ଗଞ୍ଜାମ ଜିଲ୍ଲା ମୁମ୍ବାଇରୁ ଶବ ହୋଇ ଫେରିଛି ଅଶୋକ।

ଗଞ୍ଜାମ ଜିଲ୍ଲା ମୁମ୍ବାଇରୁ ଶବ ହୋଇ ଫେରିଛି ଅଶୋକ।

ଗଞ୍ଜାମ ଜିଲ୍ଲା ମୁମ୍ବାଇରୁ ଶବ ହୋଇ ଫେରିଛି ଅଶୋକ। ସରପଞ୍ଚଙ୍କ ହସ୍ତକ୍ଷେପ ପରେ ମୃତକଙ୍କ ପରିବାର ୫ ଲକ୍ଷ ଟଙ୍କା କ୍ଷତି ପୂରଣ ପାଇଲେ।

ପୋଲସରା ୨୩/୪/୨୬ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ପାଣ୍ଡିରିପଡା ପଞ୍ଚାୟତ ଅଧିନରେ ଥିବା ଝିକିରି ଗ୍ରାମର ଯୁବକ ଅଶୋକ କୁମାର ପ୍ରଧାନ ବୟସ ୨୨ ବର୍ଷ ମୁମ୍ବାଇର ବଦଲାପୁର ଅଞ୍ଚଳରେ ଏକ ଘରୋଇ କମ୍ପାନୀରେ ଗୃହ ନିର୍ମାଣ କରିବା ପାଇଁ ଶ୍ରମିକ ଭାବେ ଯାଇଥିଲେ। କାର୍ଯ୍ୟ କରିବା ସମୟରେ ହଠାତ୍ ୫ ମହଲାର ତଳକୁ ଖସି ପଡ଼ିଥିଲେ। ସେଠାରୁ ସଂଗେ ସଂଗେ ମେଡିକାଲ ନେଇ ଚିକିତ୍ସା ଆରମ୍ଭ କରିବା ପରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଯାହାରି ଫଳରେ ଉକ୍ଟ ସଂସ୍ଥା ମୃତ ଅଶୋକଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ନିଜ ଗାଁକୁ ପଠାଇଥିଲେ। ପରିବାର ଲୋକେ ଏହା ଦେଖି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଖବର ପାଇ ପାଣ୍ଡିରିପଡା ସରପଞ୍ଚ ରଘୁନାଥ ଭୂୟାଁ ପରିବାର ଲୋକଙ୍କୁ ସ୍ୱାନ୍ତନା ଦେବା ସହ ଆମ୍ବୁଲାନ୍ସଟିକୁ ଅଟକ କମ୍ପାନୀ ମାଲିକ ସହ ଯୋଗାଯୋଗ କରି ମୃତଙ୍କଙ୍କ ପରିବାର ପାଇଁ ଆର୍ଥିକ ସାହାଯ୍ୟ ୫ ଲକ୍ଷ ଟଙ୍କା ଯୋଗାଇବା ଵ୍ୟଵସ୍ଥା କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ