ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କଙ୍କ ତିରୋଧାନ ଦିବସ ପାଳିତ
ଗଜପତି, ୧୭।୪(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ପ୍ରବାଦ ପୁରୁଷ, ମହାନ ଜନନାୟକ, ଝଡ ର ଇଗଲ, ତଥା ପୁର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ମହେନ୍ଦ୍ରତାନୟା ନଦୀ ତୁଠରେ ଦଳୀୟ ନେତା ଓ କର୍ମୀ ମାନେ ତିଳଅର୍ପଣ କାର୍ଯ୍ୟ ସମ୍ପନ୍ନ କରି ପୁଷ୍ପ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ହାଇସ୍କୁଲ ଛକ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହା ସହ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଠାରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲେ । ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ସଂଜୁକ୍ତା ବେହେରା ପ୍ରମୁଖ ଓଡ଼ିଶା ବିକାଶ ତଥା ଆଧୁନିକ ଓଡିଶା ବିକାଶର ମୁଳଦୂଆ ପକାଇଥିବା ସ୍ବର୍ଗତ ବିଜୁବାବୁଙ୍କ ଅତୁଳନୀୟ ଅବଦାନ ବିଷୟରେ ସ୍ମୃତିଚାରଣ କରିଥିଲେ । ଏପରି ଗଜପତି ଜିଲ୍ଲା ଗଠନରେ ବିଜୁବାବୁଙ୍କ ଭୂମୀକା ସମ୍ପର୍କେ ଆଲୋଚନା କରାଯାଇଥିଲା । ଏହି ଅବସରରେ, ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ, ଯୁବ ବିଜେଡି ସଭାପତି ଲେଙ୍କା ସିମାଦ୍ରୀ, ଛାତ୍ର ବିଜେଜି ସଭାପତି ବିଶ୍ବଜିତ ତ୍ରିପାଠୀ, କାଶୀନଗର ଉପାଧ୍ୟକ୍ଷା ରଘୁରାମ ସାହୁଙ୍କ ସମେତ ବହୁ ସଂଖ୍ୟକ ବିଜେଡି ନେତା ଓ କର୍ମୀମାନେ ଉପସ୍ଥିତଥିଲେ ।
