିନି କାରଖାନା କୁ ପୁନଃ ଉଦ୍ଧାର କରିବା , ନୃସିଂହନାଥ – ହରିଶଙ୍କର ମଧ୍ୟରେ ରୋପ ୱେ ନିର୍ମାଣ କରିବା,ଧାନ ସଂଗ୍ରହ ନୀତି,କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ସମସ୍ୟା ଆଦି ପ୍ରସଙ୍ଗରେ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ଓ ସାସଂଦଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ହେବାକୁ ଥିବା ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ଉପରେ ମଧ୍ୟ ବରଗଡ଼ ଲୋକସଭା କ୍ଷେତ୍ର ର ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ସମୀକ୍ଷା ମଧ୍ୟ କରିଥିଲେ ।