ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଶିକ୍ଷକ ସଂଘର ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମେଚ ………………………….. ଧରାକୋଟ, ଧରାକୋଟ ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ମିନି ଷ୍ଟାଡିୟମରେ ଚତୁର ଦିବସୀୟ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଖେଳର ଶୁଭାରମ୍ଭ ହୋଇଯାଇଛି । ବି ଇ ଓ ରମେଶ ଚନ୍ଦ୍ର ସାହୁ ଏହାର ଉଦଘାଟନ କରିଥିବା ବେଳେ ଅତିଥି ଭାବରେ ଏ ବି ଇ ଓ ସୌରୀ ଶଙ୍କର ବେହେରା,ବିଭୁତି ଭୂଷଣ ପାତ୍ର,ବ୍ଲକ କ୍ରୀଡ଼ା ସଂଘ ସମ୍ପାଦକ ପାଣ୍ଡବ ସ୍ୱାଇଁ,ସାମ୍ବାଦିକ ହୃଦାନନ୍ଦ ଜେନା, ବି ଆର ଟି ସୀତାକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଥମ ଭାଗରେ ସୁପରକିଙ୍ଗ ଓ ଡାଇନାଷ୍ଟିକ ୱାରୀୟର ମଧ୍ୟରେ ହୋଇଥିବା ଖେଳରେ ସୁପରକିଙ୍ଗ ଛଅ ୱିକେଟ ରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ଭାଗ ଖେଳରେ ରାଇଯିଂ ଷ୍ଟାର ନଅ ୱିକେଟ ରେ ବିଜୟୀ ହୋଇଥିଲା। ଶିକ୍ଷକ ଅନିଲ ନାୟକ ଓ ଶିକ୍ଷକ ଗଣପତି ଗମାଙ୍ଗ ଦୁଇଟି ମ୍ୟାଚ ରେ ଅଧିନାୟକ ଭାବରେ ଦାୟିତ୍ୱ ତୁଲାଇଥିବା ବେଳେ ଏମ୍ପାୟାର ଭାବରେ ଶିକ୍ଷକ ଶଶୀ ରଞ୍ଜନ ଶଙ୍ଖୁଆ ଓ ଶିକ୍ଷକ ମୃତ୍ୟୁଞ୍ଜୟ ସାହୁ ରହିଥିଲେ । ଏ ବି ଇ ଓ ବିଭୁତି ଭୂଷଣ ପାତ୍ର ଓ ଶିକ୍ଷକ ଶୁକଦେବ ନାୟକ ଧାରା ବିବରଣୀ ପ୍ରଦାନ କରିଥିଲେ। ଆସନ୍ତା ଶୁକ୍ରବାର, ଶନିବାର ,ସୋମବାର,ମଙ୍ଗଳ ବାର ଦିନ ଏହି କ୍ରିକେଟ ମ୍ୟାଚ ଖେଳାଯିବ। ବୁଧବାର ଦିନ ଏହାର ଫାଇନାଲ ଖେଳ ଅନୁଷ୍ଠିତ ହେବ । ଗଣେଶ ପାଣିଗ୍ରାହୀ ରିପୋର୍ଟ
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଶିକ୍ଷକ ସଂଘର ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମେଚ
