ଗଞ୍ଜେଇର ଚରାଭୂଇଁ ପାଲଟିଛି ଗଜପତି, ୪ମାସରେ ଜବତ ହେଲାଣି ୧୬ ଟନ୍, ଦମନ କରିବାକୁ ଅଣ୍ଟା ଭିଡ଼ିଛି ପୁଲିସଏବେ ଏହି ମାଫିଆଙ୍କ ନିଦ ହଜାଇ ଦେଇଛନ୍ତି ଆର.ଉଦୟଗିରିର ଏସଡିପିଓ ରାକେଶ କୁମାର ସାହୁ।ଗଜପତି , ୨୧.୪(ମନୋଜ ପାଢ଼ୀ)-: ଗାଁ ଗାଁରେ ନିଜର ନେଟୱର୍କ ବିଛାଇ ଚଢ଼ାଉ କରୁଛନ୍ତି। ୪ ମାସ ମଧ୍ୟରେ ପାଖାପାଖି ୧୬ ଟନ୍ ଗଞ୍ଜେଇ ଏସଡିପିଓଙ୍କ ତତ୍ତ୍ବାବଧାନରେ ଜବତ ହୋଇସାରିଲାଣି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୬ କୋଟି ଟଙ୍କାରୁ ଅଧିକ ହେବ ।ଗଞ୍ଜେଇର ଚରାଭୂଇଁ ପାଲଟିଛି ଗଜପତି ଜିଲ୍ଲା। ଯେତେ ଜବତ ହେଲେ ବି ଶେଷ ହେଉନି ନିଶା କାରବାର। ଜଙ୍ଗଲ ଭିତରେ ମାଟି ତଳୁ ଖୋଳି ବାହାର କରାଯାଉଛି କୋଟି କୋଟି ଟଙ୍କାର ଗଞ୍ଜେଇ। ଗଜପତି ଜିଲ୍ଲା ନୂଆଗଡ଼ ଓ ମୋହନା ବ୍ଲକର ଏହି ଦୁର୍ଗମ ପାହାଡ଼ିଆ ଅଞ୍ଚଳ। ଯେଉଁଠି ପାଦ ଦେବା ମୁସ୍କିଲ, ସେଠି ଚାଲିଛି କୋଟି କୋଟି ଟଙ୍କାର ବେଆଇନ ଗଞ୍ଜେଇ ଚାଷ। ପ୍ରତିବର୍ଷ ଅପରେସନ ଗ୍ରୀନ କ୍ଲିନ ମାଧ୍ୟମରେ ହେକ୍ଟର ହେକ୍ଟର ଗଞ୍ଜେଇ ଗଛ କଟାଯାଉଛି, କିନ୍ତୁ ମାଫିଆଙ୍କୁ ରୋକିପାରୁନି ପୁଲିସ୍। ବିଶେଷ କରି ଜିଲ୍ଲାର ଆର. ଉଦୟଗିରି ଓ ଅଡ଼ବା ଥାନା ଅଞ୍ଚଳ ଏବେ ଗଞ୍ଜେଇ ମାଫିଆଙ୍କ ପେଣ୍ଠସ୍ଥଳୀ ସାଜିଛି। କିନ୍ତୁ ଏବେ ଏହି ମାଫିଆଙ୍କ ନିଦ ହଜାଇ ଦେଇଛନ୍ତି ଆର.ଉଦୟଗିରିର ନୂଆ ଏସଡିପିଓ ରାକେଶ କୁମାର ସାହୁ। ଗାଁ ଗାଁରେ ନିଜର ନେଟୱର୍କ ବିଛାଇ ଚଢ଼ାଉ କରୁଛନ୍ତି। ୪ ମାସ ମଧ୍ୟରେ ପାଖାପାଖି ୧୬ ଟନ୍ ଗଞ୍ଜେଇ ଏସଡିପିଓଙ୍କ ତତ୍ତ୍ବାବଧାନରେ ଜବତ ହୋଇସାରିଲାଣି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୬ କୋଟି ଟଙ୍କାରୁ ଅଧିକ ହେବ।ପୁଲିସ ନଜରରୁ ବଞ୍ଚିବାକୁ ନୂଆ ଉପାୟ ଆପଣାଇଛନ୍ତି ମାଫିଆ। ସଂରକ୍ଷିତ ଜଙ୍ଗଲ ଭିତରେ ଜରି ପାଲ ଘୋଡ଼ାଇ କିମ୍ବା ମାଟି ତଳେ ଗାତ କରି ବସ୍ତା ବସ୍ତା ଗଞ୍ଜେଇ ଲୁଚାଇ ରଖୁଛନ୍ତି। କିନ୍ତୁ ପୁଲିସର ରଣନୀତି ଆଗରେ ଫେଲ୍ ମାରୁଛି ମାଫିଆଙ୍କ ଚତୁରତା।
ଗୋଟିଏ ପଟେ କଡ଼ା ଚଢ଼ାଉ ଚାଲିଥିବା ବେଳେ ଅନ୍ୟପଟେ ଗଞ୍ଜେଇ ବଦଳରେ ପରିବା ଚାଷ କରିବାକୁ ଚାଷୀଙ୍କୁ ପରାମର୍ଶ ଦେଉଛି ପୁଲିସ। ଗଜପତି ପାଇଁ ପୁଲିସର ଏହି ଅଭିଯାନ ମାଫିଆଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି।
