ସୁବାଇ ବିଲାପୁଟ ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ସୁବାଇ ବିଲାପୁଟ ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ସୁବାଇ ବିଲାପୁଟ ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ସେମିଳିଗୁଡା.ତାରିଖ ୨୪,୪,୨୦୨୬,ସେମିଳିଗୁଡା ବ୍ଳକ ଅନ୍ତର୍ଗତ ସୁବାଇ ବିଲାପୁଟର ଶବରୀ ନାରାୟଣ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ସର୍ବାଙ୍ଗୀନ ବିକାଶ ଓ ସୂ ପରିଚାଳନାପାଇଁ ପଟାଙ୍ଗୀ ବିଧାୟକ ଶ୍ରୀଯୁକ୍ତ ରାମଚନ୍ଦ୍ର କାଡାମଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଥିଲା।ଏହି ବୈଠକରେ ସେମିଳିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜସ୍ମିନ ପ୍ରଧାନ, ତହସିଲଦାର ଦେବବ୍ରତ କରାଟେ,ସୁନାବେଡା ରାଧାକୃଷ୍ଣ ମନ୍ଦିରର ପର୍ବତ ମହାରାଜ, ଜଳେନ୍ଦ୍ର ତ୍ରିପାଠୀ,ସମାଜସେବୀ ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର,ଗଣେଶ୍ଵର ପାଣିଗ୍ରାହୀ,ସୋମନାଥ ସାମନ୍ତରାୟ,ଚନ୍ଦନ ସାହୁ,ମନୋଜ ପାତ୍ର, ନାରାୟଣ ଭାଇ, ଅର୍ଜୁନ ଭାଇ, ବିଶ୍ବନାଥ ପ୍ରଧାନୀ,ମହେଶ୍ବର ପ୍ରଧାନୀ,ସୁକାନ୍ତ ପ୍ରଧାନୀ,ମୁନା ପ୍ରଧାନୀ,ଓ ଗ୍ରାମର ବହୁ ଗ୍ରାମବାସୀ ଯୋଗ ଦେଇ ଥିଲେ।ମନ୍ଦିରର ଆର୍ଥିକ ହିସାବ କିତାବ, ଟ୍ରଷ୍ଟ ଗଠନ,ପାରିପାର୍ଶ୍ଵିକ ବିକାଶ, ବୃକ୍ଷ ରୋପଣ, ନୀତିକାନ୍ତି,ପ୍ରଭୃତି ବିଷୟରେ ଆଲୋଚନା କରାଯାଇଥିଲା। ଆସନ୍ତା ମାସ ସମସ୍ତ ଆଖପାଖ ପଂଚାୟତ ଲୋକଙ୍କୁ ଡାକି ୭ତାରିଖ ରେ ବୈଠକ କରିବାପାଇଁ ନିଷ୍ପତ୍ତି ନିଆ ଗଲା। ସମସ୍ତଙ୍କୁ ରାଧାକୃଷ୍ଣ ମନ୍ଦିର ତରଫରୁ ଶୁଖିଲା ଭୋଗ ପ୍ରଦାନ କରାଯାଇ ଥିଲା।