ଚାଷୀଙ୍କ କାମରେ ଆସୁନି ଉଠା ଜଳସେଚନ ପ୍ରକଳ୍ପ । ଆର, ଉଦୟଗିରି୧୧/୦୩ (ନି.ସୂ) କୃଷକର ଉନ୍ନତି ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା କରାଯାଉଛି। ମାତ୍ର ବାସ୍ତବରେ ଏହି ଯୋଜନା କେତେ କାମରେ ଲାଗୁଛି, ତାକୁ ସଠିକ୍ ଭାବରେ ତଦାରଖ କରିବା ପାଇଁ ପ୍ରଶାସନିକ ସ୍ତରରେ କେଉଁଠି ନା କେଉଁଠି ଇଚ୍ଛାଶକ୍ତିର ଅଭାବ ରହୁଛି। ଚାଷୀଙ୍କ କ୍ଷେତକୁ ସହଜରେ ପାଣି ଯୋଗାଇଦେବା ପାଇଁ ବସା ଯାଇଥିବା ଉଠା ଜଳସେଚନ ପଏଣ୍ଟ୍ ଅନେକ ଦିନ କାର୍ଯ୍ୟକ୍ଷମ ନହୋଇ ତାହା ଅକାମୀ ହୋଇ ପଡିଛି। କୃଷକ ଦେଶର ମେରୁଦଣ୍ଡ। କୃଷକ ଉନ୍ନତିରେ ଦେଶ ପ୍ରଗତି। ତେଣୁ କୃଷକ ମାନଙ୍କ ଉନ୍ନତି ତଥା ଉନ୍ନତ ଧରଣର ଚାଷ ପ୍ରଣାଳୀ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଚାଷଜମି ଗୁଡ଼ିକ ଜଳ ସେଚିତ ହୋଇପାରିଲେ ସୁବିଧାରେ ଅଧିକ ପରିମାଣରେ ଫସଲ ଅମଳ ହେବା ସହ ଚାଷୀଙ୍କର ଉନ୍ନତି ହୋଇପାରିବ। ତେଣୁ, ଜମି ଗୁଡ଼ିକକୁ ଜଳସେଚନ ସୁବିଧା କରିବାକୁ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରିବାକୁ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରି ଅନୁଦାନ ଦେଉଛନ୍ତି। କିନ୍ତୁ, ବିଭାଗୀୟ କର୍ମଚାରୀଙ୍କ ଅପାରଗତା, ଦାୟିତ୍ୱହୀନତା ଯୋଗୁଁ ଯୋଜନାର ସୁଫଳ ଚାଷୀଙ୍କୁ ମିଳିପାରୁନଥିବା ଅଭିଯୋଗ ହେଉଛି। ଯାହାର ଜ୍ୱଳନ୍ତ ଉଦାହରଣ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ଅଧୀନରେ ଥିବାସମ୍ବଲପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏନ୍. ଝାଲରସିଂ ଗ୍ରାମରେ ଦେଖିବାକୁ ମିଳିଛି। ଚାଷୀଙ୍କ ଜମିରେ ପାଣି ମାଡ଼ିବା ପାଇଁ ଉଠା ଜଳସେଚନ ବିଭାଗ ପକ୍ଷରୁ ପ୍ରକଳ୍ପ ନିର୍ମାଣ କରାଯାଇଥିଲେ ମଧ୍ୟ ଚାଷ ଜମିରେ ପାଣି ମାଡ଼ି ପାରୁନାହିଁ। ପୂର୍ବ ବିଜଦ ସରକାର ସମୟରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା। ନିୟମ ଅନୁଯାୟୀ ପ୍ରକଳ୍ପ ନିକଟରେ ସୂଚନା ଫଳକ ଉନ୍ମୋଚିତ ହେବା ବାଧ୍ୟତାମୂଳକ କିନ୍ତୁ, କାର୍ଯ୍ୟସ୍ଥଳରେ ପ୍ରକଳ୍ପ କାର୍ଯ୍ୟର ଫଳକ ନାହିଁ। ଅଞ୍ଚଳର ଚାଷୀ ଅଭିଯୋଗ କରିଛନ୍ତି ଯେ, ପ୍ରକଳ୍ପ କାର୍ଯ୍ୟ ସମ୍ପାଦନା ହୋଇଥିଲେ ସୁଦ୍ଧା ଚାଷୀଙ୍କ ଜମିକୁ ଜଳସେଚନ ସୁବିଧା ମିଳିପାରୁ ନାହିଁ। ଜଳ ସେଚନ ପ୍ରକଳ୍ପ ଥାଇ ମଧ୍ୟ କାର୍ଯ୍ୟକ୍ଷମ ନହେବା ଚାଷୀକୂଳ ପରିବାରଙ୍କୁ ନିରାଶ କରିଛି। କୃଷକଙ୍କ ବିକାଶ ପାଇଁ ସରକାରଙ୍କ ଅନେକ ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ ପୂରଣ ହୋଇପାରୁନି ଆବଶ୍ୟକତା। ରାଜ୍ୟର ଅଣଜଳସେଚିତ ଅଞ୍ଚଳରେ ଚାଷୀଙ୍କୁ ଜଳ ଯୋଗାଣ ପାଇଁ ସରକାରଙ୍କ ରହିଛି ଉଠା ଜଳସେଚନ ବିଭାଗ। ହେଲେ କାର୍ଯ୍ୟକାରିତା ଫଳ ଶୂନ। କ୍ଷେତକୁୁ ପାଣି ନମିଳିବାରୁ ହତାଶରେ ଚାଷୀକୂଳ। ଚାଷୀ ମାନଙ୍କ ସମସ୍ୟା ଉପରେ ଆଗକୁ ନୂତନ ସରକାରଙ୍କ କଣ ଆଭିମୁଖ୍ୟ ରହୁଛି, ଏଦିଗରେ କି ପଦକ୍ଷେପ ନେଉଛନ୍ତି ତାହା ଉପରେ ନଜର ରହିଛି।
Related Posts

ଚନ୍ଦ୍ରପୁର ବ୍ଲକର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କରତ୍ରୟୋଦଶତମ ବ୍ଲକସ୍ତରୀୟ ମାସିକ ଆଲୋଚନାଚକ୍ର
ଚନ୍ଦ୍ରପୁର ବ୍ଲକର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କରତ୍ରୟୋଦଶତମ ବ୍ଲକସ୍ତରୀୟ ମାସିକ ଆଲୋଚନାଚକ୍ର ରାୟଗଡା : ଆଦିବାସୀ ଅଧ୍ୟୁଷିତ ଅଞ୍ଚ ଳର ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ଏସ୍…

ପାରମ୍ପରିକ ଲୋକ କଳାକାର ମହାସଂଘ ତରଫରୁ ରାଜ୍ୟରେ ଏକ ଲକ୍ଷ କଳାକାରଙ୍କୁ ଭତା ମଞ୍ଜୁରୀ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ
ପାରମ୍ପରିକ ଲୋକ କଳାକାର ମହାସଂଘ ତରଫରୁ ରାଜ୍ୟରେ ଏକ ଲକ୍ଷ କଳାକାରଙ୍କୁ ଭତା ମଞ୍ଜୁରୀ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ …………………………………….କନ୍ଧମାଳ :- (ରିପୋର୍ଟର କୁନା ଦିଗାଲ…

ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର: ୭୧ୟୁନିଟ ରକ୍ତ ସଂଗ୍ରହ ।
ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର: ୭୧ୟୁନିଟ ରକ୍ତ ସଂଗ୍ରହ । ବରଗଡ଼ ୧୪/୦୯:- ଅତାବିରା ବ୍ଲକ ଟାଙ୍ଗରପାଲି ଗ୍ରାମପଞ୍ଚାୟତ ରାଜୀବ ଭବନ ଠାରେ ଆଜି ବରଗଡ଼…