ଟିକାବାଲି କଲେଜର ଅଧ୍ୟକ୍ଷ ଦିନବନ୍ଧୁ ମହାନ୍ତିଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ.

ଟିକାବାଲି କଲେଜର ଅଧ୍ୟକ୍ଷ ଦିନବନ୍ଧୁ ମହାନ୍ତିଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ.

ଟିକାବାଲି କଲେଜର ଅଧ୍ୟକ୍ଷ ଦିନବନ୍ଧୁ ମହାନ୍ତିଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ.

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ)କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ନିକଟସ୍ଥ ପୁରୁଣା ବସ୍ ଷ୍ଟାଣ୍ଡ ମା ଭୌରବି କଲ୍ୟାଣୀ ମଣ୍ଡପ ଠାରେ ମଣିଷ ତିଆରି କାରଖାନା, ଟିକାବାଲି ମହାବିଦ୍ୟାଳୟ ର ଲୋକ ପ୍ରିୟ, ଛାତ୍ର ଛାତ୍ରୀଙ୍କ ପ୍ରିୟ ଅଧ୍ୟକ୍ଷ ଶ୍ରୀ ଦୀନବନ୍ଧୁ ମହାନ୍ତିଙ୍କ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି l ଏହି ବିଦାୟ ସମ୍ବର୍ଦ୍ଧନା ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଙ୍କୁ ଆକର୍ଷିତ ତଥା ବହୁ ଦୂରଦୂରାନ୍ତ ରୁ ଆସିଥିବା ସାଙ୍ଗ ସାଥୀ, ତଥା ଶଙ୍କରାଖୋଲ କଲେଜର ଅଧ୍ୟକ୍ଷ, ଲାଇନପଡ଼ା କଲେଜର ଅଧ୍ୟକ୍ଷ, କୋରାପୁଟ ମହାବିଦ୍ୟାଳୟର ଅଧ୍ୟକ୍ଷ ବନ୍ଧୁ ଯୋଗ ଦେଇ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ l ସେହିପରି ଟିକାବାଲି ବ୍ଲକ ର କୋଣ ଅନୁକୋଣରେ ଥିବା ପ୍ରତ୍ୟେକ ପ୍ରିୟ ଛାତ୍ର ଛାତ୍ରୀ, ସାମ୍ୱାଦିକ ସଂଘ ଟିକାବାଲି ର କର୍ମକର୍ତ୍ତା,ଯୁବସାମ୍ୱାଦିକ,ପ୍ରିଣ୍ଟ ମିଡିଆ , ଇଲେକ୍ଟ୍ରନିକ ମିଡିଆ ଭାଇ ମାନେ ଟିକାବାଲି ବ୍ଲକ ତଥା କନ୍ଧମାଳ ଓଡିଶା ର ସର୍ବଶ୍ରେଷ୍ଠ ଏକାଧିକ ଭାବରେ ଜଣେ ସାହିତ୍ୟକ,ଶିକ୍ଷକ, କଳାକାର , ମାର୍ଗ ଦର୍ଶକ ସରଳ,ନମ୍ବ୍ର,ମିଷ୍ଟ ଭାଷୀ, ମେଲାପି, ସୁଖ ଦୁଃଖ ର ସାଥୀ ଏହିପରି ଏକ ଅଧ୍ୟକ୍ଷ, ଗୁରୁ ମହାବିଦ୍ୟାଲୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୀନବନ୍ଧୁ ମହାନ୍ତି ଙ୍କୁ କହ ଭରା ହୃଦୟରେ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ l ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଏକ ନାମ ନୁହେଁ ସେହି ନାମରେ ଅନେକ ମହତ୍ତ୍ଵ ଐତିହାସିକ ବିଷବସ୍ତୁ ଲୁଚରହିଥିବା ଶିକ୍ଷା ଓ ମାର୍ଗ ଦର୍ଶକ ର ଗନ୍ତାଘର l ବାସ୍ତବ ଜୀବନରେ ଟିକାବାଲି ମହାବିଦ୍ୟାଳୟ ର ଏକ ଅଂଶ ତାହାର ନାମ ଦୀନବନ୍ଧୁ l ଅଧ୍ୟକ୍ଷ ହେଲେବି ମହାବିଦ୍ୟାଳୟ ପ୍ରତି,ସମାଜ ପ୍ରତି, ଛାତ୍ର ଛାତ୍ରୀ ଙ୍କ ପ୍ରତି ତାଙ୍କର ଅବଦାନ ଅତୁନୀୟ ରହିଛି ଯାହାକି ତାଙ୍କ ବିନା ଅଧୁରା ଅଟେ l ଏହି ବିଦାୟ ସମ୍ବର୍ଦ୍ଧନା ଉତ୍ସବ ରେ ଉପସ୍ଥିତ ଥିବା ପ୍ରତ୍ୟେକ ଲୋକଙ୍କ ସାମ୍ନରେ ନିଜର ଦିର୍ଘ ୬୦ ବର୍ଷର ଅନୁଭୂତି କୁ ଜଣାଇଥିଲେ l ସମସ୍ତଙ୍କ ହୃଦୟ ରେ ମହାନ୍ତି ସାରଙ୍କ ପାଠ ପଢିବା, ଶିକ୍ଷା ଭଲ ପାଇବା କୁ ଅଧ୍ୟାପକ ଅଧ୍ୟାପିକା, ଛାତ୍ର ଛାତ୍ରୀ,ଜନସାଧାରଣ ଅନୁଧ୍ୟାନ କରିଥିଲେ l ଅଧ୍ୟକ୍ଷ ଶ୍ରୀ ଦୀନବନ୍ଧୁ ମହାନ୍ତି ଙ୍କୁ କଳାକାର ମହାସଂଘ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା କରାଯାଇଥିଲା l

ଏହି ବିଦାୟ ସମ୍ବର୍ଦ୍ଧନା ମଞ୍ଚ କୁ ଦୀନକୃଷ୍ଣ ମହାପାତ୍ର ଅତି ସୁନ୍ଧର ଭାବରେ ପରିଚାଳନା କରିଥିଲେ l ଶେଷରେ ଖାଦ୍ୟ ଭଜନ ସାରି କଲ୍ୟାଣୀ ମଣ୍ଡପ ଠାରୁ ବାହାରି ଡି ଆଇ ଇ ଟି ପର୍ଯ୍ୟନ୍ତ ସିଂଙ୍ଗ ବାଦ୍ୟ, ଡି ଜେ ସାଉଣ୍ଡ ରେ ନାଚ ଗୀତରେ ଟିକାବାଲି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ମହାନ୍ତି ସାର ଙ୍କୁ ଅବସରକାଳୀନ ବିଦାୟ ଦିଆଯାଇଥିଲା l