ପାରଳାରେ ଦେଖା ଦେଲାଣି ପାନୀୟ ଜଳାଭାବର ଆଶଙ୍କା,ମହେନ୍ଦ୍ରତନୟାରେ କମୁଛି ଜଳସ୍ତର

ପାରଳାରେ ଦେଖା ଦେଲାଣି ପାନୀୟ ଜଳାଭାବର ଆଶଙ୍କା,ମହେନ୍ଦ୍ରତନୟାରେ କମୁଛି ଜଳସ୍ତର

ପାରଳାରେ ଦେଖା ଦେଲାଣି ପାନୀୟ ଜଳାଭାବର ଆଶଙ୍କା,ମହେନ୍ଦ୍ରତନୟାରେ କମୁଛି ଜଳସ୍ତର ଗଜପତି,୨୭.୪(ମନୋଜ ପାଢ଼ୀ)-: ଅସହ୍ୟ ତାତି ଜଳାଶୟ ସବୁ ଶୁଖିଗଲାଣି ନଦୀରେ ଜଳସ୍ତର ବି କମି ଆସିଲାଣି। ଆଗକୁ ଆହୁରି ଖରା ବଢ଼ିବ ବୋଲି ଅନୁମାନ କରାଯାଉଛି। ଏଣୁ, ପାରଳା ସହରରେ ଜଳସଙ୍କଟର ଆଶଙ୍କା ଦେଖାଗଲାଣି ସମ୍ପୂର୍ଣ୍ଣ ପାରଳା ସହର ପାନୀୟଜଳ ସକାଶେ ମହେନ୍ଦ୍ରତନୟା ଉପରେ ନିର୍ଭରଶୀଳ ନଦୀରେ ଆନିକଟ କରି ପାଣିକୁ ଅଟକାଇ ରଖି ବ୍ୟବହାର କରାଯାଉଛି। ଚଳିତବର୍ଷ ମଧ୍ୟ ବୃନ୍ଦାବନ ପ୍ୟାଲେସ ନିକଟରେ ଅସ୍ଥାୟୀ ଆନିକଟ ନିର୍ମାଣ କରାଯାଇଛି। କିନ୍ତୁ, ଦିନକୁ ଦିନ ଜଳସ୍ତର କମୁଥିବା ବେଳେ ସ୍ଥାୟୀ ସମାଧାନ ପ୍ରତି ପ୍ରଶାସନ ଧ୍ୟାନ ଦେଉନି ବୋଲି ଅଭିଯୋଗ ହୋଇଆସୁଛି ।ନଦୀର ଉପର ମୁଣ୍ଡରେ ଗୋଷାଣୀ ବ୍ଳକ୍ ଓ ଆନ୍ଧ୍ରର ଚାଷୀମାନେ ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜଳ ବ୍ୟବହାର କରୁଥିବା ବେଳେ ତଳମୁଣ୍ଡରେ ବାଲିବସ୍ତା ପକାଇ ଆନିକଟ ରଖିବାର ପ୍ରୟାସ କରାଯାଉଛି। ଦୀର୍ଘ ବର୍ଷ ହେଲା ପୌରପାଳିକାରେ ଗ୍ରୀଷ୍ମଋତୁରେ ଜଳାଭାବ ଦେଖିଆସୁଛି । ହେଲେ, ଜଳ ସଂରକ୍ଷଣ ପାଇଁ ବ୍ୟବସ୍ଥା କରୁନି। ଏଣୁ, ବର୍ଷାଋତୁରେ ଆସୁଥିବା ପ୍ରଚୁର ଜଳ ପ୍ରବାହିତ ହୋଇ ଆନ୍ଧ୍ରକୁ ଚାଲିଯାଉଛି, ଯାହାକୁ ସଂରକ୍ଷିତ କରି ବ୍ୟବହାର କରୁଛି ଆନ୍ଧ୍ର। ମହାରାଜାଙ୍କ ଅମଳରୁ ପାରଳା ସହରରେ ପାନୀୟଜଳ ସମସ୍ୟାର ସମାଧାନ ନିମନ୍ତେ ପ୍ରତ୍ୟେକ ସାହିରେ ଦୁଇରୁ ତିନୋଟି ଲେଖାଏଁ ଛୋଟବଡ଼ ପ୍ରାୟ ୧୩୨ଟି କୁଅଁ ଖୋଳାଯାଇଛି। ଏହା ଦ୍ବାରା ସହର ବାସିନ୍ଦା ପାନୀୟଜଳ ପାଇ ପାରୁଥିଲେ। ହେଲେ, କାଳକ୍ରମେ ରକ୍ଷଣାବେକ୍ଷଣ ଅଭାବରୁ ଅନେକ କୁଅଁ ନଷ୍ଟ ହୋଇ ଯାଇଥିବା ବେଳେ କିଛି ପୋତି ହୋଇଯାଇଛି । ବହୁ କୁଅଁ ଥାଇ ମଧ୍ୟ ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ । ବର୍ତ୍ତମାନ, ମାତ୍ର ୧୦ରୁ ୧୨ଟି କୁଅଁର ଜଳ ହିଁ ଜନସାଧାରଣଙ୍କ ବ୍ୟବହାରରେ ଲାଗୁଛି। ବହୁବାର ବିଭିନ୍ନ ସାହିର ବାସିନ୍ଦା ପୋତି ହୋଇ ଯାଇଥିବା କୂପଗୁଡ଼ିକର ପୁନରୁଦ୍ଧାର ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇନାହିଁ। ବର୍ତମାନ ସହରର ୪ଟି ପୋଖରୀ ମଧ୍ୟରୁ ଦୁଇଟି ପୋଖରୀରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି । ତଥାପି ଶୁଖିଲା ପଡ଼ିଛି। ଏଣୁ, ତୁରନ୍ତ କିଛି ବ୍ୟବସ୍ଥା କରା ନଗଲେ ଆଗାମୀ ଦିନରେ ପାରଳାର ଯେ ଜଳସଙ୍କଟ ବିପର୍ଯ୍ୟସ୍ତ ହେବ ବୋଲି ବୃଦ୍ଧି ଜୀବି ମହଲରେ ଚର୍ଚ୍ଚା ହେଉଛି ଏଥି ପ୍ରୃତି ପ୍ରଶାସନ ଦୃଷ୍ଟି ଦେଇ ସେହି ୧୦ ରୁ ୧୨ କୁଅଁକୁ ପୂର୍ଣ୍ଣ ଉଦ୍ଧାର କଲେ ପାରଳାରେ କିଛି ମାତ୍ରାରେ ଜଳ ସଙ୍କଟ ରୁ ରକ୍ଷା ପାଇବା ବୋଲି ବୃଦ୍ଧି ଜୀବି ମତ ପ୍ରକାଶ କରିଛନ୍ତି।