ଚବିଶ ପ୍ରହରୀ ନାମଯଜ୍ଞ ଉଦଯାପିତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ଅଦ୍ୟ ତା.୧୮-୦୩-୨୦୨୬ରିଖ ଚୈତ୍ର ଅମାବାସ୍ୟା ବୁଧବାର ଦିନ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ବକଟୀ ତଳିପଡା ଠାରେ ଚବିଶ ପ୍ରହରୀ ନାମଯଜ୍ଞ ଅଶ୍ୱିନୀ ବାଗ ଓ ଥବିର ମେଶୁଆଙ୍କ ପରିଚାଳନାରେ ଉଦଯାପିତ ହୋଇଯାଇଅଛି।ଏ ଅବସରରେ ଗୌନ୍ତିଆ ଶ୍ରୀଯୁକ୍ତ ସନ୍ତୋଷ ବେହେରା ଓ ଶ୍ରମତୀ ତପସ୍ବିନୀ ବେହେରା କର୍ତ୍ତା ଦାୟିତ୍ୱ ତୁଳାଇଥିଲେ।ଶ୍ରୀଯୁକ୍ତ ନେପାଳ ଶତପଥୀ ପୁରୋହିତ କାର୍ଯ୍ୟ ସମ୍ପାଦନ କରିଥିଲେ।ତା.୧୪-୦୩-୨୦୧୬ରିଖ ଶନିବାର ଦିନ କଳସ ଯାତ୍ରା କରି ତା.୧୫-୦୩-୨୦୧୬ରିଖ ରବିବାର ଦିନ ନାମାରମ୍ଭ କରାଯାଇଥିଲା ଓ ତା.୧୮-୦୩-୨୯୨୬ରିଖ ବୁଧବାର ଦିନ ପୂର୍ଣ୍ଣାହୂତି କରାଯାଇଥିଲା।
ଏହି ନାମଯଜ୍ଞରେ ଚୋର ଗ୍ରୀଣ୍ଡୋଲା ଓ କାଞ୍ଚନପୁର ସଂକୀର୍ତ୍ତନ୍ୟ ମଣ୍ଡଳୀ ଯୋଗ ଦେଇ ବକଟୀ ଗ୍ରାମକୁ ବୃନ୍ଦାବନ କରି ଦେଇଥିଲେ।ପରିଶେଷରେ ଗ୍ରାମବାସୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତଙ୍କ ପାଇଁ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଥିଲା।
