ରାମନାଗୁଡା ବ୍ଲକରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

ରାମନାଗୁଡା ବ୍ଲକରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

ରାମନାଗୁଡା ବ୍ଲକରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ
ରାୟଗଡ ( info media )ରାୟଗଡ଼ ଜିଲ୍ଲା ରାମନାଗୁଡା ବ୍ଲକ ସଦର କଲ୍ୟାଣ ମଣ୍ଡପ ପରିସରରେ ଜାତୀୟ ପଞ୍ଚାୟତିରାଜ ଦିବସ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ଗ୍ରାମାଞ୍ଚଳର ବିକାଶ ଓ ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ,ଅତିରିକ୍ତ ତହସିଲଦାର,ଜିଲ୍ଲା ପରିଷଦ ସଦସ୍ୟ ତାଙ୍ଗୁଡ଼ୁ ଶ୍ରୀଧର ସମସ୍ତ ପଞ୍ଚାୟତ ର ସରପଞ୍ଚ,ସମିତି ସଭ୍ୟ ଉପସ୍ଥିତ ଥିଲେ।ଏଥି ସହ ବ୍ଲକର ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଓ ସରକାରୀ ଅଧିକାରୀମାନେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଏହି ଅବସରରେ ଅତିଥି ମାନେ ନିଜ ଅଭିଭାଷଣ ରେ
ପଞ୍ଚାୟତିରାଜ ବ୍ୟବସ୍ଥାର ଗୁରୁତ୍ୱ ଏବଂ ଗ୍ରାମ ସଭା ମାଧ୍ୟମରେ କିଭଳି ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରାଯାଇପାରିବ, ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷ କରି ସ୍ୱଚ୍ଛତା, ପାନୀୟ ଜଳ ଯୋଗାଣ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପଞ୍ଚାୟତଗୁଡ଼ିକର ଭୂମିକା ଉପରେ ଅତିଥିମାନେ ଆଲୋକପାତ କରିଥିଲେ।ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆଭାସୀ ମାଧ୍ୟମରେ ଅନ୍ତୋଦୟ ଗୃହ ଯୋଜନା ରେ କାର୍ଯ୍ୟାଦେଶ ବଣ୍ଟନ କରିବା ସହ ରାଜ୍ୟବାସୀ ଙ୍କୁ ସମ୍ବୋଧିତ କରିଥିଲେ।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ ର ୧୨୩ ଜଣ ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା।ଏହି ଅବସରରେ ପଞ୍ଚାୟତ ସ୍ତରରେ ମନରେଗା,ଗ୍ରାମୀଣ ଗୃହ ଯୋଜନା,ସ୍ୱଚ୍ଛ ଭାରତ ମିଶନ ଓ ଉନ୍ନୟନ କାର୍ଯ୍ୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପଞ୍ଚାୟତ ସ୍ତରୀୟ ଅଧିକାରୀ ଓ ପ୍ରତିନିଧିମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ପରିଚାଳନା ରେ ବ୍ଲକ୍ ଅର୍ଥ ଅଧିକାରୀ ନୀଳକଣ୍ଠ ଶବର ଯୋଗାଣ ଅଧିକାରୀ ଶଙ୍କର ବେହେରା,ବିପିସି ସନ୍ତୋଷ ରାତ୍ନାଲୁ,ସହକାରୀ ଯନ୍ତ୍ରୀ ଦିପ୍ତିରାଣୀ ମୁନି,ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁସ୍ମିତା ରଥ,ବିପିଏ ଉମା ଶଙ୍କର ପାଲକା,ନରହରି ଦାସ,ଚିତ୍ତରଞ୍ଜନ ଦେଓ,ରମେଶ ପୁଲାକା ,ଚନ୍ଦ୍ର ଶେଖର ଶବର,ସନ୍ତୋଷ ବେହେରା ,ବି କ୍ଷୀରୋଦ,ଦିବ୍ୟଜିତ ଉଳାକା,ଧବଳେଶ୍ୱର ପାତ୍ରି,ଅଜିତ ପଣ୍ଡା ,ରାମାରାଓ ମୁଟିକା ଙ୍କ ସହ ସମସ୍ତ ପିଇଓ ଏଡିଓ,ଜିଆରଏସ ପ୍ରମୁଖ ସହଯୋଗ କରିଥିଲେ।ଅକ୍ଷୟ କୁମାର ପଣ୍ଡା ମଞ୍ଚ ସଂଯୋଜନା କରିଥିଲେ।ଶେଷରେ ବିପିସି ସନ୍ତୋଷ ରାତ୍ନାଲୁ ଧନ୍ଯବାଦ ଅର୍ପଣ କରିଥିଲେ।
ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ