*ଓଡ଼ିଶା ସାହିତ୍ୟ* *ଏକାଡେମୀ ,ଭୁବନେଶ୍ୱର* *ଦ୍ଵାରା* *ଓଡ଼ିଆ ଭାଷା* *ସାହିତ୍ୟ ଆଲୋଚନା* *ଚକ୍ର* । ଗଜପତି,୧୫.୩(ମନୋଜ ପାଢ଼ୀ):- ଏକାଡେମୀ ସହ ଉତ୍କଳ ହିତୈଷିଣୀ ସମାଜ ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହେଇଯାଇଛି। ମୁଖ୍ୟଅତିଥି ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏକ ଭିତ୍ତି ନିବନ୍ଧ ଉପସ୍ଥାପନା କରିଥିଲେ। ବିଶିଷ୍ଠ ଅତିଥି ପ୍ରଫେସର ଡ. ସଦାନନ୍ଦ ନାୟକ ମୁଖ୍ୟବକ୍ତା ଡ.କୁଳମଣିଓଝା ନିଜ ନିଜ ବକ୍ତବ୍ୟରେ କହିଥିଲେ ଯେ ପଦାବଳୀ ସାହିତ୍ୟର ଇତିହାସ ତଥା ପ୍ରମୁଖ ଆଦ୍ୟ ପୀଠ ଏଇ ପାରଳାଖେମୁଣ୍ଡିର ଅବଦାନ ଯୁଗେ ଯୁଗେ ରହିଛି ।
କବି ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ଗୀତିକବିତା ସହ ଅନ୍ୟାନ୍ୟ ପାରଳା ମାଟିର ତଥା ଓଡ଼ିଶାର ଅଦ୍ୱିତୀୟ ସାରସ୍ବତ ପ୍ରତିଭାଙ୍କୁ ମନ ପକାଇଥିଲେ ଡ.କଲ୍ୟାଣୀ ମିଶ୍ର, ଡ.ଚ଼ାରୁପ୍ରଭା ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ ନିଜନିଜ ବକ୍ତବାରେ ଓଡ଼ିଆ ଭାଷା ଓ ସାହିତ୍ୟ ସାଧନ କ୍ଷେତ୍ର ପାରଳାଖେମୁକ୍ତିର କାଳଜୟୀ ସାହିତିକଙ୍କୁ ମଧ୍ୟ ମନେ ପକାଇ ଥିଲେ। ପ୍ରଥମ ଅଧିବେଶନ ଓ ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମକୁ ସାହିତ୍ୟ ଏକାଡେମୀର ସହ ସଚ଼ିବ ସଞ୍ଜୟ କୁମାର ଛୁଆଳ ସିଂ ସ୍ୱାଗତ ସମ୍ଭାଷଣ ଓ ପରିଚାଳନା କରିଥିବା ବେଳେ ଅମୂଲ୍ୟ କୁମାର ପାଣିଗ୍ରାହୀ ସଂଯୋଜନା କରିଥିଲେ।
ଦ୍ଵିତୀୟ ଅଧିବେଶନ କବିତା ପାଠୋତ୍ସବରେ ସାହିତ୍ୟ ଏକାଡ଼େମୀର ପ୍ରାକ୍ତନ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତ। ଅଧ୍ୟକ୍ଷତା କରିଥିଲେ। ସ୍ଵର୍ଣ୍ଣପ୍ରଭା ପାଠୀ ଏବଂ ସ୍ନେହା ବେହେରାଙ୍କ ଦ୍ୱାରା ସମସ୍ତ କବିତା ସଂଯୋଜନା ହୋଇଥିଲା l ଡ. ବିପ୍ଳବ ରଞ୍ଜନ ପ୍ରଧାନ, ଅର୍ଜୁନ ଜେନା, ଆଶାଲତା ପାଣିଗ୍ରାହୀ, ଶରତ ସାହୁ,ତ୍ରିପତି ପ୍ରସାଦ ପଣ୍ଡା, ମୁରଲିଧର ପରିଚ୍ଛା, ବିଷ୍ଣୁ ପ୍ରସାଦ ପଣ୍ଡା, ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନ। କରିଥିଲେ।
