ପାରଳାଖେମୁଣ୍ଡି ରେ ବିଜେପି ର ମିଶ୍ରଣ ପର୍ବ ।

ପାରଳାଖେମୁଣ୍ଡି ରେ ବିଜେପି ର ମିଶ୍ରଣ ପର୍ବ ।

ପାରଳାଖେମୁଣ୍ଡି ରେ ବିଜେପି ର ମିଶ୍ରଣ ପର୍ବ ।

ଗଜପତି,୨୨.୩(ମନୋଜ ପାଢ଼ୀ)-: ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ବିଜେପିର ନିର୍ବାଚନ ମଣ୍ଡଳୀ ସ୍ତରୀୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପୁର୍ବତନ ଜିଲ୍ଲା ବିଜେଡ଼ି ସଭାପତି ଏସ୍ ଲିଙ୍ଗରାଜ୍ ସମେତ ପୁର୍ବତନ ବ୍ଳକ ଉପାଧ୍ୟକ୍ଷ, ବହୁ ସରପଞ୍ଚ ସମିତିସଭ୍ୟ ପୁର୍ବତନ ସମିତି ସଭ୍ୟ, ସରପଞ୍ଚ ଏବଂ ବିଜେଡି ଓ କଂଗ୍ରେସର ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ପୁର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଙ୍କ ଉପସ୍ଥିତିରେ ରାଜ୍ୟ ଉପସଭାପତି କେ ନାରାୟଣ ରାଓଙ୍କ ନେତୃତ୍ୱରେ ଗୋଷାଣୀ ଓ କାଶୀନଗର ବ୍ଳକ ଅଞ୍ଚଳର ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ବିଜୁ ଜନତା ଦଳ ତାର ପୁର୍ବ ଚିନ୍ତାଧାରାରୁ ଦୁରେଇ ଯାଉଥିବା ବେଳେ ଅଞ୍ଚଳର ବିକାଶ ପାଇଁ ବିଜେପିରେ ସାମିଲ ହୋଇଥିବା କହିଛନ୍ତି ପୁର୍ବତନ ଜିଲ୍ଲା ବିଜେଡ଼ି ସଭାପତି ଏସ୍ ଲିଙ୍ଗରାଜ୍ । କାଶୀନଗର ବ୍ଲକ ଉପଧାକ୍ଷା ଏସ କଲ୍ଯାଣୀ , ବରିଷ୍ଠ ବିଜେଡ଼ି ନେତା ସି ଏଚ ଲୋକନାଥ , ସରପଞ୍ଚ କଳ୍ପନା ପ୍ରଧାନ , ସରପଞ୍ଚ ଜି ଭୀମଳାବତି , ପୂର୍ବତନ ସମିତି ସଭ୍ୟ ଲକ୍ଷ୍ମଣ ରାଓ , ପୂର୍ବତନ ସରପଞ୍ଚ ଶିଶିର ପ୍ରଧାନଙ୍କ ସମେତ ଶତାଧିକ ବିଜେଡ଼ି ଓ କଂଗ୍ରେସ କର୍ମୀ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେପି ଜିଲ୍ଲା ସଭାପତି ନବ କିଶୋର ଶବର , ସି ଏଚ ସୀମାଦ୍ରି , ପ୍ରଶାନ୍ତ ମଲିକଙ୍କ ସମେତ ବିଜେପି ର ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।