ଲରମ୍ଭା କଲେଜରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।

ଲରମ୍ଭା କଲେଜରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।

ଲରମ୍ଭା କଲେଜରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକସ୍ଥିତ ଲରମ୍ଭା ମହାବିଦ୍ୟାଳୟ ଠାରେ ଓଡ଼ିଆପକ୍ଷ ପାଳନ ଅବସରରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ମହାନଦୀ ଭିଜନ ସେଣ୍ଟର ଅତାବିରା ଓ ମହାନଦୀ ନେତ୍ର ଚିକିତ୍ସାଳୟ, ଲେପ୍ରାପରିବାର ପଣ୍ଡାପାଲି ବୀରମହାରାଜପୁର ଜିଲ୍ଲା.ସୋନପୁର ଦ୍ୱାରା କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଅଛି | କଲେଜ ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଆଖିର ଯତ୍ନ ଓ ଅଧିକ ମୋବାଇଲ ବ୍ୟବହାର ଦ୍ୱାରା କିଭଳି ଦୃଷ୍ଟିଶକ୍ତି କମିଯାଉଛି ସେ ଉପରେ ଆଲୋଚିତ ହୋଇ ଶିବିରର ଶୁଭାରମ୍ଭ କରାଯାଇଥିଲା | ଏଥିରେ ୧୫୩ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ୫୬ ଜଣଙ୍କର ବିଭିନ୍ନ ଦୃଷ୍ଟି ବାଧିତ ସମସ୍ୟା ନିରୂପଣ କରାଯାଇ ଥିଲା | ଆବଶ୍ୟକତା ଦୃଷ୍ଟିରୁ ଦୁଇଟି ଦଳ ଗଠନ କରାଯାଇ ରୋଗନିରୂପଣ କରାଯାଇଥିଲା | ବିଭାଗର ପ୍ରକଳ୍ପ ତତ୍ୱାବଧାରକ ପ୍ରେମାନନ୍ଦ ପୂଜାରୀ, ଦୃଷ୍ଟି ପରୀକ୍ଷକ ଦେବାଶିଷ ମେହେର, ହିମାଂଶୁ ପର୍ଡିଆ,ରୋଶନୀମୟୀ ନାୟକ ସହଯୋଗୀ ଧଵଳେଶ୍ୱର କୁମ୍ଭାର ଓ ଗୋବର୍ଦ୍ଧନ ନାଏକ ଥିବାବେଳେ କଲେଜର ଏନ.ଏସ. ଏସ, ୱା. ଆର. ସି, ଏନ ସି. ସି ର ଅଧିକାରୀ ଡ଼. ଅଜିତ କୁମାର ନାଥ, ଗଣେଶ ସିଂ, କାଦମ୍ବିନୀ ଗୁରୁ, ବୀଣା ମେହେର, ସୁନୀଳ ପ୍ରଧାନ, ସରୋଜ କୁମାର ନାୟକ, ସହଯୋଗୀ ରଜତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ | ମହାବିଦ୍ୟାଳୟର ଅଧ୍ୟାପକ ମନୋରଞ୍ଜନ ତ୍ରିପାଠୀ, ପ୍ରଦୀପ ପଣ୍ଡା, ଶିଶିରସାହୁ ସମେତ ସ୍ବେଚ୍ଛାସେବୀ ମାନେ ସହଯୋଗ କରିଥିଲେ|