ପ୍ରେସ ୟୁନିଅନ ର 10 ପ୍ରତିଷ୍ଠା ଦିବସ ପାଳିତ ମୂଲ୍ୟ ହୀନ ଓ ଶସ୍ତା ଖବର ପରିବେଷଣ ପାଇଁ ସାମ୍ବାଦିକ ସନ୍ଦେହ ଘେରରେ ଭଟ ମିଶ୍ର

ପ୍ରେସ ୟୁନିଅନ ର 10 ପ୍ରତିଷ୍ଠା ଦିବସ ପାଳିତ ମୂଲ୍ୟ ହୀନ ଓ ଶସ୍ତା ଖବର ପରିବେଷଣ ପାଇଁ ସାମ୍ବାଦିକ ସନ୍ଦେହ ଘେରରେ ଭଟ ମିଶ୍ର

ପ୍ରେସ ୟୁନିଅନ ର 10 ପ୍ରତିଷ୍ଠା ଦିବସ ପାଳିତ ମୂଲ୍ୟ ହୀନ ଓ ଶସ୍ତା ଖବର ପରିବେଷଣ ପାଇଁ ସାମ୍ବାଦିକ ସନ୍ଦେହ ଘେରରେ ଭଟ ମିଶ୍ର

ରାୟଗଡ (Info media )ରାୟଗଡ ଜିଲ୍ଲା ପ୍ରେସ ୟୁନିଅନ ତାହାର ଦଶମ ପ୍ରତିଷ୍ଠା ଦିବସ ପାଳନ କରିଛି । ସ୍ଥାନୀୟ ବିଜୁ ପଟନାୟକ ଅଡ଼ିଟରିଅମ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଅର୍ଗସ ଟିଭି ଚ୍ୟାନଲର ମୁଖ୍ୟ ସଂପାଦକ ଶିଶିର କୁମାର ଭଟମିଶ୍ର ଯୋଗଦାନ କରିଥିଲେ । ବର୍ତମାନ ଗଣମାଧ୍ୟମ ପ୍ରତିନିଧିଙ୍କ କ୍ଷେତ୍ରରେ କାର୍ଯ୍ୟ କରିବା ବିପଦ ସାଜିଛି । ବିଭିନ୍ନ ସାମାଜିକ ଗଣମାଧ୍ୟମର ମୂଲ୍ୟହୀନ ଖବର ପ୍ରସାର ଓ ପ୍ରତିଯୋଗିତାମୂଳକ ଖବର ପ୍ରସାରଣ ଯୋଗୁଁ ପ୍ରକୃତ ସାମ୍ବାଦିକଙ୍କ ବିଶ୍ୱସନୀୟତା ଉପରେ ସନ୍ଦେହ ଉପୁଜିଥିବା ନେଇ ମୁଖ୍ୟ ଅତିଥି ଶ୍ରୀ ଭଟମିଶ୍ର ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ପରାମର୍ଶ ସଦସ୍ୟ ସ୍ୱାମୀ ପରମାନନ୍ଦ ସରସ୍ୱତୀ । ଋଗ ବେଦର ଶ୍ଳୋକରୁ ନିଜର ପ୍ରାରମ୍ଭ ଭାଷଣ ପ୍ରଦାନ କରି ଲୋକତନ୍ତ୍ର ଭିତିହୀନ ଲୋକଙ୍କ ଦ୍ୱାରା ପରିଚାଳିତ ହେଉଥିବା ଯୋଗୁଁ ସମ୍ବିଧାନ ବିପଦରେ ଥିବା ପ୍ରକାଶ କରିଥିଲେ । ପ୍ରତ୍ୟକ୍ଷରେ ସମାଜକୁ ସଜାଡ଼ିବାକୁ ହେଲେ ଗଣମାଧ୍ୟମକୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପଡିବ ବୋଲି ନିଜ ଅଭିଭାଷଣରେ କହିଥିଲେ । ସମ୍ମାନିତ ଅତିଥି ଭାବେ ସାମ୍ବାଦିକା ସାରଦା ଲାହାଙ୍ଗୀର ଯୋଗଦେଇ ସାମ୍ବାଦିକ କ୍ଷେତ୍ରରେ ପ୍ରତିନିଧିଙ୍କ ଶାଶ୍ୱତ ଓ ପ୍ରତିବଦ୍ଧତା ବିଷୟରେ ଆଲୋକପାତ କରିଥିଲେ । ସାଧାରଣ ସମ୍ପାଦକ ଶିବାଜୀ ଦାଶ କହିଥିଲେ ୟୁନିଅନ ର ପ୍ରତ୍ୟକ ସଭ୍ୟ ପାଇଁ ସୁରକ୍ଷା ବ୍ୟବସ୍ତା ପାଇଁ ଚେଷ୍ଟା ଚାଲିଛି .ଅସହାୟ କ୍ଷେତ୍ର ରେ ସଭ୍ୟ ଙ୍କ ପଛରେ ପାଚେରୀ ଭାବେ ରହିଛି ୟୁନିଅନ .ଏବଂ ସଭ୍ୟଙ୍କ ବିଯୋଗରେ ଅସହାୟ ପରିବାରକୁ ଭତ୍ତା ବ୍ୟବସ୍ତା ଆମେ କରିଛୁ ଯାହାକି ସମଗ୍ର ଭାରତରେ ଉଦାହରଣ ସୃଷ୍ଟି ହୋଇଛି . ପ୍ରାରମ୍ଭିକ କାର୍ଯ୍ୟକ୍ରମରେ କଳାକାରମାନେ ସଂଗୀତ ଓ ନୃତ୍ୟ ପରିବେଷଣ କରଥିଲେ । ସଭାପତି ଅମୁଲ୍ୟ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଶିବାଜୀ ଦାଶ ବିବରଣୀ ପାଠ କରିଥିଲେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସଂଘ ତରଫରୁ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଜୟ କୁମାର ଚୌଧୁରୀ, ନିଷ୍ଠାବାନ ଶିକ୍ଷୟତ୍ରୀ ପାଇଁ ପ୍ରାଜ୍ଞଞ୍ଜଳି ରାଉତ , ସମାଜସେବୀ ପାଇଁ କାମେଶ୍ୱର ସାହୁ, ଚଳତି ବର୍ଷ ସିବିଏସସି ମ୍ୟାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ମାର୍କରଖି ଜିଲ୍ଲାରେ ଟପର ଥିବା ସୁଶ୍ରୀ ଶୁଭୋଶ୍ରୀ ଦାଶଙ୍କୁ ସମ୍ମାନୀତ କରାଯାଇଥିଲା । ସେହିପରି ନିଷ୍ଠା ବାନ ଅଧିକାରୀ ଭାବେ ଜିଲ୍ଲା ସୂଚନା ଲୋକ ସଂପର୍କ ବିଭାଗର ଉପ-ନିର୍ଦେଶକ ବସନ୍ତ କୁମାର ପ୍ରଧାନଙ୍କୁ ପ୍ରେସ ୟୁନିୟନ ତରଫରୁ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମଙ୍ଗଳ ସଂଘର ସଭାପତି ବିନୋଦ ଚନ୍ଦ୍ର ପଣ୍ଡା, ବରିଷ୍ଠ ନାଗରିକ ହସମୁଖ ହାକୁ ଭାଈ,ଶିକ୍ଷାବିତ୍ ଦୁଷ୍ମନ୍ତ ମହାନ୍ତି, ପ୍ରସନ୍ନ ଗନ୍ତାୟତ, ଏସଡିସି ଉପାଧ୍ୟକ୍ଷା ମଂଜୁଳା ମିଣିୟାକ, ସବ୍ୟସାଚୀ ସାହୁ , ଡ ଡିକେ ମହାନ୍ତି ,ବରିଷ୍ଠ ଆଇନଜୀବି ମଦନ ମୋହନ ପାଢୀ, ରିତେଶ ସାବତ ,ଲଜଗନାଥ ରାଇଗୁରୁ , ଅଦାନୀ ଗ୍ରୁପ ର ଶକ୍ତି ପାଣିଗ୍ରାହୀ ,ଉତ୍କଳ ଆଲୁମିନା ର ଅମଜଦ ଅଲ୍ଲୀ , ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ବରିଷ୍ଠ ନେତା ୟାଲ ଭେଙ୍କଟେଶ୍ୱର ରାଓ (କୋଣ୍ଡା ବାବୁ) ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସଂଘର ଉପଦେଷ୍ଟା ସୁରେଶ ଚନ୍ଦ୍ର ଦାଶ, ସନ୍ତୋଷ ପାଣିଗ୍ରାହି, ଅମୁଲ୍ୟ ନିଶଙ୍କ, ଧରଣୀଧର ପଟ୍ଟନାୟକ , ମୃତ୍ୟୁଜଂୟ ନନ୍ଦ, ସନ୍ତୋଷ ପାଢୀ,ଧରଣୀ ଧାର ପଟନାୟକ,ରଘୁନାଥ ସାମଲ ,ସୁରେଶ ନାୟକ ,ଏନକେଟେଶ୍ୱର ପାଢ଼ୀ , ଦେବୀ ପ୍ରସାଦ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଉଦଘୋଷିକା ବିଦିଶା ଶତପଥି ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ନିଳାଚଂଳ ମିଶ୍ର ।ରାୟଗଡ ରି ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ