ହାଇଟେକ୍ ପ୍ଲାଜା ଠାରେ ଉଗାଦି ୨୦୨୬ କାର୍ଯ୍ୟକ୍ରମ ।

ହାଇଟେକ୍ ପ୍ଲାଜା ଠାରେ ଉଗାଦି ୨୦୨୬ କାର୍ଯ୍ୟକ୍ରମ ।

ହାଇଟେକ୍ ପ୍ଲାଜା ଠାରେ ଉଗାଦି ୨୦୨୬ କାର୍ଯ୍ୟକ୍ରମ ।

ଗଜପତି, ୧୯.୩(ମନୋଜ ପାଢ଼ୀ) – : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରାମନଗର ହାଇଟେକ୍ ପ୍ଲାଜା ପରିସର ରେ ରାଷ୍ଟ୍ରୀୟ ନବବର୍ଷ ତଥା ଉଗାଦି ଅବସରରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପାରଳା ବିଧାୟକ ଇଂ ରୁପେଶ ପାଣିଗ୍ରାହୀ , ହାଇଟେକ୍ ଗୃପ ଅଧକ୍ଷ ତିରୁପତି ପାଣିଗ୍ରାହୀ, ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏସ୍ ନାଗରାଜୁ , ପୁର୍ବତନ ବିଧାୟକ କେ ସୁରିୟା ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ରାଜ୍ୟ ଓ ରାଜ୍ୟ ବାହାର ରୁ ଆସିଥିବା କଳାକାର ମାନେ ଆସି ନିଜ କଳା ପ୍ରଦର୍ଶନ କରିଥିଲେ । ଏହି ଅବସରରେ ପୁର୍ବତନ ବିଧାୟକ ତଥା ପୂର୍ବତନ ସେନା ଅଧିକାରୀ କେ ସୁରିୟା ରାଓ ଙ୍କୁ ଜନପ୍ରିୟ ନେତା (ପିପୁଲସ ଲିଡର ) ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା, ଗୋଷାଣୀ ବ୍ଲକ ଅଧକ୍ଷ ଏନ୍ ବିରରାଜୁ , ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ ।