ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧର ପ୍ରଭାବ ଏବେ ଭାରତର ଔଷଧ ବଜାର ଉପରେ ପଡିବା ଆରମ୍ଭ କରିଛି। କଞ୍ଚାମାଲର ମୂଲ୍ୟ ବୃଦ୍ଧି ଯୋଗୁଁ ଜ୍ୱର ଏବଂ ଯନ୍ତ୍ରଣା ନିବାରକ ଠାରୁ ଆରମ୍ଭ କରି ସର୍ଜିକାଲ ଉପକରଣ ପର୍ଯ୍ୟନ୍ତ ସବୁକିଛିର ମୂଲ୍ୟ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧର ପ୍ରଭାବ ଏବେ ଭାରତର ଔଷଧ ବଜାର ଉପରେ ପଡିବା ଆରମ୍ଭ କରିଛି। କଞ୍ଚାମାଲର ମୂଲ୍ୟ ବୃଦ୍ଧି ଯୋଗୁଁ ଜ୍ୱର ଏବଂ ଯନ୍ତ୍ରଣା ନିବାରକ ଠାରୁ ଆରମ୍ଭ କରି ସର୍ଜିକାଲ ଉପକରଣ ପର୍ଯ୍ୟନ୍ତ ସବୁକିଛିର ମୂଲ୍ୟ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ବ୍ୟବସାୟୀମାନେ ଔଷଧ ଏବଂ ସର୍ଜିକାଲ ଉପକରଣର ମୂଲ୍ୟରେ ୨୦ ରୁ ୨୫ ପ୍ରତିଶତ ବୃଦ୍ଧି ପାଇବାର ପୂର୍ବାନୁମାନ କରିଛନ୍ତି, ଯାହା ଔଷଧ ବଜାରରେ ଆଲୋଡ଼ନ ସୃଷ୍ଟି କରିଛି। ଔଷଧ ନିର୍ମାତା ଏବଂ ରପ୍ତାନିକାରୀମାନେ କହିଛନ୍ତି ଯେ, ଔଷଧ ଉତ୍ପାଦନରେ ବ୍ୟବହୃତ ଅନେକ ଅତ୍ୟାବଶ୍ୟକ କଞ୍ଚାମାଲ, ଯେପରିକି ରାସାୟନିକ ଉପାଦାନ, ପ୍ଲାଷ୍ଟିକ୍ ଏବଂ ଆଲୁମିନିୟମର ମୂଲ୍ୟ ସମ୍ପ୍ରତି ବୃଦ୍ଧି ପାଇଛି। ଏହା ସିଧାସଳଖ ଔଷଧ କମ୍ପାନିଗୁଡ଼ିକର ଖର୍ଚ୍ଚକୁ ପ୍ରଭାବିତ କରୁଛି।ଔଷଧ ମୂଲ୍ୟକୁ ପ୍ରଭାବିତ କରିପାରେପ୍ଲାଷ୍ଟିକ୍ ଏବଂ ଆଲୁମିନିୟମ୍ ଟାବଲେଟ୍ ଏବଂ ସିରପ୍ ପ୍ରସ୍ତୁତିରେ ଏବଂ ପ୍ୟାକେଜିଂରେ ବହୁଳ ଭାବରେ ବ୍ୟବହୃତ ହୁଏ। ବୃଦ୍ଧି ପାଉଥିବା ମୂଲ୍ୟ କମ୍ପାନିଗୁଡ଼ିକର ଉତ୍ପାଦନ ଖର୍ଚ୍ଚ ବୃଦ୍ଧି କରୁଛି। ଯାହା ବର୍ତ୍ତମାନ ଔଷଧ ମୂଲ୍ୟକୁ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି କରିଛି। ଏକ ରିପୋର୍ଟ ଅନୁଯାୟୀ ସାଧାରଣତଃ ବ୍ୟବହୃତ ଔଷଧ ପାରାସିଟାମଲର କଞ୍ଚାମାଲ ମଧ୍ୟ ପ୍ରାୟ ୪୭% ବୃଦ୍ଧି ପାଇଛି। ଯନ୍ତ୍ରଣା ନିବାରକ ଡାଇକ୍ଲୋଫେନାକ୍ର କଞ୍ଚାମାଲ ୫୪% ଏବଂ ଡାଇକ୍ଲୋଫେନାକ୍ ପୋଟାସିୟମ୍ର କଞ୍ଚାମାଲ ୩୩% ବୃଦ୍ଧି ପାଇଛି। ଆଣ୍ଟିବାୟୋଟିକ୍ସର କଞ୍ଚାମାଲ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ଆମୋକ୍ସିସିଲିନ୍ ଟ୍ରାଇହାଇଡ୍ରେଟର କଞ୍ଚାମାଲ ମୂଲ୍ୟ ୪୫% ଏବଂ ସିପ୍ରୋଫ୍ଲୋକ୍ସାସିନ୍ର ଚ ମୂଲ୍ୟ ପ୍ରାୟ ୬୨% ବୃଦ୍ଧି ପାଇଛି।ଔଷଧ ବିକ୍ରେତାମାନେ କହିଛନ୍ତି,କଞ୍ଚାମାଲ ଏବଂ ପ୍ୟାକେଜିଂର ମୂଲ୍ୟ ବୃଦ୍ଧି ପାଇଥିବାରୁ ଔଷଧ ଏବଂ ସର୍ଜିକାଲ ଉପକରଣର ମୂଲ୍ୟ ବୃଦ୍ଧି ପାଇବାକୁ ଯାଉଛି। ଫଳସ୍ୱରୂପ, ଏହା ନୂତନ ଔଷଧ ପ୍ରସ୍ତୁତିରେ ପ୍ରତିଫଳିତ ହୋଇପାରେ। ଇତିମଧ୍ୟରେ କିଛି ଡିଲର ଔଷଧ ଏବଂ ସର୍ଜିକାଲ ଉପକରଣର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହା ହେବା ଉଚିତ୍ ନୁହେଁ। ପୁରୁଣା ଔଷଧ ଏବଂ ସର୍ଜିକାଲ ଉପକରଣର ମୂଲ୍ୟ କମ୍ ରହିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।
Iran war begins to affect India: ଭାରତକୁ ପ୍ରଭାବିତ କରିବା ଆରମ୍ଭ କଲା ଇରାନ ଯୁଦ୍ଧ! ଜ୍ୱର ଔଷଧଠାରୁ ଆରମ୍ଭ କରି ସର୍ଜିକାଲ ଉପକରଣ ହେବ ମହଙ୍ଗା
