ମହେନ୍ଦ୍ରଗିରିରେ ଇକୋ ଆଡଭେଞ୍ଚର ଫେଷ୍ଟ -୨୦୨୬ ଉଦ୍ଘାଟିତ ।
ଗଜପତି,(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ମହେନ୍ଦ୍ରଗିରିଠାରେ ମହେନ୍ଦ୍ରଗିରି ଇକୋ ଆଡଭେଞ୍ଚର ଫେଷ୍ଠ ୨୦୨୬ ଶୁଭାରମ୍ଭ ହୋଇଯାଇଛି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଦୁଇ ଦିନିଆ ମହୋତ୍ସବକୁ ଉଦ୍ଘାଟନ କରିଥିବା ବେଳେ। ମହେନ୍ଦ୍ରଗିରିକୁ ରାଜ୍ୟର ଏକ ପ୍ରମୁଖ ପରିବେଶ ଅନୁକୂଳ ସାହସିକ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ି ତୋଳିବା ଏହାର ମୂଳ ଲକ୍ଷ । ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହେନ୍ଦ୍ରଗିରିର ପର୍ଯ୍ୟଟନ ସମ୍ଭାଳନାକୁ ଲୋକଲୋଚନକୁ ଆଣିବା ସହ ସ୍ଥାନୀୟ ଅଞ୍ଚଳରେ ଜୀବିକାର ସୁଯୋଗ ସୃଷ୍ଟି କରିବା ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଆଡଭେଞ୍ଚର ଫେଷ୍ଟ ଏକ ପ୍ରମୁଖ ପଦକ୍ଷେପ। ମହେନ୍ଦ୍ରଗିରିର ପୂର୍ଣାଙ୍ଗ ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ହାରା ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଅଛି ପୂର୍ବଘାଟ ପର୍ବତମାଳାର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ଆୟୋଜିତ ଏହି ମହୋତ୍ସବ ମହେନ୍ଦ୍ରଗିରିକୁ ଆଡଭେଞ୍ଚର ସ୍ପୋର୍ଟସ ଏବଂ ପ୍ରକୃତି ପର୍ଯ୍ୟଟନର ଏକ ଜୀବନ୍ତ କେନ୍ଦ୍ରରେ ପରିଣତ କରିଛି। ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ପାଖାପାଖ ୧୫ ରାଜ୍ୟରୁ ୬୦୦ ରୁ ଉର୍ଦ୍ଧ ସାହସିକ କ୍ରୀଡ଼ା ପ୍ରେମୀ, କ୍ରୀଡ଼ାବିତ୍ ଏବଂ ପ୍ରକୃତି ପ୍ରେମୀ ଯୋଗ ଦେଇଛନ୍ତି।
