ସୁନାବେଡାରେ ବିଜେପିର ମହିଳା ଜନ ଆକ୍ରୋଶ ପଦଯାତ୍ରା।

ସୁନାବେଡାରେ ବିଜେପିର ମହିଳା ଜନ ଆକ୍ରୋଶ ପଦଯାତ୍ରା।

ସୁନାବେଡାରେ ବିଜେପିର ମହିଳା ଜନ ଆକ୍ରୋଶ ପଦଯାତ୍ରା।

ସେମିଳିଗୁଡା.ତାରିଖ ୨୩,୪,୨୦୨୬.ସୁନାବେଡ଼ାଠାରେ ବିଜେପିର ଜନ ଆକ୍ରୋଶ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଏହି ଉପଲକ୍ଷେ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ସମ୍ମୁଖରେ ଥିବା କଲ୍ୟାଣ ମଣ୍ଡପ ଠାରୁ ମହିଳାମାନଙ୍କର ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା। ସଂସଦରେ ବିରୋଧୀଦଳ ରାଜନୈତିକ ଅଭିସନ୍ଧି ରଖି ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲକୁ କାର୍ଯ୍ଯକାରୀ ହେବାକୁ ଦେଲେ ନାହିଁ।ଫଳରେ ମହିଳାମାନେ ୩୩% ସଂରକ୍ଷଣ ପାଇ ସଂସଦ ଓ ବିଧାନସଭାରେ ନିଜର ପ୍ରତିନିଧିତ୍ବ ପ୍ରଦର୍ଶନ ପାଇଁ ଯେଉଁ ସୁଯୋଗ ପାଇଥାନ୍ତେ ,ସେଥିରୁ ବଂଚିତ ହୋଇଛନ୍ତି।ତାର ପ୍ରତିବାଦରେ ଏହି ଆକ୍ରୋଶ ପଦଯାତ୍ରାର ଆୟୋଜନ କରାଯାଇ ଥିଲା।ଏହି ପଦଯାତ୍ରାରେ ମହିଳାମାନେ ବିରୋଧୀଦଳଙ୍କ ବିରୋଧରେ ସ୍ଳୋଗାନ ଦେଇ ଥିଲେ।ଶୋଭାଯାତ୍ରାରେ ପୌରାଧ୍ୟକ୍ଷ ରାଜେନ୍ଦ୍ର କୁମାର ପାତ୍ର, ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଆଦିତ୍ଯ ହନ୍ତାଳ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ବାତି ହୋତା,ବରିଷ୍ଠ ନେତା ଜୟରାମ ଗରଡା, ବରିଷ୍ଠ ନେତ୍ରୀ ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର , ମଣ୍ଡଳ ସଭାପତି ଟୁନା ଖରା,ସଂପାଦିକା ସନ୍ତୋଷିନୀ ଜେନା,ଅନୁପମା,ଲକ୍ଷ୍ମୀ ଖରା,ଅଶ୍ବିନୀ ଜେନା,ଭଗବାନ ମୁଦୁଲୀ ,ସ୍ବରୂପା ପଟ୍ଟନାୟକ, ସବିତା ଖରା ପ୍ରମୁଖ ଯୋଗଦେଇ ଥିଲେ।ଶହଶହ ମହିଳା,ଛାତ୍ରୀ,ବୁଦ୍ଧିଜିବୀ ଏଥିରେ ଯୋଗଦେଇ ଥିଲେ।

ଶୋଭାଯାତ୍ରା ଆସି ପୌରପରିଷଦ କାର୍ଯ୍ଯାଳୟ ନିକଟରେ ପହଂଚିଥିଲେ।ସେଠାରେ ସାମ୍ବାଦିକ ମାନଙ୍କୁ ଶ୍ରୀ ରାଜେନ୍ଦ୍ର ପାତ୍ର, ସ୍ନିଗ୍ଧାରାଣୀ ମିଶ୍ର,ସ୍ବାତୀ ହୋତା,ସ୍ବରୂପା,ଆଦିତ୍ଯ ହନ୍ତାଳ ନିଜର ମତାମତ ପ୍ରଦାନ କରିଥିଲେ। ଆଗକୁ ଏହି ସଂଗ୍ରାମ ଜାରି ରହିବ ବୋଲି କାର୍ଯ୍ୟକର୍ତ୍ତାମାନେ ଜଣାଇ ଥିଲେ।