ବିଜୁ ଜନତା ଦଳ ର ସାଙ୍ଗଠନିକ କର୍ମୀ ସନ୍ମିଳନୀ ଅନୁଷ୍ଠିତ ….
କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ଗଞ୍ଜୁଗୁଡା ପଞ୍ଚାୟତ ପକନାଗାଁ ଆମ୍ବ ତୋଟା ଠାରେ ବିଜୁ ଜନତା ଦଳ ର କର୍ମୀ ସନ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଫୁଲବାଣୀ ବ୍ଳକ ସଭାପତି ବାଳକୃଷ୍ଣ ସାହୁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ତଥା କନ୍ଧମାଳ ବିଜେଡି ସଭାପତି ଶ୍ରୀ ପଦ୍ମନାଭ ବେହେରା ଯୋଗଦାନ କରିଥିଲେ।ସମ୍ମାନିତ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିସ୍ତୁପ୍ରିୟା ବେହେରା, ପୂର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସରୋଜ କର୍ଣ୍ଣ, ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ବେହେରା, ଫୁଲବାଣୀ ବ୍ଳକ ଚେୟାରମେନ ସସ୍ମିତା କହଁର ,ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କହଁର,ପୂର୍ବତନ ବ୍ଲକ ଅଧ୍ୟକ୍ଷା ଭଜମନ ପ୍ରଧାନ ଓ ଚକ୍ରଧର କହଁର ଯୋଗଦେଇଥିଲେ। ଏଥିରେ କିଭଳି ବିଜେଡି ଦଳ କୁ ମଜଭୁତ ସଙ୍ଗଠନ କରିବା ଓ ଆଗକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବା ତାହାରି ଉପରେ ଆଲୋକପାତ କରାଯାଇଥିଲା।ଏଥିରେ କାର୍ଯ୍ୟକାରୀ ସଭାପତି ପିତାମ୍ବର ମଲ୍ଲିକ, ଉପସଭାପତି ଶ୍ରୀ ଲୋଚନ ମଲ୍ଲିକ, କପିଳ ଅମାତ୍ୟ, ବିଶ୍ଵାମିତ୍ର ମଲ୍ଲିକ, ସେକ୍ରେଟାରୀ ମହାଦେବ ଡିଗାଲ, ସୁରେନ୍ଦ୍ର କହଁର,ମହିଳା ବିଜୁ ଜନତା ଦଳ ର ସଭାପତି କଳ୍ପନା ଭୋଇ,ବିଜୁ ଜନତା ଦଳ ଯୁବ ସଭାପତି ପ୍ରଭାକର ପ୍ରଧାନ,ବିଜୁ ଜନତା ଦଳ ଛାତ୍ର ସଭାପତି ବିରାଜ ବେହେରା ସମେତ ଫୁଲବାଣୀ ବ୍ଳକ ର ପଞ୍ଚାୟତ ସଭାପତି ତଥା ଶତାଧିକ ମହିଳା ଓ ପୁରୁଷ କର୍ମୀ ମାନେ ଯୋଗ ଦେଇଥିଲେ।
