ଟିକାବାଲି ମହାବିଦ୍ୟାଳୟ ର ପ୍ରିୟ ଅଧ୍ୟକ୍ଷଙ୍କୁ କୋହଭରା ବିଦାୟ ସମ୍ବର୍ଦ୍ଧନା…

ଟିକାବାଲି ମହାବିଦ୍ୟାଳୟ ର ପ୍ରିୟ ଅଧ୍ୟକ୍ଷଙ୍କୁ କୋହଭରା ବିଦାୟ ସମ୍ବର୍ଦ୍ଧନା...

ଟିକାବାଲି ମହାବିଦ୍ୟାଳୟ ର ପ୍ରିୟ ଅଧ୍ୟକ୍ଷଙ୍କୁ କୋହଭରା ବିଦାୟ ସମ୍ବର୍ଦ୍ଧନା…

କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ୍. ସି. ଏସ୍‌ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କୁ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଏବଂ ମହାବିଦ୍ୟାଳୟର +୨ ଠାରୁ ସ୍ନାତକୋତ୍ତର ସବୁ ବିଭାଗର ଛାତ୍ର ଛାତ୍ରୀ ଆଖିରୁ ଝରିଯାଉଥିବା ଲୁହ ଭିତରେ ଅଧ୍ୟକ୍ଷଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି l ସାରଙ୍କ ପାଠ ପଢ଼େଇଵା ଚାତୁରୀ, ବକ୍ତବ୍ୟରେ ଶବ୍ଦ ସଂଯୋଜନା, ‘ଛାତ୍ର ଛାତ୍ରୀଙ୍କ ପ୍ରତି ସ୍ନେହସିକ୍ତ ହୃଦୟ, ଜଣେ , ଉତ୍ତମ ଶିକ୍ଷକ ଓ ଦରଦୀ ମଣିଷଟେ ମିଳିବ ନାହିଁ ବୋଲି ବକ୍ତବ୍ୟ ରଖିଥିଲେ । କିଛି ଛାତ୍ରୀ କହିଲେ ମୋ ବାପାଙ୍କୁ ପିଲାବେଳୁ ହରେଇଛି, କିନ୍ତୁ ବାପାଙ୍କ ସ୍ନେହ, ସହାନୁଭୂତି ମହାନ୍ତି ସାରଙ୍କଠୁ ପାଇଛୁ ଯାହା ଆମ ହୃଦୟ ପଠାରେ ସାଇତା ହୋଇ ରହିବ। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗର ଅଧ୍ୟାପିକା ନିବେଦିତା ଭୋଇ ଅଧ୍ୟକ୍ଷଙ୍କ ଜୀବନ କାହାଣୀକୁ ଏବଂ ନାଟକୀୟ ଭାବରେ ପାଠ ପଢେଇବାଶୈଳୀକୁ କେବେ ଭୁଲି ପାରିବୁନାହିଁ ବୋଲି ମତ ଦେଇଥିଲେ । ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଚମ୍ପା ସୋରେନ ଅଧ୍ୟକ୍ଷଙ୍କ ପାଇଁ ବିଭାଗର ଗରିମାକୁ ଅକ୍ଷୁର୍ଣ୍ଣ ରଖିବାକୁ ଚେଷ୍ଟା କରିବୁ ବୋଲି କହି ମନ୍ତବ୍ୟ ରଖିଥିଲେ। ବିଭାଗର ଅଧ୍ୟାପକ ରିଲୁ ପ୍ରଧାନ, ଅଜୟ କୁମାର ଗଣ୍ଡା, ଭଞ୍ଜ କିଶୋର ସାହୁ ଅଧ୍ୟକ୍ଷଙ୍କ କାର୍ଯ୍ୟଶୈଳୀ ଓ ଶିକ୍ଷାଦାନ ବିଷୟରେ ବିଷଦ ବକ୍ତବ୍ୟ ରଖିଥିଲେ। ଅଧ୍ୟାପକ ବିରୂପାକ୍ଷ ତ୍ରିପାଠୀ, କବି ମନୋଜ ଭୋଇ, ଶଙ୍କର ପାଢ଼ୀ, ଅଭୟ ପ୍ରଧାନ,ଅଧ୍ୟାପିକା ସଂଘମିତ୍ରା ଦାସ ମଞ୍ଚାସିନ ଥିଲେ। ଶେଷରେ ଛାତ୍ର ଛାତ୍ରୀ ଅଧ୍ୟକ୍ଷଙ୍କୁ ଉପଢୌକନ,ଫୁଲ ତୋଡ଼ା ଏବଂ କିଛି ସ୍ମୃତି ସନ୍ତକ ଦେଇ ସମ୍ବର୍ଦ୍ଧିତ କରିଥିଲେ।