ମାନସିକ ଅନଗ୍ରସର ନାବାଳିକା ଦୁଷ୍କର୍ମ ଉଦ୍ୟମ ଦୋଷୀ ଅଭିଯୁକ୍ତ ୧୦ ବର୍ଷର ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ ।

ମାନସିକ ଅନଗ୍ରସର ନାବାଳିକା ଦୁଷ୍କର୍ମ ଉଦ୍ୟମ ##ଦୋଷୀ ଅଭିଯୁକ୍ତ ୧୦ ବର୍ଷର ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ ।

ମାନସିକ ଅନଗ୍ରସର ନାବାଳିକା ଦୁଷ୍କର୍ମ ଉଦ୍ୟମ ##ଦୋଷୀ ଅଭିଯୁକ୍ତ ୧୦ ବର୍ଷର ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ ।ଗଜପତି (ମନୋଜ ପାଢ଼ୀ)- ମାନସିକ ଅନଗ୍ରସର ନାବାଳିକା ସହ ଦୁଷ୍କର୍ମ ପ୍ରଚେଷ୍ଟା କରିବା ଭଳି ଏକ ସମ୍ବେଦନଶୀଳ ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା ମାନ୍ୟବର ଅତିରିକ୍ତ ଜିଲ୍ଲା ସେସନ ଜଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା ୬ ତଥା ୧୮ରେ ମୋହନା ଥାନା ଅନ୍ତର୍ଗତ ମୁଡୁମୁଡ଼ିଆ ଗ୍ରାମର ଅଭିଯୁକ୍ତ ପ୍ରଭାତ ଘଡ଼େଇ (୪୮ବର୍ଷ)ଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷର ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନାର ଶୁଣାଇଛନ୍ତି ତଥା ଜୋରିମାନା ଅନାଦେୟ ହେଲେ ଛଅ ମାସ ସଶ୍ରମ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ଏହି ସମ୍ବେଦନଶୀଳ ମାମଲାରେ ବିଚାରପତି ନିଜ ରାୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପିଡ଼ିତାଙ୍କୁ କ୍ଷତିପୂରଣ ବାବଦକୁ ଚାରି ଲକ୍ଷ ଟଙ୍କା ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶ ଜାରି କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଏମ୍ ପୃଥ୍ୱୀରାଜ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ୨୦୨୨ ଜୁଲାଇ ୧୯ତାରିଖ ଦିନ ସକାଳ ସମୟରେ ଏତଲାକାରିଣୀଙ୍କ ମାନସିକ ଅନଗ୍ରସର ନାବାଳିକା ଝିଅ (୧୪ବର୍ଷ) ସବୁବେଳ ଭଳି ପଡ଼ିଶା ଘରେ ଟିଭି ଦେଖିବା ପରେ ଘର ପିଣ୍ଢାରେ ବସିଥିଲେ। ସେହି ସମୟରେ ସାମ୍ନା ଘରେ ରହୁଥିବା ଅଭିଯୁକ୍ତ ପ୍ରଭାତ ଘଡ଼େଇ ତାଙ୍କୁ ବାହାନା କରି ନିଜ ଘରକୁ ଡାକି ତାଙ୍କ ସହ ଦୁଷ୍କର୍ମ ପ୍ରଚେଷ୍ଟା କରିବା ସହ ବିଭିନ୍ନ କୁକର୍ମ କରିଥିଲେ। ପରେ ଏହି କଥା ବିଷୟରେ ଜାଣିବା ପରେ ଏତଲାକାରିଣୀର ମାଆ ତାପରେ ଦିନ ତଥା ୨୦ ତାରିଖରେ ମୋହନା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଦୃଷ୍ଟିରେ ରଖି ମାମଲାର ଗମ୍ଭୀରତାକୁ ନଜରରେ ରଖି ସବ-ଇନ୍ସପେକ୍ଟର କୃଷ୍ଣ ଚନ୍ଦ୍ର ମଲ୍ଲିକ ଉକ୍ତ ମାମଲାର ତଦନ୍ତ କରି ଉକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ। ଆଜି ୧୦ଜଣ ବଳିଷ୍ଠ ସାକ୍ଷୀ ପ୍ରମାଣ ତଥା ୧୭ଟି ଦସ୍ତାବିଜକୁ ଆଧାର କରି ସର୍ବଶେଷରେ ଏହି ଦୃଷ୍ଟାନ୍ତମୂଳକ ରାୟ ମାନ୍ୟବର ନ୍ୟାୟାଧୀଶ ଦେଇଛନ୍ତି।