ସାଇକେଲରେ ବିଦ୍ୟାଳୟ ଯାଉଥିଲେ ଦୁଇ ଛାତ୍ର, ପାଚେରିରେ ପିଟି ହୋଇ…

ସାଇକେଲରେ ବିଦ୍ୟାଳୟ ଯାଉଥିଲେ ଦୁଇ ଛାତ୍ର, ପାଚେରିରେ ପିଟି ହୋଇ…

ସାଇକେଲରେ ବିଦ୍ୟାଳୟ ଯାଉଥିଲେ ଦୁଇ ଛାତ୍ର, ପାଚେରିରେ ପିଟି ହୋଇ…

ଗଜପତି,୨୬ା୩(ମନୋଜ ପାଢ଼ୀ): ସାଇକେଲରେ ବିଦ୍ୟାଳୟକୁ ଯିବା ବେଳେ ପାଚେରିରେ ପିଟି ହୋଇ ଦୁଇ ଛାତ୍ର ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ରାମଗିରି ଗ୍ରାମରେ।ସୂଚନାନୁଯାୟୀ, ଆର୍‌ ଉଦୟଗିରି ବ୍ଲକ ଅନଘା ପଞ୍ଚାୟତ ରାଉଳପଡ଼ା ଗାଁର ଦୁଇ ଛାତ୍ର ରାମଗିରି ହାଇସ୍କୁଲକୁ ସାଇକେଲ ଯୋଗେ ଆସୁଥିଲେ। ହେଲେ ନୂଆସାହି ନିକଟସ୍ଥ ଏକଲବ୍ୟ ବିଦ୍ୟାଳୟ ପାଚେରିରେ ଧକ୍କା ଦେଇଥିଲେ ଦୁଇ ଛାତ୍ର। ସେଠାରେ ଥିବା କିଛି ସ୍ଥାନୀୟ ଲୋକେ ଦୁଇଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ରାମଗିରି ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ। ଗୁରୁତର ଥିବା ଦୁଇ ଛାତ୍ର ବାଙ୍କେଶ୍ୱର ପ୍ରଧାନ ଓ ଶୁଭମ ପ୍ରଧାନଙ୍କୁ ଡାକ୍ତର ଅଧିକା ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ସ୍ଥାନାନ୍ତର କରିଥିଲେ। ହେଲେ ଆମ୍ବୁଲାନ୍ସ ନ ମିଳିବା ହେତୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଏକ ଭଡ଼ା ଗାଡ଼ି ମାଧ୍ୟମରେ ବ୍ରହ୍ମପୁର ବଡ଼ ମେଡିକାଲକୁ ନେଲେ। ସବୁଠୁ ବଡ଼ କଥା ହେଉଛି ଏହି ଦୁଇ ଛାତ୍ର ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢୁଥିଲେ। ହେଲେ କିଛି ସିନିଅର ଛାତ୍ର ର଼୍ୟାଗିଂ କରିବା ହେତୁ ହଷ୍ଟେଲରେ ନ ରହି ଗାଁରୁ ବିଦ୍ୟାଳୟ ପାଖାପାଖି ୬ କିଲୋ ମିଟର ସାଇକେଲରେ ଯିବା ଆସିବା କରୁଥିଲେ। ଏମିତି କି ବିଦ୍ୟାଳୟରେ ନୂତନ ଭାବେ ନିର୍ମାଣ ହୋଇଥିବା ହଷ୍ଟେଲରେ କୌଣସି ପ୍ରକାର ବ୍ୟବସ୍ଥା ନ ଥିବାରୁ ହଷ୍ଟେଲରେ ଛାତ୍ରୀଛାତ୍ର ରହି ପାରୁନାହାନ୍ତି। ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ପାଇଁ ଏପରି ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏହା ସବୁ ଭିତ୍ତିହୀନ ବୋଲି କହିଛନ୍ତି।