ଆଖଣ୍ଡଳ ମଣି ଗୌଡ଼ ରାଜ୍ୟ ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ
ଗଜପତି,୨୧.୩(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲାର ଯୁବ ନେତା ଶ୍ରୀ ଆଖଣ୍ଡଳ ମଣି ଗୌଡ଼ ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯୟକାରିଣୀ ସଦସ୍ୟ ଭାବେ ମନୋନୀତ ହଇଛନ୍ତି ଓଡ଼ିଶା ରେ ସଂଗଠନ କୁ ଆହୁରି ସଦୃଢ଼, ଶକ୍ତିଶାଳୀ, ସକ୍ରିୟ ଓ ବିସ୍କୃତ କରିବାର ଲକ୍ଷ୍ୟରେ ଏହି ଦାୟିତ୍ଵ ପ୍ରଦାନ କରାଯାଇଛି l ଏହି ନିଷ୍ପତି ଯୁବଶକ୍ତି କୁ ଏକ ନୂତନ ଦିଗ ଦେବା ସହିତ ଦଳୀୟ ସଂଗଠନ କୁ ଗ୍ରାମାନ୍ତ୍ରର ରେ ଆହୁରି ମଜବୁତ୍ କରିବାରେ ସହାୟକ ହେବ ବୋଲି ମନେ କରାଯାଉଛି l ଶ୍ରି ଆଖଣ୍ଡଳ ମଣି ଗୌଡ଼ ଜଣେ ଯୁବ ସଂଗ୍ରାମୀ , ଦୃଢ଼ ସଙ୍କଳ୍ପି ଓ ସକ୍ରିୟ ସଙ୍ଗଠକ ଭାବେ ପରିଚିତ l ସେ ପୂର୍ବରୁ ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟରତଥିଲେ l ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହ ଜଡ଼ିତ ରହିବା ସହ ବିଭିନ୍ନ ସାମାଜିକ ଓ ଛାତ୍ର ଆନ୍ଦୋଳନ ରେ ନେତୃତ୍ଵ ନେଇ ନିଜ ସାଙ୍ଗୋଠୋନିକ ଦକ୍ଷତା ର ପ୍ରମାଣ ଦେଇଛନ୍ତି l ସେ ନିଜର ଶିଷ୍ଟାଚାର , ଦଳପ୍ରତି ନିଷ୍ଠା ଓ ଯୁବକ ମାନଙ୍କୁ ସଂଗଠିତ କରିବାର କ୍ଷମତା ପାଇଁ ଜଣାଶୁଣା l ତାଙ୍କ ନେତୃତ୍ଵ ରେ ଗଜପତି ଜିଲ୍ଲାରେ ବିଜେପି ଯୁବମୋର୍ଚ୍ଚା ର ବିଭିନ୍ନ କାର୍ଯ୍ୟକ୍ରମ , ସଙ୍ଗଠୋନ ବିସ୍ତାର , ଯୁବ ସଚେତନତା , ଓ ସାମାଜିକ କାର୍ଯ୍ୟକ୍ରମ ରେ ଦୃଶ୍ୟମାନ ସଫଳତା ମିଳିଥିଲା l ମାତ୍ର 28 ବର୍ଷ ବୟସରେ ଗଜପତି ଜିଲ୍ଲା ର ନୂଆଗଡ ବ୍ଲକ ରୁ ଉଠି ରାଜ୍ୟ ସ୍ତରରେ ନେତୃତ୍ୱ ନେଉଥିବା ରୁ ଆମପାଇଁ ଗର୍ବ ର ବିଷୟ ଯାହା ଯୁବ ସମାଜ ପାଇଁ ଏକ ନୂତନ ପ୍ରେରଣା ରୂପେ କାମ କରିବ l ଗଜପତି ଜିଲ୍ଲା ର ଜଣେ ଦକ୍ଷ ଛାତ୍ର ନେତା ଶ୍ରୀ ଆଖଣ୍ଡଳମଣି ଗୌଡ ଙ୍କୁ ରାଜ୍ୟ ଯୁବମୋର୍ଚ୍ଚା ସୋଭାପତି ଙ୍କ ଘଷୋଣା କ୍ରମେ ବିଜେପି ଯୁବ ମୋର୍ଚ୍ଚା ଓଡ଼ିଶା ପ୍ରଦେଶ ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଦାୟିତ୍ଵ ପ୍ରଦାନ ହେଇଥିବାରୁ ଗଜପତି ଜିଲ୍ଲା ଭଜପା ଜିଲ୍ଲା ସଭାପତି ଶ୍ରୀ ନବକିଶୋର ଶବର, ବିଧାୟକ ପାର୍ଥୀ ଶ୍ରୀ ପ୍ରଶାନ୍ତ ମଲ୍ଲିକ , ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଅମ୍ବିକା ପ୍ରସାଦ ଘଡ଼େଇ ଏଵଂ ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ତାଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଜଣାଇଛନ୍ତି l ଏହା ଦଳୀୟ ସଙ୍ଗଠୋନ ପାଇଁ ଏକ ଗୌରବମୟ ମୁହୂର୍ତ୍ତ l ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସୋଭପତି ଶ୍ରୀ ମନମୋହନ ସାମଲ,BJYM ରାଜ୍ୟ ଶୋଭାପତି ଶ୍ରୀ ଅଭିଳାଷ ପଣ୍ଡା , ସାଂସଦ ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ , ଜିଲ୍ଲା ସଭାପତି ଶ୍ରୀ ନବକିଶୋର ଶବର, ଭାଜପା ବିଧାୟକ ପର୍ଥି ଶ୍ରୀ ପ୍ରଶାନ୍ତ ମଲିକ୍ , ଭାଜପା ପୂର୍ବତନ ବିଧାୟକ ଶ୍ରୀ k.ନାରାୟଣ ରାଓ, ଜିଲ୍ଲା ସାଧାରଣ ସମ୍ପାଦକ ଅମ୍ବିକା ପ୍ରସାଦ ଘଡ଼େଇ , ଜଗନ୍ନାଥ ଭାଇ , ପ୍ରଶାନ୍ତ ଭାଇ ଙ୍କୁ ଧନ୍ୟବାଦ ଜଣାଇଛନ୍ତି l
