ରାମନାଗୁଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିର ଓ ସାହିତ୍ୟ ସଭା ଅନୁଷ୍ଠିତ

ରାମନାଗୁଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିର ଓ ସାହିତ୍ୟ ସଭା ଅନୁଷ୍ଠିତ

ରାମନାଗୁଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିର ଓ ସାହିତ୍ୟ ସଭା ଅନୁଷ୍ଠିତ

ରାୟଗଡ( info media)ଓଡ଼ିଶା ପ୍ରଦେଶ ଗଠନର ସ୍ମୃତି ଚାରଣ କରି ଆଜି ସାରା ରାଜ୍ୟରେ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ରାମନାଗୁଡା ବ୍ଲକ ପ୍ରଶାସନ ପକ୍ଷରୁ ସମ୍ମିଳନୀ କକ୍ଷ ଠାରେ ଏକ ରକ୍ତଦାନ ଶିବିର, ସାହିତ୍ୟ ସଭା ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ସମବେତ ଗାନ କରାଯାଇଥିଲା।ସ୍ଥାନୀୟ ଗୁଣପୁର ରକ୍ତ ଭଣ୍ଡାର ରେ ରକ୍ତ ଅଭାବ କୁ ଦୃଷ୍ଟି ରେ ରଖି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଉପାଧ୍ୟକ୍ଷା ଜାନକୀ ନିମାଲା,ଜିଲ୍ଲା ପରିଷଦ ସଦସ୍ୟ ତଙ୍ଗୁଡ଼ୁ ଶ୍ରୀଧର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ,ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ ,ସିଡିପିଓ ଅଞ୍ଜଳି ମହାପାତ୍ର ପ୍ରମୁଖ ଙ୍କ ଉପସ୍ଥିତିରେ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି।ରକ୍ତଦାନ ହିଁ ଜୀବନ ଦାନ ଏବଂ ଓଡ଼ିଶାର ପ୍ରଗତି ପାଇଁ ସେବା ଓ ତ୍ୟାଗ ଅପରିହାର୍ଯ୍ୟ ବୋଲି ଅତିଥି ମାନେ ନିଜ ବକ୍ତବ୍ୟ ରେ କହିଥିଲେ। ଶିବିରରେ ବହୁ ସଂଖ୍ୟାରେ ଯୁବକଯୁବତୀ ,ସରକାରୀ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ମୋଟ ୨୨ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା।ଏଥି ସହ ସାହିତ୍ୟ ସଭା ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।”ଓଡ଼ିଆ ଭାଷା ସାହିତ୍ୟର ସ୍ଥିତି ଓ ଓଡ଼ିଶା ପ୍ରଦେଶ ଗଠନ ରେ ଓଡ଼ିଆ ସାହିତ୍ୟ ର ଭୂମିକା” ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବିଶିଷ୍ଟ ସାହିତ୍ୟିକ ପ୍ରତାପ ରାୟ, ଯୁବ ସାହିତ୍ୟିକ ଦେବାଶିଷ ମହାପାତ୍ର, ସାହିତ୍ୟିକା ସନ୍ଧ୍ୟାରାଣୀ ପଟ୍ଟନାୟକ ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ ପ୍ରମୁଖ ମଞ୍ଚାସିନ ଥିଲେ।ଅତିଥି ମାନେ ଓଡ଼ିଶା ପ୍ରଦେଶ ଗଠନ ରେ ଓଡ଼ିଆ ସାହିତ୍ୟ ଭୂମିକା ଓ ବର୍ତ୍ତମାନ ଓଡ଼ିଆ ସାହିତ୍ୟ ସ୍ଥିତି,ଓଡ଼ିଆ ଭାଷାର ଗୌରବମୟ ଇତିହାସ ଏବଂ ଭବିଷ୍ୟତର ଆହ୍ୱାନ ଉପରେ ଆଲୋକପାତ କରିଥିଲେ।ଏହି ଆଲୋଚନା ଚକ୍ର ରେ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ,ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ,ଆୟୁଷ ଡିଗ୍ରୀ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଯୋଗଦେଇ ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ଅଶ୍ଵିନୀ ତ୍ରିପାଠୀ ଓ ରମେଶ ମିଶ୍ର ମଞ୍ଚ ସଂଯୋଜନା କରିଥିଲେ।କାର୍ଯ୍ୟକ୍ରମ ପରିଚାଳନା ରେ ଯୋଗାଣ ଅଧିକାରୀ ଶଙ୍କର ବେହେରା,ସାମାଜିକ ସୁରକ୍ଷା ଅଧିକାରୀ ଥୋମାସ ତାଣ୍ଡାସି, ଅର୍ଥ ଅଧିକାରୀ ନୀଳକଣ୍ଠ ଶବର , ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁସ୍ମିତା ରଥ,ବିପିସି ସନ୍ତୋଷ ରତ୍ନାଲୁ ,ଗଣେଶ ପ୍ରସାଦ ଦାସ,ଦିବ୍ୟଜିତ ଉଲ୍ଲକା ସହଯୋଗ କରିଥିଲେ।ପରିଶେଷରେ ଅକ୍ଷୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ