ନୁଆଗଡରେ ଜାତୀୟ ପଞ୍ଚାୟତରାଜ ଦିବସ ଅନୁଷ୍ଠିତ ।
ଆର,ଉଦୟଗିରି(ମନୋଜ ପାଢ଼ୀ) ଗଜପତି ଜିଲ୍ଲା ନୁଆଗଡ ବ୍ଳକର ଖଜୁରୀପଦା ବାବା ସାହେବ ଆମ୍ବେଦକର କଲେଜ ପଡିଆରେ ଆଜ ସନ୍ଧ୍ୟାରେ ବ୍ଳକ ପ୍ରଶାସନ ପକ୍ଷରୁ ଜାତୀୟ ପଞ୍ଚାୟତରାଜ ଦିବସ ଏଥିରେ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ମାଳତୀ ପ୍ରଧାନ, ବିଡିଓ ଲୋକନାଥ ଶବର, ସରପଞ୍ଚ, ସମିତିସଭ୍ୟ/ ସଭ୍ୟା ଓ ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ । ଏଥିରେ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ତରଫରୁ ବିଭିନ୍ନ ଯୋଜନା ଏବଂ ବ୍ଳକସ୍ତରୀୟ କଣ ପଦକ୍ଷେପ ନିଆଯାଇଛି ଲୋକଙ୍କୁ ସଚେତନ କରାଯାଇଥିଲା । ପଞ୍ଚାୟତ ସ୍ତରୀୟ ଉତ୍ତମ କାର୍ଯ୍ୟ କରିଥିବା ପଞ୍ଚାୟତକୁ ପୁରସ୍କୃତ କରାଯାଇଥିଲା । ବ୍ଳକର ୧୯ ପଞ୍ଚାୟତ ମଧ୍ୟରୁ ଗ୍ରାମ୍ୟଗୃହ ନିର୍ମାଣ ବିଭାଗରେ ଉତ୍ତମ କାର୍ଯ୍ୟ କରି ଟାଙ୍ଗିଲି ପଞ୍ଚାୟତ ପ୍ରଥମ, ତାବରଡା ଦୁତୀୟ, କେରେଡାଙ୍ଗ ତୃତୀୟ ଏବଂ ମନରେଗା ଯୋଜନାରେ ତିତିସିଂ ପ୍ରଥମ, ତାବରଡା ଦୁତୀୟ ଓ ଅନୁଗୁରୁ ତୃତୀୟ ସେହିପରି ସିଏଫସି/ଏସଏଫସି କାର୍ଯ୍ୟରେ ପି ଅନ୍ତରଡା ପ୍ରଥମ, ଟାଙ୍ଗିଲି ଦ୍ବିତୀୟ, ଓ କେରେଡାଙ୍ଗ ପଞ୍ଚାୟତ ତୃତୀୟ ହୋଇ ପୁରସ୍କୃତ କରାଯାଇଥିଲା ।
ଏଥିସହ ଅନ୍ତ୍ୟିାେଦୟ ଗୃହ ଯୋଜନାର ୮୭ ନୂତନ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯିବା ସହ ୨୦ ଜଣ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଥିଲା ।
