କନିଷ୍ଠ ଶିକ୍ଷକଙ୍କୁ ନିୟମିତ କଲେ ମୁଖ୍ୟମନ୍ତ୍ରୀ, ୧୩ ହଜାରରୁ ଅଧିକ ଶିକ୍ଷକ ଉପକୃତ

କନିଷ୍ଠ ଶିକ୍ଷକଙ୍କୁ ନିୟମିତ କଲେ ମୁଖ୍ୟମନ୍ତ୍ରୀ, ୧୩ ହଜାରରୁ ଅଧିକ ଶିକ୍ଷକ ଉପକୃତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ Mohan Charan Majhi ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିଛନ୍ତି। ୨୦୨୩-୨୪ ବର୍ଷରେ ନିଯୁକ୍ତି ପାଇଥିବା ଏହି ଶିକ୍ଷକମାନେ ଏହା ଦ୍ୱାରା ବଡ଼ ଲାଭ ପାଇବେ।ରାଜ୍ୟର ୧୩ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଏହି ନିଷ୍ପତ୍ତିରେ ଉପକୃତ ହୋଇଛନ୍ତି। ସେମାନଙ୍କୁ ଚାକିରୀରେ ଯୋଗଦାନ ସମୟ ଠାରୁ ନିୟମିତ ଧରାଯିବ।ତେବେ, ଯୋଗଦାନ ତାରିଖ ଠାରୁ ୨୦୨୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ସେମାନେ Notional Benefit ପାଇବେ। ୨୦୨୬ ଜାନୁଆରି ୧ ଠାରୁ ସେମାନେ ନିୟମିତ କର୍ମଚାରୀଙ୍କ ଦରମା ସହିତ ଅନ୍ୟାନ୍ୟ ସମସ୍ତ ସୁବିଧା ପାଇପାରିବେ।

ଏହି ନିଷ୍ପତ୍ତି ପୂର୍ବରୁ ଘୋଷିତ ହୋଇଥିବା ବେଳେ, ଆଜି ତାହାକୁ କାର୍ଯ୍ୟକରିତ କରାଯାଇଛି। ଏହା ପରେ ଶିକ୍ଷକ ମହଲରେ ଆନନ୍ଦର ଲହରୀ ଦେଖିବାକୁ ମିଳିଛି।