ପବିତ୍ର ଅକ୍ଷୟତୃତୀୟାରେ ରଥ କାଠ ଅନୁକୂଳ ହେଲା ।

ପବିତ୍ର ଅକ୍ଷୟତୃତୀୟାରେ ରଥ କାଠ ଅନୁକୂଳ ହେଲା ।

ପବିତ୍ର ଅକ୍ଷୟତୃତୀୟାରେ ରଥ କାଠ ଅନୁକୂଳ ହେଲା ।

ଗଜପତି,୨୦.୪(ମନୋଜ ପାଢ଼ୀ)- : ପବିତ୍ର ଅକ୍ଷୟତୃତୀୟା ଅବସରରେ ରଥକାଠ ଅନୁକୂଳ ହୋଇଛି । ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ରଥକାଠ ଅନୁକୂଳ ନିମନ୍ତେ ପାରମ୍ପାରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥିଲା । ପାରଳାରେ ଥିବା ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ ସଂସ୍କୃତି ଏବଂ ଗଜପତିର ରାଜକୀୟ ପରମ୍ପରା ଅନୁଯାୟୀ ରାଜ ପୁରୋହିତ, ରଥ ମହାରଣା, ରଥଯାତ୍ରା କମିଟି, ଜଗନ୍ନାଥ ସେବା ଦଳର ଉପସ୍ଥିତି ରେ ପୂଜା ଓ ହୋମ ହୋଇ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଆସି ରଥକାଠ ଅନୁକୂଳ କାର୍ଯ୍ୟ ର ପୂଜା ହୋଇଥିଲା । ଏହି ଅବସରରେ ଆଜି ମନ୍ଦିର ପରିସରରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଏହି ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ ରାଜପୁରେହିତ କାମଦେବ ପାଢୀ, ମୁଖ୍ୟ ବଢେଇ ଅଶୋକ ମହାରଣା, ଜଗନ୍ନାଥ ସେବା ଦଳର ଦୁର୍ଗାମାଧବ ପାଣିଗ୍ରାହୀ, ଭାରତଭୂଷଣ ମହାନ୍ତି, ଟି. ବସନ୍ତ କୁମାର, ବସନ୍ତ କୁମାର ପଣ୍ଡା, ପ୍ରନୋଜ ପଟ୍ଟନାୟକ ପ୍ରମୁଖଙ୍କ ସମେତ ବହୁ ଶ୍ରଦ୍ଧାଳୁ ଉପସ୍ଥିତଥିଲେ ।