ପଲ୍ଲିଶ୍ରୀ କଲେଜ ଚିଚିଣ୍ଡାରେ ଓଡ଼ିଆ ପକ୍ଷ ପାଳନର ବନ୍ଦନୀୟ ବରପୁତ୍ର ଦିବସରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ସ୍ଥିତ ପଲ୍ଲିଶ୍ରୀ ମହାବିଦ୍ୟାଳୟ ଚିଚିଣ୍ଡା ଠାରେ ଓଡ଼ିଆ ପକ୍ଷ ପାଳନର ବନ୍ଦନୀୟ ବରପୁତ୍ର ଦିବସ ଅବସରରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି | ଆଲୋଚନାର ବିଷୟବସ୍ତୁ “ଗଙ୍ଗାଧରଙ୍କ ସାହିତ୍ୟକୁ ବ୍ରଜମୋହନ ପଣ୍ଡାଙ୍କ ପୃଷ୍ଠ ପୋଷକତା” ଥିବାବେଳେ ଲରମ୍ଭା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ଼. ଅଜିତ କୁମାର ନାଥ ଆଲୋଚକ ଭାବରେ ଯୋଗଦାନ କରିଥିଲେ | ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପିକା ମନ୍ମୟୀ ବାବୁ ମଂଚାସୀନ ରହି ଓଡ଼ିଆ ପକ୍ଷ ପାଳନର ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ଓଡ଼ିଆ ଅଧ୍ୟାପକ ସନ୍ତୋଷ କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ମେହେର ସାହିତ୍ୟକୁ କବି ବ୍ରଜମୋହନ ପଣ୍ଡାଙ୍କ ଅବଦାନ ତଥା ଉଭୟ ବିନ୍ଧାଣିଙ୍କ ଲିଖିତ କାବ୍ୟ ଗୁଡିକରେ ପ୍ରକୃତିର ଜୀବନ୍ତ ଚିତ୍ରକୁ ଉପସ୍ଥାପନ କରାଯାଇଥିଲା | ମାନପତ୍ର ଓ ଉପଢୌକନ ପ୍ରଦାନ ସହ ସାହିତ୍ୟ ସାଧନ ପାଇଁ ଆଲୋଚକଙ୍କୁ ସମ୍ମାନିତ କରାଯାଇଥିଲା | ଶେଷରେ ଅଧ୍ୟାପକ ବୈଷ୍ଣବ ବାଗ ଧନ୍ୟବାଦ ଅର୍ପଣ କରିଥିଲେ | ଅଧ୍ୟାପକ ପଦ୍ମନାଭ ବେହେରା, ଅଧ୍ୟାପିକା ମନ୍ଦାକିନୀ ମେହେର, ସସ୍ମିତା ମେଣ୍ଡଲୀ ସହ ସମସ୍ତ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ |

