୩୭୫ କିଲୋ ଗଞ୍ଜେଇ ଜବତ, ଜଣ ଗିରଫ ଓ ଦୁଇ ବ୍ୟକ୍ତି ଫେରାର ।ଆର,ଉଦୟଗିରି(ମନୋଜ କୁମାର ପାଢୀ) ଗଜପତି ଜିଲ୍ଲା ଆର,ଉଦୟଗିରି ଥାନା ଏସ ଆଇ ସନ୍ଦୀପ ହେମ୍ବ୍ରମ ଙ୍କ ସହ ଥାନା କର୍ମଚାରୀ ମାନଙ୍କ ସହ ରାତି ପେଟ୍ରଲିଂ ପାଇଁ ଯାଇଥିବା ସମୟରେ ସକାଳ ପ୍ରାୟ ସାଢେ଼ ପାଞ୍ଚ ଘଣ୍ଟା ସମୟରେ ଟିକାମାଳ ରାସ୍ତା ର ଶବର ପୋଲି ଛକରେ ଏକ ବୋଲର ଗାଡ଼ି କୁ ଅଟକାଇ ଥିଲେ ।ଗାଡ଼ି ନମ୍ୱର୍ ଓଡି ୧୧ୟୁ -୬୯୬୬ ପୁଣି ଏକ ନୀଳ ରଙ୍ଗର ଟି ଭି ଏସ ଆପାଚି ୧୬୦ ଗାଡ଼ି ନମ୍ୱର୍ ହେଉଚି ଓଡି ୨୦-୭୨୮୪ ସହ ବୋଲର ଗାଡ଼ି ରେ ପ୍ରାୟ ୩୭୫ କିଲୋ ଗଞ୍ଜେଇ ଥିବାର ଜଣା ପଡ଼ିଥିଲା ।ଗଞ୍ଜେଇ ସହ ଟିକାମାଳ ଗ୍ରାମ ର ରଞ୍ଜନ ପରିଛା ବୟସ (୩୪)ଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ବ୍ୟକ୍ତି ଘଟଣା ସ୍ଥଳ ରୁ ଚଂପଟ ମାରିଥିବା ଜଣାପଡୁଛି ।ତଦନ୍ତ ଅଧିକାରୀ ଶପ୍ନା ବେହେରା ,ଥାନା ଅଧିକାରୀ ପ୍ରମୋଦ କୁମାର ଖଣ୍ଡୁଆଲ ଏବଂ ତହସିଲଦାର ଜ୍ୟୋତିମୟ ଦାସ ସହ ଆର,ଉଦୟଗିରି ଥାନା ର କର୍ମ ଚାରି ମାନେ ଉପୋଷ୍ଟିତ ଥିଲେ ।ପୁଣି ଉପ ଆରକ୍ଷକ ଅଧିକାରୀ ଅମିତାଭ ପଣ୍ଡା କହିଛନ୍ତି ଯେ ଏହି ଗଞ୍ଜେଇ ର ମୂଲ୍ୟ ପ୍ରାୟ ୧୨ ଲକ୍ଷ୍ୟ ଟଙ୍କା ହେବ ବୋଲି ପ୍ରକାଶ କରିଛନ୍ତି ପୁଣି ଖୁବ୍ କମ୍ ସମୟ ମଧ୍ୟରେ ଯେଉ ଦୁଇ ଜଣ ବ୍ୟକ୍ତି ଘଟଣା ସ୍ଥଳ ରୁ ଫେରାର ଅଛନ୍ତି ସେମାନଙ୍କୁ ମଧ୍ୟ ଅରେଷ୍ଟ କରିବୁ ବୋଲି ପ୍ରକାଶ କରିଛନ୍ତି । ଅଭିଯୁକ୍ତ ରଞ୍ଜନ ପରିଛା ଙ୍କୁ କୋର୍ଟ ଚାଲାଣ କରାଯାଇଛି।ଏହାର ତଦନ୍ତ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି ।
Related Posts

ସରକାରୀ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ।
ସରକାରୀ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ । ଗଜପତି (୧୭/୭/୨୦୨୪ଗଜପତି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ…

କୁନ୍ଦୁଲି ହାଟରେ କଂଗ୍ରେସ ରାଲି କମ୍ଫିଲା l
କୁନ୍ଦୁଲି ହାଟରେ କଂଗ୍ରେସ ରାଲି କମ୍ଫିଲା l Koraput :ତାରିଖ 10.05.24 କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀର କୁନ୍ଦୁଲି ହାଟ କଂଗ୍ରେସ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର…

ବିଧାନସଭା ଓ ଏମପି ପାର୍ଲାମେଣ୍ଟରେ ମୋହନା ଅଞ୍ଚଳରେ ବିକାଶର କଥା ସ୍ୱର ଶୁଭୁନି l
ବିଧାନସଭା ଓ ଏମପି ପାର୍ଲାମେଣ୍ଟରେ ମୋହନା ଅଞ୍ଚଳରେ ବିକାଶର କଥା ସ୍ୱର ଶୁଭୁନି l ଆର,ଉଦୟଗିରି :6/12(ମନୋଜ କୁମାର ପାଢୀ )ଗଜପତି ଜିଲ୍ଲା ମୋହନା ବ୍ଲକ ହେଉଛି…