ଗଞ୍ଜାମ ଜିଲ୍ଲା ଶାସ୍ତ୍ରୀ ନଗରରେ ଢୋଲ ବାଦ୍ୟ ମହୁରୀରେ ଦୁଲୁକିଲା ସାହାସପୁର ଦଣ୍ଡ ନାଚ ।
ଆସିକା:()(ଗଣେଶ ପାଣିଗ୍ରାହୀ ରିପୋର୍ଟ) ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ୧୭ ନମ୍ବର ୱାର୍ଡର ଶାସ୍ତ୍ରୀନଗର ସାହି କମିଟି ପକ୍ଷରୁ ସାହାସପୁର ଦଣ୍ଡ ନାଚ ଅନୁଷ୍ଠିତ ହୋଇଥିଲା । ଶନିବାର ଦିନ ପ୍ରତ୍ୟୁଷ ରେ ସାହାସପୁର ଦଣ୍ଡ ଦଳ କୁ ବିଧି ବିଧାନ ଅନୁଯାୟୀ ବରଣ କରାଯାଇ ମଧ୍ୟାହ୍ନ ରେ ଶାସ୍ତ୍ରୀ ନଗର ରେ ଧୂଳିଦଣ୍ଡ ଅପରାହ୍ନ ରେ ପାଣି ଦଣ୍ଡ ଓ ଅଗ୍ନି ଦଣ୍ଡ ହୋଇଥିଲା । ସନ୍ଧ୍ୟା ଆଳତି ସମୟ ରେ ଦେବ ଦେବ ମହାଦେବ ଓ ମହାକାଳି ଆଳତୀ ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ ଜମି ଥୂଲା ରାତି ରେ ପୌରନିକ ନାଟକ ” ସୁଭଦ୍ରା ମାଗୁଛି ସଂଖାସିନ୍ଦୁର ମଞ୍ଚସୁ ହୋଇଥିଲା । ଶାସ୍ତ୍ରୀ ନଗର କମିଟି ପକ୍ଷରୁ ସଭାପତି ଉମା ମହେଶ୍ବର ଦାସ, ଉପସଭାପତି ସୁନୀଲ କୁମାର ଗୌଡ, କୋଷାଧ୍ଯକ୍ଷ ତ୍ରିଲୋଚନ ପାତ୍ର, ଦୁଃଖୂ ଶ୍ୟାମ ଦାସ, ବିପିନ ବିହାରୀ ଦାଶ, କୃଷ୍ନ ପ୍ରିୟା ଦାଶ, ବୁଲୁ ମିଶ୍ର, ରାମ ଚନ୍ଦ୍ର ମିଶ୍ର, ର୍ନିମଲ କୁମାର ଦାସ, ରାଜେଶ କୁମାର ମିଶ୍ର, ଲୁନା ଦାଶ, ଶଙ୍କର ସାହୁ,ସନ୍ତୋଷ କୁମାର ସାମନୁରା,ପ୍ରଶାନ୍ତ ତ୍ରିପାଠୀ, ଲକ୍ଷ୍ମୀ କାନ୍ତି ପଟ୍ଟନାୟକ, ଆକୁଳ ବାଡତ୍ୟା, ଆର୍ତ୍ତତ୍ରାଣ ଦାସ, ନାରାୟଣ ସାହୁ,ମାନସ ରଞ୍ଜନ ସ୍ଵାଇଁ,ତାପସ ରଞ୍ଜନ ସ୍ବାଇଁ, ସନ୍ତୋଷ କୁମାର ମିଶ୍ର,ବାଳକୃଷ୍ଣ ସାହୁ,ଶ୍ରୀଧର ତ୍ରିପାଠୀ,ସୁଶାନ୍ତ ପାତ୍ର,ରଞ୍ଜନ କୁମାର ମିଶ୍ର, ରାଜେନ୍ଦ୍ର ମିଶ୍ର, ଶାସ୍ତ୍ରୀ ନଗର ଗ୍ରାମ ବାସୀ ବୃନ୍ଦ ସହଯୋଗ କରିଥିଲେ l ଗଣେଶ ପାଣିଗ୍ରାହୀ ରିପୋର୍ଟ
