ଅନ୍ତଃଜିଲ୍ଲା ଖୋଖୋ ଚାମ୍ପିୟନସିପ୍ ଉଦ୍‌ଘାଟିତ ।

ଅନ୍ତଃଜିଲ୍ଲା ଖୋଖୋ ଚାମ୍ପିୟନସିପ୍ ଉଦ୍‌ଘାଟିତ ।

ଅନ୍ତଃଜିଲ୍ଲା ଖୋଖୋ ଚାମ୍ପିୟନସିପ୍ ଉଦ୍‌ଘାଟିତ ।

ଗଜପତି, ୨୨.୪(ମନୋଜ ପାଢ଼ୀ)- : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗାରାବନ୍ଧ ସ୍ଥିତ ଶ୍ରୀ ଭେଙ୍କଟେଶ୍ଵର ଉଚ୍ଚ ବିଦ୍ୟାଳୟରେ ସିଏମ୍ ଟ୍ରଫି ଅନ୍ତଃ ଜିଲ୍ଲା ଖୋଖୋ ଚାମ୍ପିୟନସିପ୍-୨୦୨୬ ଉଦଘାଟିତ ହୋଇଯାଇଛି ରଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବି.ଗଙ୍ଗାଧରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ ଗୋଷାଣି ଗୋଷ୍ଠୀ ଉନ୍ନୟନ ଅଧୂକାରୀ | ଗୌରଚନ୍ଦ୍ର ପଟ୍ଟନାୟକ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ଜିଲ୍ଲା କ୍ରୀଡା ଅଧୂକାରୀ ତ୍ରିନାଥ ସାହୁ, ଜିଲ୍ଲା ଶାରରୀକ କ୍ରୀଡା ନିରୀକ୍ଷଣ ସୁରେନ୍ଦ୍ର କୁମାର ପାତ୍ର, ପ୍ରିୟଦର୍ଶୀ ମିଶ୍ର, ବିଦ୍ୟାଳୟର କ୍ରୀଡା ଶିକ୍ଷକ ଅଭିନବାସୁଦେବ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥ୍‌ ଭାବେ ଯୋଗଦେଇଥିଲେ । ଖୋଖୋ କ୍ରୀଡା ଗଜପତିର ଏହି ବିଦ୍ୟାଳୟରେ ମୁଳଦୁଆପଡିଥିବା ବେଳେ ଏହି ବିଦ୍ୟାଳୟର ଖୋଖୋ ଖେଳାଳିମାନେ ଅନ୍ତର୍ଜାତୀୟ ଓ ଜାତୀୟସ୍ତରରେ ଖେଳୁଥିବାକୁ ନେଇ ଗର୍ବିତ ବୋଲି ଅତିଥିମାନେ କହିବା ସହ ଅନ୍ତର୍ଜାତୀୟ ଓ ଜାତୀୟସ୍ତରରେ ଖେଳ ପ୍ରଦର୍ଶନ କରୁଥିବା ଖେଳାଳୀଙ୍କୁ ଅନୁସରଣ କରି ଖେଳିଲେ ଭବିଷ୍ୟତରେ ଜଣେ ଉତ୍ତମ ଖେଳାଳୀ ଭାବେ ଖ୍ୟାତି ଅର୍ଜନ କରିବେ ବୋଲି ପରାମର୍ଶ ଦେଇଥିଲେ ।

ଏହି ଚମ୍ପିୟନସିପ୍ ରେ ଜିଲ୍ଲାର ମୋଟ ୨୧୬ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ୨୮ ଦଳରେ ବିଭକ୍ତ କରାଯାଇ ଖେଳାଯାଉଛି। ଚୟନକର୍ତ୍ତା ଭାବେ ୬ ଜଣ, ଭଲ୍ୟୁଣ୍ଟର ଭାବେ ୨୦ ଜଣ, ପରିଚାଳାନା ପାଇଁ ୧୦ ଜଣ ନିଯୁକ୍ତ ହୋଇଥିବାର ଜଣାପଡିଛି।