ଦଲାଲ ଙ୍କ ଅଧୀନରେ ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର କାର୍ଯ୍ୟାଳୟ ।

ଦଲାଲ ଙ୍କ ଅଧୀନରେ ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର କାର୍ଯ୍ୟାଳୟ ।

ଦଲାଲ ଙ୍କ ଅଧୀନରେ ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର କାର୍ଯ୍ୟାଳୟ ।

ଗଜପତି (ମନୋଜ ପାଢ଼ୀ)- ଦଲାଲଙ୍କ ଅଧୀନରେ ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର କାର୍ଯ୍ୟାଳୟ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ । ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପିଛା ଡାଡୁନି ବିବାଦ । କିଛି ମାସ ହେବ ଏହି ମେଡିକାଲରେ ଯେଉଁଭଳି ଭାବେ ବିବାଦ ବଢିବାରେ ଲାଗିଛି ତାହା ଅଞ୍ଚଳରେ ଲୋକଙ୍କୁ ଆନ୍ଦୋଳିତ କରୁଛି । ପୂର୍ବରୁ ମେଡିକାଲରେ ଦୁର୍ନୀତି ନେଇ ବ୍ଳକରେ ଥିବା ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀମାନେ ଏକତ୍ରିତ ହୋଇ ମେଡିକାଲ ଅଧିକାରୀଙ୍କ ବିରୋଧରେ ଆନ୍ଦୋଳନ କରି ଅଧିକାରୀ ଅନ୍ୟତ୍ର ବଦଳି କରିଥିଲେ । ତଥାପି ମେଡିକାଲରେ ଦୁର୍ନୀତି ଲାଗି ରହିଥିବା ନେଇ ଅଭିଯୋଗ ବାରମ୍ବାର ଅଭିଯୋଗ ଆସୁଛି । ମେଡିକାଲ ପରିସରରେ ଥିବା ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଲାଞ୍ଚ ନ ଦେଲେ ପ୍ରମାଣ ପତ୍ର ମିଳୁନି । ଯାହା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ କିଛିଦିନ ମଧ୍ୟରେ ଘନ ଘନ ମୋହନା ତହସିଲିଦାର ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର କାର୍ଯ୍ୟାଳୟରେ ଅଚାନକ ଗସ୍ତ କରି ସ୍ଥିତି କଣ ବୁଝୁଛନ୍ତି ସେ ଭଗବାନଙ୍କୁ ହିଁ ଜଣା । କାର୍ଯ୍ୟାଳୟରେ କୌଣସି ସୁଧାର ଆସିବାର ନା ଧରୁନାହିଁ । ଗୋଟିଏ ପଟେ ମୋହନା ତହସିଲିଦାର ମହୋଦୟ ଜନ୍ମ ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟରେ ପହଞ୍ଚି ମୌଖିକ ଭାବେ ଏଫିଡେଫିଟ କରିବା ପାଇଁ ମନା କରୁଥିବା ବେଳେ କୌଣସି ଲିଖିତ ଆକାରରେ ଦେଇ ପାରୁନାହାନ୍ତି । ଯାହା ଫଳରେ ଦୈନନ୍ଦିନ କୌଣସି ଦରକାର ନଥିଲେ ମଧ୍ୟ ଏଫିଡେଫିଟ କରି ସାଧାରଣ ଲୋକଙ୍କୁ ଖର୍ଚାନ୍ତ ସହ ହଇରାଣ ହରକତ କରାଯାଇଛି । ଅନ୍ୟ ବ୍ଳକ କିମ୍ବା ଅନ୍ୟ କାର୍ଯ୍ୟାଳୟରେ ଜନ୍ମ କିମ୍ବା ମୃତ୍ୟୁ ପ୍ରମାଣ ପତ୍ର ସାତ ଦିନ ମଧ୍ୟରେ ମିଳୁଥିବା ବେଳେ ଏଠି ମାସ ମାସ ଧରି ପ୍ରମାଣ ପତ୍ର ମିଳି ପାରୁନାହିଁ । ଯାହା ଫଳରେ ଲୋକେ ଅତିଷ୍ଟ ହେବା ସହ ଦୂରଦୂରାନ୍ତରୁ ଆସୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହି ବ୍ଳକରେ ୩୯ଟି ଗ୍ରାମ ପଞ୍ଚାୟତ ଥିବା ବେଳେ ଅଧିକାଂଶ ଗାଁ ଦୁର୍ଗମ ଅଞ୍ଚଳରେ ବସବାସ କରୁଛନ୍ତି । ନିରୀହ ଆଦିବାସୀଙ୍କୁ ପ୍ରମାଣ ପତ୍ର କରାଇଦେବା ନାମରେ ହଜାର ହଜାର ଟଙ୍କା ଲୁଟା ଯାଉଛି । ଜନ୍ମ ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟ ବାହାରେ ଓ ଭିତରେ ଦଲାଲି ମାନେ ପଡି ରହିଥାନ୍ତି ।

ଯାହାକୁ ନେଇ ନିରୀହ ଲୋକଙ୍କୁ ଗୋଟିଏ ପ୍ରକାର ଶୋଷଣ କରାଯାଇଛି । ଏ ଦିଗରେ ତୁରନ୍ତ ଓଡିଶା ସରକାର ଗୁରୁତ୍ବ ଦେଇ ପ୍ରମାଣ ପତ୍ର ଶୀଘ୍ର ପ୍ରଦାନ ଲୋକଙ୍କୁ କରିବା ସହ ଦଲାଲି ଙ୍କୁ ହଟାଇବା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ।