ରାୟଗଡା ସହରରେ ଗୁଳିକାଣ୍ଡ, ଯୁବକଙ୍କୁ ହତ୍ୟା ଯୁବକ ର ଶବ ଧରି ଥାନା ସମୁଖ ଦେଇ ଶବ ଶୋଭାଯାତ୍ରା

ରାୟଗଡା ସହରରେ ଗୁଳିକାଣ୍ଡ, ଯୁବକଙ୍କୁ ହତ୍ୟା ଯୁବକ ର ଶବ ଧରି ଥାନା ସମୁଖ ଦେଇ ଶବ ଶୋଭାଯାତ୍ରା

ରାୟଗଡା ସହରରେ ଗୁଳିକାଣ୍ଡ, ଯୁବକଙ୍କୁ ହତ୍ୟା ଯୁବକ ର ଶବ ଧରି ଥାନା ସମୁଖ ଦେଇ ଶବ ଶୋଭାଯାତ୍ରା

ରାୟଗଡ ( info media) ରାୟଗଡା ସହର ଇନ୍ଦିରା ନଗର ୩ୟ ଲାଇନରେ କିଛି ଅଜଣା ଦୁର୍ବୁତ୍ତ ଗୁଳିକାଣ୍ଡ କରି ଜଣେ ଯୁବକଙ୍କୁ ଅପହରଣ ପରେ ହତ୍ୟା କରିଥିଲେ ନିଖିଳ ନାମକ ଏକ ଯୁବକ କୁ । ରାୟଗଡା ତୁମ୍ବିଗୁଡ଼ା ନଦୀ କୂଳରେ ଯୁବକ ର ମୃତ ଅବସ୍ତାରେ ମିଳିବା ପରେ ଟାଉନ ଥାନା ପୁଲିସ ସୂଚନା ପାଇ ତଦନ୍ତ ଆରମ୍ଭ କରିଛି । ଶବ ଜବତ ଓ ଶବ ବ୍ୟବଛେଦ ପରେ ପରିବାର ବର୍ଗ କୁ ହସ୍ତାନ୍ତର କରାଯାଇଥିଲା l ମୃତ ନିଖିଳ ର ଶବ କୁ ରେଲିସାହି ବାସୀ ଏକ ବିରାଟ ପଟୁଆର ରେ ଆତସବାଜି କରି ବାଣ ଫୁଟାଇ ରାୟଗଡ ଥାନା ସମୁଖ ଦେଇ ଶବ କୁ ଶୋଭାଯାତ୍ରା ରେ ଅନ୍ତିମ ସଂସ୍କାର ନିମନ୍ତେ ନେଇଥିଲେ l ଥାନା ସମୁଖ ନେଇ ଶବ ଯାତ୍ରା କାରି ଓ ପୋଲିସ ମଧ୍ୟ୍ୟ ରେ କିଛି ସମୟ ପାଇଁ ଯୁକ୍ତିତର୍କ ହୋଇଥିଲା ପରେ ଶବ କୁ ଥାନା ସମୁଖ ଦେଇ ଶୋଭାଯାତ୍ରା କରିଥିଲେ l ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ଛା‌ୟା ଖେଳିଯାଇଛି । ଚାପା ଉତ୍ତେଜନା ଲାଗି ରହିଛି। ରାୟଗଡ ଏସ ପି ଏସ ସ୍ୱାତୀ କୁମାର, ଏସ୍ଡ଼ିପିଓ ଗୌର ହାରି ସାହୁ, ଘଟଣା ର ତଦନ୍ତ ଜାରିରଖିଛନ୍ତି l ସହର ରେ ଶାନ୍ତିଶୃଙ୍ଖଳା ନିମନ୍ତେ ଥାନା ଅଂଚଳ ରେ ବ୍ୟାପକ ପୋଲିସ ମୁତୟନ ରହିଛନ୍ତି l ହତ୍ୟାକାରୀ ଙ୍କୁ ଧରିବା ନିମନ୍ତେ ପୋଲିସ ତାହାର ଜାଲବିଛାଇ ତଦନ୍ତ ଜାରିରଖିଛି ଖୁବ ସମୟ ମଧ୍ୟ୍ୟ ରେ ହତ୍ୟାକାରୀ ଙ୍କୁ ଧରିବା ରେ ପୋଲିସ ସଫଳ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ