ପତିଆଳପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ,
ନୂଆପଡା ୧୧/୦୩ ଓମ ପ୍ରକାଶ ଚୌଧୁରା ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ପତିଆଳପଡା ଉଚ୍ଚ ପ୍ରାଥମିକ ବିଦ୍ଯାଳୟର ବାର୍ଷିକ ଉତ୍ସବ ମଙ୍ଗଳ ବାର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏ ଅବସରରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଧନେଶ୍ୱର ବଞ୍ଜରାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାକାର୍ଯ୍ୟରେ ଶ୍ରୀଯୁକ୍ତ ଅଶୋକ ରାୟ, ଶ୍ରୀଯୁକ୍ତ ଲୋମଶ ସା, ଶ୍ରୀମତୀ ଯଶୋଦା ନାୟକ, ଶ୍ରୀଯୁକ୍ତ ଆଶିଷ କୁମାର ଭୋଇ ମଞ୍ଚାସିନ ଥିଲେ। ଶିକ୍ଷା ହିଁ ଏକ ସୁସ୍ଥ ସମାଜ ଗଠନର ମୂଳ ଆଧାର ା ତେଣୁ ଶିକ୍ଷା ମାଧ୍ଯମରେ ସମାଜକୁ ଆଗେଇ ନିଆଯାଇ ପାରିବ ବୋଲି ଏ ଅବସରରେ ଅତିଥି ମାନେ ସାମୁହିକ ମତବ୍ଯକ୍ତ କରିଥିଲେ l ପ୍ରାରମ୍ଭରେ ସହଶିକ୍ଷକ ଶ୍ରୀଯୁକ୍ତ ଲୋମଶ ସା ସମସ୍ତଙ୍କୁ ସ୍ବାଗତ କରିବା ସହ ପରିଚୟ ପ୍ରଦାନ କରିଥିଲେ । ଛାତ୍ର ଛାତ୍ରୀ ଓ ସହକାରୀ ଶିକ୍ଷକ ଗଣ ଅତିଥି ମାନଙ୍କୁ ଫୁଲ ଚନ୍ଦନ ଓ ଓପ ଢୌକନ ଦେଇ ସମ୍ମର୍ଦ୍ଧିତ କରିଥିଲେ । ପରେ ଅତିଥିଗଣ ଦ୍ୱାରା ଦେବ ପୂଜନ ହେଲାପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ।ସହ ଶିକ୍ଷକ ଶ୍ରୀଯୁକ୍ତ ଲୋମଶ ସାଙ୍କ ନିର୍ଦେଶନାରେ ଛାତ୍ରୀଗଣ ସୁ ଲଳିତ କଣ୍ଠରେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିବା ବେଳେ ଏହାକୁ ଶିକ୍ଷକ ଶ୍ରୀଯୁକ୍ତ ଲୋମସ ସା ସଭାକାର୍ଯ୍ୟ ପରିଚାଳନା କରିଥିଲେ ା ସଭା ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ କରାଯାଇଥିବା ବେଳେ ଶେଷରେ ଶିକ୍ଷୟିତ୍ରୀ ଶ୍ରୀମତୀ ଯଶୋଦା ନାୟକ ଧନ୍ଯବାଦ ଅର୍ପଣ କରିଥିଲେ। ା ଉକ୍ତ କାର୍ଯ୍ୟକ୍ରମରେ ଅଭିଭାବକ, ଅଭିଭାବିକା ତଥା ଗ୍ରାମର ପ୍ରାୟ ପାଞ୍ଚଶହ ଭଦ୍ର ବ୍ୟକ୍ତି ଉପସ୍ଥିତ ହୋଇଥିଲେ । ବିଦ୍ୟାଳୟର ଶ୍ରେଣୀ କୋଠରୀରେ ଆମ ସଂସ୍କୃତି ଆମ ଖେଳଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପିଲାମାନଙ୍କ ଦ୍ୱାରା ଘଣ୍ଟ ପରିବେଷଣ କରାଯାଇଥିଲା।