ଓଡ଼ିଶା ରାଜ୍ୟ ମହିଳା ଆୟୋଗ ସ୍ୱପ୍ନା ମହାନ୍ତିଙ୍କ ଦ୍ଵାରା ସମ୍ମାନିତ ହେଲେ କାର୍ଯ୍ୟରତ ମହିଳା ସାମ୍ବାଦିକା ରେଣୁବାଳା ବେହେରା ।

ଗଜପତି,୧.୪(ମନୋଜ ପାଢ଼ୀ):-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିର୍ଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସଭାଗୃହ ଠାରେ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ସ୍ୱପ୍ନା ମହାନ୍ତି,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି, ତିରୁପତି ରାଓ, ଜେ .ଜେ ସଦସ୍ୟା ଭାଗ୍ୟଲକ୍ଷ୍ମୀ ନାୟକ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ମନୋରମା ଦେବୀ,ଗୋଶାଣୀ ବ୍ଳକ ଅଧ୍ୟକ୍ଷ ଏନ ବୀରରାଜୁ ପ୍ରମୁଖଙ୍କ ଉପସ୍ଥିତିରେ ଗଜପତି ଜିଲ୍ଲାର ଏକମାତ୍ର କାର୍ଯ୍ୟରତ ସାମ୍ବାଦିକା ରେଣୁବାଳା ବେହେରାଙ୍କୁ ପୁଷ୍ପଗୁଛ, ଉପଢୌକନ ମାନପତ୍ର ଓ ଫୋମେଣ୍ଟ ଦେଇ ସମ୍ମାନିତ କରାଯାଇଛି। ତାଙ୍କର ଆଦର୍ଶ ଅବଦାନ ସମ୍ବାଦିକତା ମୁଖ୍ୟତଃ ଅନ୍ତଦୃଷ୍ଟି ସମ୍ପର୍ଣ୍ଣ ପ୍ରତିବେଦନ ସମାଜକୁ ଦିଗ ଦର୍ଶନ ପଥ ପଦର୍ଶକ ଯାହାକି ନାଗରିକଙ୍କୁ ଅବଗତ ଓ ଉତ୍ସ।ହିତ କରୁଛି।।ତାଙ୍କର ଏକ ନିଷ୍ଠାପୂର୍ଣ୍ଣ ସେବା ଓ ଉତ୍କୃଷ୍ଟ କାର୍ଯ୍ୟ ଦକ୍ଷତାକୁ ସ୍ୱୀକୃତି ଜଣାଇ ଗଜପତି ଜିଲ୍ଲାରେ ଏକ ମାତ୍ର କାର୍ଯ୍ୟରତ ମହିଳା ସାମ୍ବାଦିକତ। କରୁଥିବାରୁ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ତାଙ୍କର ସାହସ ଧୋର୍ଯ୍ୟ ,ସହନଶୀଳତାକୁ ଭୁୟସ ପ୍ରଶଂସା କରାଯାଇଛି।