କୁନ୍ଦୁଲୀ ଗୁରୁକୁଳ ଆଶ୍ରମର ବାର୍ଷିକୋତ୍ସବ।

କୁନ୍ଦୁଲୀ ଗୁରୁକୁଳ ଆଶ୍ରମର ବାର୍ଷିକୋତ୍ସବ।

କୁନ୍ଦୁଲୀ ଗୁରୁକୁଳ ଆଶ୍ରମର ବାର୍ଷିକୋତ୍ସବ।

ସେମିଳିଗୁଡା.ତାରିଖ ୨୧,୩,୨୦୨୬,ସେମିଳିଗୁଡା ବ୍ଳକ ଅନ୍ତର୍ଗତ କୁନ୍ଦୁଲୀସ୍ଥିତ ଆଦିମ ଗୁରୁକୁଳ ଆଶ୍ରମର ବାର୍ଷିକୋତ୍ସବ ଆରମ୍ଭ ହୋଇ ଯାଇଛି।ଏହି ଉସ୍ଚବରେ ସକାଳୁ ସକାଳୁ ବିଭିନ୍ନ ଗ୍ରାମରୁ ଶୁଭ କଳସ ଧରି ମହିଳାମାନେ ପହଞ୍ଚିଥିଲେ। ନିକଟସ୍ଥ ନଦୀରୁ ଜଳ ଆଣି ଏକ ବିରାଟ କଳସ ଯାତ୍ରା ଆଶ୍ରମରେ ପହଂଚି ଥିଲା। ଏହାପରେ ସନାତନ ଧର୍ମର ପ୍ରତୀକ ଆର୍ଯ୍ଯ ସମାଜର ଗୈରିକ ପତାକା ଉତ୍ତୋଳନ କରାଯାଇ ଥିଲା। ଆଶ୍ରମର ଯଜ୍ଞଶାଳାରେ ପଂଚକୁଣ୍ଡୀୟ ସର୍ବ ମଂଗଳ ଯଜ୍ଞର ଆୟୋଜନ କରାଯାଇଥିଲା। ଯଜ୍ଞ ପରେ ଧାର୍ମିକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ମୂଖ୍ଯ ଅତିଥି ଭାବରେ ସୁନାବେଡାର ପୌରାଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର କୁମାର ପାତ୍ର ଓ କୋରାପୁଟ ଡିଏସପି ହୃଷୀକେଶ ମେହେର ,ଓ ଅନ୍ଯାନ୍ଯ ଅତିଥିମାନେ ଆଶ୍ରମର କୁଳପତି ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ,ଅଧ୍ୟକ୍ଷ ଆନନ୍ଦ କୁମାର ପାଟୱାନିଆ, ଆଚାର୍ଯ୍ଯ ବିନୟ କୁମାର ବୈଦିକ, ଆମସେନା ଗୁରୁକୁଳ ଆଶ୍ରମର ଆଚାର୍ଯ୍ଯ କୁଂଜଦେବ ମନିଷୀ, ସୁନାବେଡା ରାଧାକୃଷ୍ଣ ମନ୍ଦିରର ପର୍ବତ ମହାରାଜ,ଯୋଗ ଦେଇଥିଲେ। ଅତିଥିମାନଙ୍କ ମଧ୍ଯରୁ କୁଂଜଦେବ, ରାଜେନ୍ଦ୍ର କୁମାର ପାତ୍ର,ଆଚାର୍ଯ୍ଯ ବିନୟ କୁମାର ବୈଦିକ, ହୃଷୀକେଶ ମେହେର,ପର୍ବତ ମହାରାଜ, ଶିକ୍ଷାବିତ ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ସମାାସେବୀ ସ୍ନିଗ୍ଧାରାଣୀ ମିଶ୍ର ନିଜ ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ।

ଗୁରୁକୁଳର ଅନ୍ତେବାସୀ ବିଦ୍ୟାର୍ଥୀମାନେ ତୃତୀୟ ନୟନ ଦୃଶ୍ଯ ଉପସ୍ଥାପନ ସହ ବେଦ ସଂପର୍କୀତ ନୃତ୍ଯ ସଂଗୀତ ପରିବେଷଣ କରିଥିଲେ। ଆଶ୍ରମର ଆଚାର୍ଯ୍ଯ ମନୁଦେବ ମଂଚ ପରିଚାଳନା କରିବାସହ ବିଭିନ୍ନ ଅତିଥିମାନଙ୍କୁ ସମ୍ମାନିତ କରିଥିଲେ।ସ୍ବାମୀ ବଲ୍ଲଭ ମୁନୀ ବାନପ୍ରସ୍ଥି ପରିଣତ ବୟସରେ ମଧ୍ଯ ସୁନ୍ଦର ଭଜନ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇ ଥିଲେ। ସଂଧ୍ଯାରେ ବିଭିନ୍ନ ଶାରୀରିକ କୌଶଳ ପ୍ରଦର୍ଶନ ସହ ବିଦ୍ୟାର୍ଥୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଅବିଭକ୍ତ କୋରାପୁଟ ଜିଲ୍ଲାର କୋଣ ଅନୁକୋଣ, ଓଡିଶାର ବିଭିନ୍ନ ସ୍ଥାନରୁ ସାଧୁସନ୍ଥ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଆଶ୍ରମର କୋଷାଧ୍ୟକ୍ଷ ଡକ୍ଟର ଜଳେନ୍ଦ୍ର କୁମାର ତ୍ରିପାଠୀ ପରିଚାଳନା କରିଥିଲେ।ଡକ୍ଟର ସୁରେନ୍ଦ୍ର କହଁର,ଓ ସମସ୍ତ ଆଚାର୍ଯ୍ଯ କାର୍ଯ୍ଯ ସଂପାଦନରେ ସହଯୋଗ କରିଥିଲେ।ବାର୍ଷିକୋତ୍ସବ ଦୁଇ ଦିନ ଧରି ଚାଲିବ।ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ଯବସ୍ଥା କରାଯାଇଛି।