ଝିଅ ର ଜନ୍ମ ଦିନ ରେ ରକ୍ତ ଦାନ ଶିବିର ୩୬ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

ଝିଅ ର ଜନ୍ମ ଦିନ ରେ ରକ୍ତ ଦାନ ଶିବିର ୩୬ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

ଝିଅ ର ଜନ୍ମ ଦିନ ରେ ରକ୍ତ ଦାନ ଶିବିର ୩୬ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

ବରଗଡ-(ଭବାନୀ ଶଙ୍କର ପାଢ଼ୀ) ତା-୦୯-୦୪-୨୦୨୬ରିଖ (ଗୁରୁ ବାର)ବରଗଡ଼ ବ୍ଲକ ଅନ୍ତର୍ଗତ ଚକର କେନ୍ଦ ସ୍ଥିତ ବାଲ ଗୋପାଲ ଫୁଡ଼ ପ୍ରଡକ୍ଟ ୟୁନିଟ-୨ ଠାରେ ଗିରଧର ଅଗ୍ରୱାଲ ଓ ସଂଧ୍ୟା ଅଗ୍ରୱାଲ ଙ୍କ ଝିଅ ନୀତି ଅଗ୍ରୱାଲ ଙ୍କ ଜନ୍ମ ଦିନ ଅବସର ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଘର ର ମୂରବୀ ସ୍ବର୍ଗତ ମୋହନ ଅଗ୍ରୱାଲ ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ ପରେ ଶିବିର କୁ ବରେଣ୍ୟ ଅତିଥି ଭାବରେ ସୋସିଆଲ ମିଡ଼ିଆ ରେ ପରିଚିତ ଥିବା ଶ୍ରୀମତୀ ସୁଧା ଆଚାର୍ଯ୍ୟ ଓ ନୀତି ଅଗ୍ରୱାଲ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ବିଶିଷ୍ଟ ଅତିଥି ଭାବରେ ଶିଖର ଅଗ୍ରୱାଲ ,ନିଷ୍ଠା ପରିବାର ର ଉପଦେଷ୍ଟା ଉତ୍ତମ ଦାଶ, ମାନସ ଗୋସ୍ୱାମୀ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୬ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ନିଜ ଝିଅ ର ଜନ୍ମ ଦିନ କୁ ସ୍ମରଣୀୟ କରିବା ପାଇଁ ଏତେ ଖରା ସତ୍ତ୍ୱେ ଏକ ରକ୍ତ ଦାନ ଶିବିର ଆୟୋଜନ କରିବା ବାସ୍ତବରେ ସମାଜ ପାଇଁ ଏକ ଅନନ୍ୟ ଉଦାହରଣ। ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ବାଲ ଗୋପାଲ ଫୁଡ ପ୍ରଡକ୍ଟ ର ଟିମ। ପୁରା ଟିମ, ରକ୍ତ ଦାତା,ସହଯୋଗୀ,ଶୁଭେଛୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ। ପରିଶେଷ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ବାଲ ଗୋପାଲ ଫୁଡ ପ୍ରଡକ୍ଟ କୁ ଉପଢ଼ୌକନ, ପୁଷ୍ପ ଗୁଚ୍ଛ ଓ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।