ବିଜୁ ଜନତା ଦଳ ସି ଜୋନ ରାୟଗଡ ବ୍ଲକ ର କର୍ମୀ ସମ୍ମିଳନୀ ଅନୁଷ୍ଠିତ.

ବିଜୁ ଜନତା ଦଳ ସି ଜୋନ ରାୟଗଡ ବ୍ଲକ ର କର୍ମୀ ସମ୍ମିଳନୀ ଅନୁଷ୍ଠିତ.

ବିଜୁ ଜନତା ଦଳ ସି ଜୋନ ରାୟଗଡ ବ୍ଲକ ର କର୍ମୀ ସମ୍ମିଳନୀ ଅନୁଷ୍ଠିତ.

ରାୟଗଡ ( Info media )ଆଜି ବିଜୁ ଜନତା ଦଳ ରାୟଗଡା ପକ୍ଷରୁ ବଡ଼ ଚାନ୍ଦିଲି, ଜେ.କେ.ପୁର, ରାୟଗଡ଼ା ଠାରେ ରାୟଗଡ଼ା ବ୍ଲକ୍ ସି ଜୋନ କର୍ମୀ ସମ୍ମିଳନୀ ସଫଳ ଭାବେ ଅନୁଷ୍ଠିତ ହୋଇ ଯାଇଛି l ଏହି ଗୁରୁତ୍ୱପୂର୍ଣ୍ଣ ସଭାର ଆରମ୍ଭରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଳ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।ଏହାପରେ ‘ସି’ ଜୋନର ପାଞ୍ଚୋଟି ପଞ୍ଚାୟତରୁ ଆସିଥିବା ସମସ୍ତ ବିଜୁ ଓ ନବୀନ ପ୍ରେମୀ, ଦଳୀୟ ନେତା, କର୍ମୀ ଓ ସମର୍ଥକମାନଙ୍କୁ ସ୍ୱାଗତ ଜଣାଇ ସଭା ଆରମ୍ଭ ହୋଇଥିଲା। ସଭାରେ କ୍ଷେତ୍ରସ୍ତରରେ ବିଜୁ ଜନତା ଦଳର ସଂଗଠନକୁ କିପରି ଆହୁରି ସୁଦୃଢ଼ କରାଯିବ, କର୍ମୀମାନଙ୍କୁ କିପରି ସଶକ୍ତ କରାଯିବ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କୁ ବିଜୟୀ କରିବା ପାଇଁ କିପରି ସୁଦୃଢ଼ ରଣନୀତି ଗ୍ରହଣ କରାଯିବ, ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା।ଆଜିର ଏହି କର୍ମୀ ସମ୍ମିଳନୀ ଜିଲ୍ଲା ବିଜେଡି ସଭାପତି ଶ୍ରୀ ଯୁକ୍ତ ଜଗନ୍ନାଥ ସାରକା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସମ୍ମିଳନୀ ରେ ରାଜ୍ୟ ଉପସଭାପତି ଶ୍ରୀ ଯୁକ୍ତ ସୁଧୀର କୁମାର ଦାସ, ରାୟଗଡ଼ା ବିଧାୟକ ପ୍ରାର୍ଥୀନୀ ଶ୍ରୀମତୀ ଅନୁସୟା ମାଝୀ , ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମାରୀ ସରସ୍ୱତୀ ମାଝି, ବିଜୁ ମହିଳା ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ଶୁଭ୍ରା ପଣ୍ଡା, ଚାନ୍ଦିଲି ସରପଞ୍ଚ ଶ୍ରୀ ଯୁକ୍ତ ପେଦେଣ୍ଟୀ ରାମୁଲୁ, ଯୁବ ବିଜେଡିର ରାଜ୍ୟ ଉପସଭାପତି ଶ୍ରୀ ଯୁକ୍ତ ଦେବାଶିଷ ଖାଡ଼ଙ୍ଗା, ଯୁବ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଯୁକ୍ତ ବିନାୟକ ପୋଲାଈ , ଛାତ୍ର ବିଜେଡିର ଜିଲ୍ଲା ସଭାପତି ଶ୍ରୀ ଯୁକ୍ତ ଉଦୟ କୁମାର ହିମିରିକା ସହ ‘ସି’ ଜୋନର ସମସ୍ତ ପ୍ରତିନିଧି ଉପସ୍ଥିତ ରହିଥିଲେ। ଏହି ସମଗ୍ର କାର୍ଯ୍ୟକ୍ରମକୁ ଜିଲ୍ଲା ବିଜେଡିର କାର୍ଯ୍ୟକାରିଣୀ ସଭାପତି ଶ୍ରୀ ଯୁକ୍ତ ପି ଗୌରୀ ଶଙ୍କର ରାଓ ଯୋଗ ଦେଇ ସୁଚାରୁରୂପେ ପରିଚାଳନା କରିଥିଲେ।ଏହି କର୍ମୀ ସମ୍ମିଳନୀ କେବଳ ଏକ ସଭା ନୁହେଁ, ବରଂ ରାୟଗଡ଼ା ଜିଲ୍ଲାରେ ବିଜୁ ଜନତା ଦଳର ସଂଗଠନକୁ ଆହୁରି ଶକ୍ତିଶାଳୀ କରିବା, ତୃଣମୂଳ ସ୍ତରରେ ଦଳକୁ ମଜବୁତ୍ କରିବା ଏବଂ ଆଗାମୀ ନିର୍ବାଚନ ପାଇଁ ଏକତା, ସଂକଳ୍ପ ଓ ସଫଳତାର ନୂତନ ଦିଗ ଦେବ ବୋଲି ଶ୍ରୀ ସାରକା କହିଛନ୍ତି l ଆଗାମୀ ପୌର ଓ ପଂଚାୟତ ନିର୍ବାଚନ ରେ ବିଜେଡି ବିଜୟ ସୁନିଶ୍ଚିତ ଏହା କୁ କୌଣସି ବିଜୁ ଲିଗାସି କିମ୍ବା ବିଜୁ ସ୍ୱାଭିମାନ ମଞ୍ଚ ଅଟକାଇ ପାରିବ ନାହିଁ ବୋଲି ସୁଧୀର ଦାସ କହିଛନ୍ତି l ବିଜେଡି ଯେତେବେଳେ ସାଶନ ରେ ଥିଲା ନିଜର ବ୍ୟକ୍ତିଗତ ଫାଇଦା ଉଠାଉଥିଲେ ବିଜେଡି ସାଶନ ରୁ ଗଲା ପରେ ଲୋକେ ବିଜେଡି ଛାଡି ନିଜର ବ୍ୟକ୍ତି ଗତ ଫାଇଦା ଓ ସମ୍ପତି ର ସୁରକ୍ଷା ନିମନ୍ତେ ବିଭିନ୍ନ ଦଳ କୁ ଯିବା ପାଇଁ ଚେଷ୍ଟା କରୁଛନ୍ତି ସେମାନ ଙ୍କ ପାଇଁ ଦଳ ବଡ଼ ନୁହେଁ ନିଜ ଫାଇଦା ବଡ଼ ବୋଲି କହିଛନ୍ତି ସୁଧୀର lରାୟଗଡାl ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ