ଓଡିଆ ପକ୍ଷ ପାଳନ ଅବସରରେ କୋରାପୁଟରେ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ

ଓଡିଆ ପକ୍ଷ ପାଳନ ଅବସରରେ କୋରାପୁଟରେ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ

ଓଡିଆ ପକ୍ଷ ପାଳନ ଅବସରରେ କୋରାପୁଟରେ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ

କୋରାପୁଟ: ଓଡିଆ ପକ୍ଷ ପାଳନ ଅବସରରେ କୋରାପୁଟ ସ୍ପୋର୍ଟସ କମ୍ପ୍ଲେକ୍ସରେ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ଗଣଦୌଡ଼ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ।ଏହି ଗଣଦୌଡ଼ରେ ବରିଷ୍ଠ, ଭିନ୍ନକ୍ଷମ, ପୁରୁଷ ଓ ମହିଳା ବିଭାଗର ଅନେକ ପ୍ରତିଯୋଗୀ ଭାଗ ନେଇଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।ବରିଷ୍ଠ ବିଭାଗରେ ତ୍ରିନାଥ ଗୁରୁ ପ୍ରଥମ, ବଳରାମ ପ୍ରଧାନ ଦ୍ୱିତୀୟ ଓ ସରୋଜ କୁମାର ରଥ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଭିନ୍ନକ୍ଷମ ବିଭାଗରେ ରଞ୍ଜିତ ଭତ୍ରା ପ୍ରଥମ, ଏ. ମୁଦୁଲି ଦ୍ୱିତୀୟ ଓ ପଦଲାମ ଚାପାଡ଼ି ତୃତୀୟ ସ୍ଥାନ ପାଇଥିଲେ।ପୁରୁଷ ବିଭାଗରେ ଜିପୁ କଦମସେଠ ପ୍ରଥମ, ଶୁଭମ ସୁବୁଦ୍ଧି ଦ୍ୱିତୀୟ ଓ ଅବଳା ସୁକ ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ମହିଳା ବିଭାଗରେ ଅପରାଜିତା ଖିଲୋ ପ୍ରଥମ, ବୈଶାଳୀ ବିଶୋଇ ଦ୍ୱିତୀୟ ଓ ଯମୁନା ବାହାଦୁର ତୃତୀୟ ସ୍ଥାନ ଲାଭ କରିଥିଲେ।ପରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ମାଛ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ଓ ଡେପୁଟି କଲେକ୍ଟର ସୌରଞ୍ଜିତା ମାଝୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।ଜିଲ୍ଲା କ୍ରୀଡା ଅଧିକାରୀ ଜ୍ଞାନଜିତ ତ୍ରିପାଠୀ କାର୍ଯ୍ୟକ୍ରମଟିକୁ ସୁଚାରୁ ଭାବେ ପରିଚାଳନା କରିଥିଲେ।