ଅଡବା ଥାନା ପକ୍ଷରୁ ୭୦ କେଜି ଚୋରା ଗଞ୍ଜେଇ ଜବତ ଏବଂ ଏଥିରେ ଜଣେ ଗିରଫ

ଅଡବା ଥାନା ପକ୍ଷରୁ ୭୦ କେଜି ଚୋରା ଗଞ୍ଜେଇ ଜବତ ଏବଂ ଏଥିରେ ଜଣେ ଗିରଫ

ଅଡବା ଥାନା ପକ୍ଷରୁ ୭୦ କେଜି ଚୋରା ଗଞ୍ଜେଇ ଜବତ ଏବଂ ଏଥିରେ ଜଣେ ଗିରଫ

ଗଜପତି,୨୪.୩(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଅଡବା ଥାନା ପକ୍ଷରୁ ୭୦ କେଜି ଚୋରା ଗଞ୍ଜେଇ ଜବତ କରାଯିବା ସହ ଏ ସଂକ୍ରାନ୍ତରେ ଜଣକୁ ଗିରଫ କରାଯାଇଛି।ଆର: ଉଦୟଗିରି ଥାନା ଏସ:ଡି:ପିଓ: ଙ୍କ ଶ୍ରୀ ରାକେଶ କୁମାର ସାହୁ’ଙ୍କ ନେତୃତ୍ୱରେ ଅଡବା ଥାନାର ପୋଲିସ କର୍ମଚାରୀ ବୁଢ଼ାଡିହା ଗ୍ରାମରେ ଚଢ଼ାଉ କରାଯାଇ ୭୦ କେଜି ଚୋରା ଗଞ୍ଜେଇ ଜବତ କରାଯାଇଛି । ଏ ସଂକ୍ରାନ୍ତରେ ଅଭିଯୁକ୍ତ ଆନ୍ଦ୍ରିୟ ମଣ୍ଡଳ ନାମ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ଆନ୍ଦ୍ରିୟ ଗଞ୍ଜେଇ ସବୁ ଧରି ମୁଖ୍ୟରାସ୍ତା କଡ଼ରେ ଥିବା ବେଳେ ପୋଲିସ ଚଢାଉ କରି ଗଞ୍ଜେଇ ସହ ଅଭିଯୁକ୍ତ ଆନ୍ଦ୍ରୀୟ କୁ ଗିରଫ କରାଯାଇଛି ।ଏ ସଂକ୍ରାନ୍ତରେ ଅଡବା ଥାନା ମାମଲା ନଂ- ୬୬/୨୬ ତା:- ୨୩/୩/୨୦୨୬ ରେ ଏନ:ଡି:ପି:ଏସ: ଆଇନର ୨୦ (ଖ) (ii) (ଗ)/୨୯ ଅନ୍ତର୍ଗତରେ ରହିଛି ।