ବାଲ୍ୟ ବିବାହ ବନ୍ଦ କଲା ପ୍ରଶାସନ ।

ବାଲ୍ୟ ବିବାହ ବନ୍ଦ କଲା ପ୍ରଶାସନ ।

ବାଲ୍ୟ ବିବାହ ବନ୍ଦ କଲା ପ୍ରଶାସନ ।

ଗଜପତି,୨୮.୪(ମନୋଜ ପାଢ଼ୀ):- ବାଲ୍ୟ ବିବାହ ଏକ ଆଇନଗତ ଅପରାଧ , ବାଲ୍ୟ ବିଭା ଭଳି କୁଶ୍ଚିତ ପ୍ରଥାକୁ ଦୂର କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି ଏବଂ ବାଲ୍ୟ ବିବାହ ନିଷେଧ ଆଇନ୍, ୨୦୦୬ ଅନୁଯାୟୀ ଯଦି କୌଣସି ଝିଅର ବୟସ ୧୮ ବର୍ଷରୁ କମ୍ ଏବଂ ପୁଅର ବୟସ ୨୧ ବର୍ଷରୁ କମ୍ ହୋଇଥାଏ, ତେବେ ସେମାନଙ୍କର ବିବାହକୁ ବାଲ୍ୟ ବିବାହ ଭାବେ ଗଣାଯାଏ । ଏଥିପାଇଁ କଠୋର ଦଣ୍ଡବିଧାନ ମଧ୍ୟ ରହିଛି । ବାଲ୍ୟ ବିବାହ କରାଉଥିବା ବ୍ୟକ୍ତି, ସହାୟତା କରୁଥିବା ପରିବାର ସଦସ୍ୟ, ଏବଂ ବିବାହ ସମ୍ପନ୍ନ କରୁଥିବା ପୁରୋହିତ କିମ୍ବା କାଜିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ପ୍ରଶାସନ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବାରମ୍ବାର ସଚେତନ କରିବା ସ୍ଵତେ ଏହି ବିଷୟରେ ଅବଗତ ଥାଇ ମଧ୍ୟ ଗୋଟିଏ ପରେ ଏଭଳି ଘଟଣା ନଜରକୁ ଆସୁଛି । ଗାରାବନ୍ଧ ଅଞ୍ଚଳରେ ଏଭଳି ଏକ ବାଲ୍ୟ ବିବାହକୁ ବନ୍ଦ କରିଛି ପ୍ରଶାସନ । ଗଜପତି ଜିଲ୍ଲା ଗୋଷାଣି ବ୍ଲକର ଗାରାବନ୍ଧ ଗ୍ରାମରେ ଏକ ବାଲ୍ୟ ବିବାହ ହେବାକୁ ଯାଉଥିବା ,ନେଇ ଚାଇଲ୍ଡ ହେଲ୍ପ ଲାଇନର ପ୍ରକଳ୍ପ ସଂଯୋଜିକା ବୈଶାଳୀ ପଟ୍ଟନାୟକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତତକ୍ଷଣାତ ଚାଇଲ୍ଡ ହେଲ୍ପ ଲାଇନର ପ୍ରକଳ୍ପ ସଂଯୋଜିକା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାଇଥିଲେ ଏବଂ ଏହାପରେ ସଙ୍ଗେ ସଙ୍ଗେ ଏକ ଦଳ ଗଠନ କରାଯାଇ, ଯେଉଁଥିରେ ଗୋଷାଣି ବ୍ଲକର ଆସିଡିଏସର ସୁପରଭାଜର, ଡିସିପିୟୁ ର ପରାମର୍ଶଦାତା ,ଚାଇଲ୍ଡ ହେଲ୍ପ ଲାଇନର ସୁପରଭାଇଜର, ସଖୀ କେନ୍ଦ୍ରର ସଦସ୍ୟା, ସ୍ଵେଛାସେବି ଅନୁଷ୍ଠାନ ଆଭାର ସଦସ୍ୟା , ଗାରାବନ୍ଧ ଥାନା ଅଧିକାରୀ ମିଳିତ ଭାବରେ ଉକ୍ତ ଗ୍ରାମକୁ ଯାଇ ବାଲ୍ୟ ବିବାହ କରିବାକୁ ଥିବା ପରିବାରକୁ ବାଲ୍ୟ ବିବାହ ନିରୋଧ ଆଇନ ଓ ତାର ଦଣ୍ଡ ବିଧାନ ବିଷୟରେ ବୁଝାଇଥିଲେ ଏବଂ ଝିଅଟିର ବୟସ ୧୫ ବର୍ଷ ୫ ମାସ ହୋଇଥିବାରୁ ଝିଅକୁ ଉଦ୍ଧାର କରି ଶିଶୁ କଲ୍ୟାଣ ସମିତି ଗଜପତିଙ୍କ ଠାରେ ଉପସ୍ଥାପନା କରିଥିଲେ ଏବଂ ଶିଶୁ କଲ୍ୟାଣ ସମିତିର ଆଦେଶକ୍ରମେ ଶିଶୁଟିକୁ ଅଧିକ ପରାମର୍ଶସେବା ଯୋଗାଇ ଦେବା ନିମନ୍ତେ ସକ୍ଷୀ ୱାନ ସ୍ଟପ ସେଣ୍ଟରକୁ ପଠାଯାଇଥିଲା । ଶିଶୁଟିର ଉଜ୍ଵଳ ଭବିଷ୍ୟତ ନିମନ୍ତେ ପରିବାରର ସଦସ୍ୟ ଆଗାମୀ ଦିନରେ ଶିଶୁକୁ ପାଠ ପଢାଇବେ ଏବଂ ବୟସ ନହେବା ପର୍ଯ୍ୟନ୍ତ ଶିଶୁର ବିବାହ କରିବେ ନାହିଁ ବୋଲି ଲିଖିତ ଭାବେ ପ୍ରତିଶୃତି ଦେଇଥିବା ବେଳେ , ପୁଣି ଆଗାମୀ ଦିନରେ ଶିଶୁଟିର ଭବିଷ୍ୟତ ପାଇଁ ବାଲ୍ୟ ବିବାହ ନିଷେଧକାରିଣୀ ଅଧିକାରିଣୀ ଝିଅଙ୍କୁ ପରାମର୍ଶ ଦେବା ସହ ଶିକ୍ଷାକୁ ସୁନିଶ୍ଚିତ କରିବେ ବୋଲି ଜଣାପଢ଼ିଛି ।