ଗ୍ରୀଷ୍ମ ଦିନରେ ସ୍ଥାନୀୟ ଜଙ୍ଗଲ ପୋଡିକୁ ରୋକିବା ପାଇଁ ଖେଳ ପ୍ରତିଯୋଗିତା ମାଧ୍ୟମରେ ଯୁବକ ମାନଙ୍କୁ ସଚେତନତା।

ଗ୍ରୀଷ୍ମ ଦିନରେ ସ୍ଥାନୀୟ ଜଙ୍ଗଲ ପୋଡିକୁ ରୋକିବା ପାଇଁ ଖେଳ ପ୍ରତିଯୋଗିତା ମାଧ୍ୟମରେ ଯୁବକ ମାନଙ୍କୁ ସଚେତନତା ।

ଗ୍ରୀଷ୍ମ ଦିନରେ ସ୍ଥାନୀୟ ଜଙ୍ଗଲ ପୋଡିକୁ ରୋକିବା ପାଇଁ ଖେଳ ପ୍ରତିଯୋଗିତା ମାଧ୍ୟମରେ ଯୁବକ ମାନଙ୍କୁ ସଚେତନତା

ଗଜପତି ତା 20/03/26(ମନୋଜ ପାଢ଼ୀ)-:ରିଖ ଶୁକ୍ରବାର ଦିନ ମହେନ୍ଦ୍ରଗଡ଼ ପଞ୍ଚାୟତର ସନ୍ଧିସାହି ଠାରେ ସ୍ଥାନୀୟ ଯୁବକ ମାନଙ୍କୁ ନେଇ ରାମଗିରି ବନାଞ୍ଚଳ ଅଧିକାରୀ ଶ୍ରୀ ପିୟୁଷ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମହେନ୍ଦ୍ରଗଡ଼ ଫରେଷ୍ଟର ଶ୍ରୀ ମୋଜେସ ଶବର ଓ ଫରେଷ୍ଟ ଗାର୍ଡ ଶ୍ରୀ ରମେଶ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | ଉଦଘାଟନୀ ଉତ୍ସବରେ ବିଶିଷ୍ଟ ସମାଜସେବୀ ଶ୍ରୀ ଜଗବନ୍ଧୁ ଦାସ ଓ ଜିଲ୍ଲା ପରିଷଦ ସଦସ୍ୟ ପ୍ରତିନିଧି ଶ୍ରୀ ସରୋଜ ବଡରଇତ, ଅବସରପ୍ରାପ୍ତ ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ,ରାମଗିରି ବନାଞ୍ଚଳ ଅଧିକାରୀ ଶ୍ରୀ ପିୟୁଷ ପଟ୍ଟନାୟକ ଓ ଛେଳିଗଡ଼ ଫରେଷ୍ଟର ଶ୍ରୀ ବିଭୀଷଣ ଭୂୟାଁ ଓ ତାଙ୍କ ସହକର୍ମୀ ଫରେଷ୍ଟ ଗାର୍ଡ ଉପସ୍ଥିତ ଥିଲେ |ବନାଞ୍ଚଳ ଅଧିକାରୀ ଶ୍ରୀ ପଟ୍ଟନାୟକ ଗ୍ରୀଷ୍ମ ଦିନରେ ଜଙ୍ଗଲରେ ଲାଗୁଥିବା ନିଆଁ କିଭଳି ଲାଗେ ଓ ଏହା କିଭଳି ନଲାଗି ପାରିବ ସେଥିପାଇଁ ପରାମର୍ଶ ଦେବା ସହ ଯଦି କାହାର ନିଆଁ ଲାଗିବା ଦୃଷ୍ଟିଗୋଚର ହୁଏ ତୁରନ୍ତ ଜଙ୍ଗଲ କର୍ମଚାରୀଙ୍କୁ ଜଣାଇବା ପାଇଁ ପରାମର୍ଶ ଦେଇଥିଲେ | ଅନ୍ୟତମ ଅତିଥି ଶ୍ରୀ ଜଗବନ୍ଧୁ ଦାସ ଜଙ୍ଗଲ ରହିଲେ ଜୀବ ଜଗତ ବଞ୍ଚିବ ବୋଲି ଯୁବ ସମାଜକୁ ବାର୍ତ୍ତା ଦେଇଥିଲେ | ଏ ଅବସରରେ ସ୍ଥାନୀୟ ଯୁବକ ମାନଙ୍କୁ ନେଇ ଆଠଟି ଦଳ ଯଥା ଖମାରିସାହି, ସୁଗାଡ଼, ଜି. ଭାଲିଆସାହି, ନୂଆଗାଁ, ମାଛଘରା, ନୁଆସାହି, ତୁବୁରୁବା ଓ ମହେନ୍ଦ୍ରଗଡ଼ ମଧ୍ୟରେ ଭଲିବଲ ପ୍ରତିଯୋଗିତା ହୋଇଥିଲା | ଶେଷରେ ଖମାରିସାହି ଦଳ ଓ ମହେନ୍ଦ୍ରଗଡ଼ ଦଳ ଫାଇନାଲରେ ପହଂଚି ଖମାରିସାହି ଦଳ ବିଜୟ ଲାଭ କରି ୱିନର୍ସ କପ ସହ ସାନ୍ତ୍ୱନା ମୂଳକ ପୁରସ୍କାର ରାଶି ସ୍ୱରୂପ 1500ଟଙ୍କା ଓ ମହେନ୍ଦ୍ରଗଡ଼ ଦଳ ରନର୍ସ କପ ସହ ସାନ୍ତ୍ୱନା ମୂଳକ ପୁରସ୍କାର ରାଶି ସ୍ୱରୂପ 1000ଟଙ୍କା ଉଦଯାପନୀ ଉତ୍ସବର ଅତିଥି ମହେନ୍ଦ୍ରଗଡ଼ ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରତିନିଧି ଶ୍ରୀ କୃପାସିନ୍ଧୁ ଗମାଙ୍ଗ ଓ ସମାଜସେବୀ ଶ୍ରୀ ପ୍ରକାଶ ଚନ୍ଦ୍ର ବଡରଇତଙ୍କ ଠାରୁ ଗ୍ରହଣ କରିଥିଲେ | ସନ୍ଧିସାହି ଗ୍ରାମ ସଭାପତି ଓ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ଶ୍ରୀ ଡମ୍ବୁରୁଦ୍ଧର ଦଳାଇ ମଂଚାସୀନ ଥିଲେ |

ଏହି ପ୍ରତିଯୋଗିତାରେ ରେଫରି ଭାବେ ଶ୍ରୀ ସୁବାସ ଚନ୍ଦ୍ର ସାହୁ,ସ୍କୋରର ଭାବେ ଶ୍ରୀ ଲବ ଦଳାଇ ଓ ଉଦଘୋଷକ ଭାବେ ଫରେଷ୍ଟ ଗାର୍ଡ ଶ୍ରୀ ରମେଶ ଚନ୍ଦ୍ର ନାୟକ କାର୍ଯ୍ୟ ନିର୍ବାହ କରିଥିଲେ | ବ୍ୟବସ୍ଥାପନାରେ ଶ୍ରୀ ସୋମନାଥ ପାଇକ, ଶ୍ରୀ ଲବ ଦଳାଇ ଓ ସନ୍ଧିସାହି ଗ୍ରାମବାସୀ ସହଯୋଗ କରିଥିଲେ |ଶେଷରେ ଶ୍ରୀ ରମେଶ ଚନ୍ଦ୍ର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ଏଭଳି ଏକ କାର୍ଯ୍ୟକ୍ରମ ପାଇଁ ଅଞ୍ଚଳବାସୀ ବନବିଭାଗ କର୍ମଚାରୀ ବୃନ୍ଦଙ୍କୁ ଭୁୟସୀ ପ୍ରଶଂସା କରିଥିଲେ |