ପାରଳାର ପ୍ରସିଦ୍ଧ ଗଜାମୁହାଁ ପର୍ବ ।

ପାରଳାର ପ୍ରସିଦ୍ଧ ଗଜାମୁହାଁ ପର୍ବ ।

ପାରଳାର ପ୍ରସିଦ୍ଧ ଗଜାମୁହାଁ ପର୍ବ ।

ଗଜପତି,୧.୪(ମନୋଜ ପାଢ଼ୀ)-: ବାରମାସରେ ତେର ପରବ ବୋଲି କୁହାଯାଉଥିବା ଆମ ରାଜ୍ଯର ପ୍ରେତ୍ୟକ କୋଣ ଅନୁକୋଣରେ କିଛି ନା କିଛି ସ୍ଥାନୀୟ ପୂଜାପର୍ବ ପାଳନ କରାଯାଏ । ଆଉ ଏସବୁ ପୂଜାପର୍ବର ସ୍ଥାନୀୟ ବିଶେଷତଃ ଅଲଗା ଅଲଗା ରହିଥାଏ l ଏହିପରି ଏକ ନିଆରା ପର୍ବ ହେଉଛି । ପାରଳାଖେମୁଣ୍ଡିର ଗଣପର୍ବ ଗଜାମୁହାଁ । ଆଉ ଏଥିପାଇଁ ଚୈତ୍ର ମାସର ପ୍ରତିଟି ମଙ୍ଗଳ ବାରରେ ଉତ୍ସବମୁଖର ହୁଏ ଏଠାକାର ପ୍ରେତ୍ୟକ ଗଳି କନ୍ଦି । ଚୈତ୍ର ମାସରେ ବାସନ୍ତୀକ ଦୁର୍ଗାପୂଜା ସହ ମା’ଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇ ଉଠେ ଧରାପୃଷ୍ଠ । ତା ସହିତ ତାଳ ଦେଇ ପାରଳାଖେମୁଣ୍ଡି ସହର ମଧ୍ୟ ହୁଏ ଚଳଞ୍ଚଚଳ । ସାହି ସାହିରେ ବାହାରେ ଗଜାମୁହାଁ । ବସନ୍ତ ର ମଳୟ ସାଙ୍ଗକୁ ଶଙ୍ଖ, ହୁଳହୁଳି, ବାଦ୍ୟ ଧ୍ବନୀ ଲୋକଙ୍କ ମନରେ ଭରିଦିଏ ଏକ ଅଲଗା ଉନ୍ମୋଦନା । ବାହାରେ ରହୁଥିବା ପାରଳା ବାସିନ୍ଦା ମାନେ ମଧ୍ୟ ବହୁ ସଂଖ୍ୟାରେ ଆସି ସାମିଲ ହୋଇଥାନ୍ତି ଏଥିରେ ।

କାହିଁ କେଉଁ କାଳରୁ ପାଳିତ ହୋଇଆସୁଥିବା ଏହି ପର୍ବରେ ଗୁଡ଼ ପାଗ ହୋଇଥିବା ଲିଆ ର ଏକ ବିରାଟ ମୁଁହା ରେ ମା’ଙ୍କ ପ୍ରତିମାକୁ ସ୍ଥାପନ କରି ପୂଜା କରାଯାଏ । ଭକ୍ତମାନେ ଏହି ପ୍ରତିମାକୁ ଧରି ନାଚି ନାଚି ବୁଲନ୍ତି । ପ୍ରେତ୍ୟକ ଘର ଦାଣ୍ତ ରେ ଗ୍ରୁହିଣୀ ମାନେ ହଳଦି ପାଣି ରେ ମୁହାଁଧାରୀ ଙ୍କ ଗୋଡ଼ ଧୋଇ ମା’ଙ୍କ ପୁଜାର୍ଚ୍ଚନା କରନ୍ତି । ଏହି ବର୍ଷ ଚୈତ୍ର ମାସ ଶେଷ ମଙ୍ଗଳବାର ଓ ଏପ୍ରିଲ ୧ ଉଭୟ ପାଖାପାଖି ମଙ୍ଗଳ ରାତି ବୁଧ ପାହାନ୍ତି ରେ ପଡିଥିବା ଯୋଗୁଁ ପାରଳାଖେମୁଣ୍ଡି ସହର ଚଳଚଞ୍ଚଳ ହୋଇ ଉଠିଥିଲା । କେଉଁ ଆଦି କାଳରୁ ପାଳିତ ଏହି ପୂଜା ଆଧୁନିକତାର ଛାପରେ ଲୋପ ପାଇଯାଇ ନାହିଁ, ବରଂ ଅଧିକ ସୁନ୍ଦର ଓ ଆକ୍ରୁଷ୍ଟ ହୋଇଛି । ପରପଂରା ରୁ ପାଳିତ ହୋଇଆସୁଥିବା ବେଳେ ସ୍ଥାନୀୟ ଲୋକମାନେ ଅର୍ଥ ଯୋଗାଡ଼ କରି ବର୍ଷକୁ ବର୍ଷ ନୂଆ ନୂଆ ଡିଜାଇନ ସବୁ ବ୍ୟବହାର କରି ପୂଜାକୁ ଅଧିକ ଆକର୍ଷଣ କରୁଥିବା ଦେଖିବାକୁ ମିଳିଛି । ଚଳିତ ଥର ମାଙ୍କ ଗଜାମୁହାଁରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ର ମୁଖ୍ୟ ବିନ୍ଧାଣୀ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା ।

ରାଜାଙ୍କ ପ୍ରତିମୂର୍ତ୍ତି ମୁକୁଟ ରେ ମାଆ ଙ୍କୁ ସ୍ଥାପନ କରି ସୁନ୍ଦର ଗଜାମୁଆ ତିଆରି ହୋଇଥିଲା । ଯାହା କି ୪୦ ରୁ ୫୦କିଲୋ ଓଜନ ବିଶିଷ୍ଟ । ଏହା ସହିତ ସହରର ବିଭିନ୍ନ ସାହି ରେ ମଧ୍ୟ ବହୁ ଆଡମ୍ବର ସହ ଗଜାମୂଆ ପର୍ବ ପାଳିତ ହୋଇଛି ।