ଛାତ୍ର ବୃତ୍ତି ପାଇବାରୁ ବଞ୍ଚିତ ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ।

ଛାତ୍ର ବୃତ୍ତି ପାଇବାରୁ ବଞ୍ଚିତ ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ।

ଛାତ୍ର ବୃତ୍ତି ପାଇବାରୁ ବଞ୍ଚିତ ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ।

ଗଜପତି,୧୨.୩(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ରା ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ବି ଆର ଅମ୍ବେଦକର ଡିଗ୍ରୀ କଲେଜର ୩୦୦ରୁ ଉର୍ଦ୍ଧ ଛାତ୍ରୀ ଛାତ୍ର ଚଳିତ ବର୍ଷ ଛାତ୍ର ବୃତ୍ତି ପାଇବାରୁ ବଞ୍ଚିତ ପ୍ରତିବାଦରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଥିଲେ । ଗୋଟିଏ ବର୍ଷରୁ ଉର୍ଦ୍ଧ ହେଲାଣି ଆଦିବାସୀ ଛାତ୍ରଛାତ୍ରୀଙ୍କ ଷ୍ଚାଇପେଣ୍ଟ ଟଙ୍କା ମିଳି ନଥିବାରୁ ପାଠ ପଢ଼ାରେ ସମସ୍ୟା ସୃଷ୍ଟି ହୋଇଛି । ବାରମ୍ବାର ବିଭିନ୍ନ କ୍ଷେତ୍ରରେ ଗୁହାରି ପରେ କୌଣସି ସୁଫଳ ନପାଇ ଶେଷରେ ୧୦୦ କିମି ଦୁରରୁ ଜିଲ୍ଳାପାଳଙ୍କୁ ଗୁହାରି କରିବାକୁ ପହଁଞ୍ଚିଥିଲେ ଶତାଧିକ ଆଦିବାସୀ ଛାତ୍ରଛାତ୍ରୀ। ପ୍ରକାରେ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିବର୍ଷ ସରକାରଙ୍କ ପକ୍ଷରୁ ସେମାନଙ୍କ ପାଠପଢ଼ାରେ ସହାୟତା ନିମନ୍ତେ ଛାତ୍ର ବୃତ୍ତି ବାବଦକୁ ଅର୍ଥ ସେମାନଙ୍କ ଆକାଉଣ୍ଟକୁ ଆସେ ଯାହା ଦ୍ୱାରା ସେମାନଙ୍କର ପାଠପଢ଼ାର ଆବଶ୍ୟକତା ପୁରଣ କରିଥାନ୍ତି। କିନ୍ତୁ ଚଳିତ ବର୍ଷ ଆରମ୍ଭରୁ ସରକାରୀ ବିଜ୍ଞପ୍ତି ଅନୁଯାୟୀ ସମସ୍ତ ଛାତ୍ର ଛାତ୍ରୀ ସମସ୍ତ ଦସ୍ତାବିଜ ଦାଖଲ କରିଥିଲେ କୌଣସି କାରଣରୁ ଆବେଦନ ଅଗ୍ରାହ୍ୟ କରାଯାଇଛି ଫଳରେ ବର୍ତ୍ତମାନ ସୁଦ୍ଧା ସହାୟତା ରାଶି ପାଇପାରି ନାହାନ୍ତି।

କେଉଁଠି ନା କେଉଁଠି କଲେଜ କର୍ତ୍ତୃପକ୍ଷ ଓ ବିଭାଗର ସମନ୍ୱୟ ଅଭାବ ଏବଂ ନୁତନ ନିତି କାର୍ଯ୍ୟକାରୀ ଯୋଗୁଁ ଅବହେଳାର ଶିକାର ହୋଇଛନ୍ତି ଛାତ୍ରଛାତ୍ରୀ । ତେଣୁ ସହାୟତା ରାସୀ ନମିଳିବା ଦ୍ଵାରା ସେମାନଙ୍କ ପାଠ ପଢା ବ୍ୟାହତ ହେବାର ସମ୍ଭାବନା ରହିଛି। ତେଣୁ ଏହାର କାରଣ ବୁଝିବା ପାଇଁ ଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହୋଇଛନ୍ତି। ଆଗାମୀ ଦିନରେ ସରକାର ଏଥିପ୍ରତି ଦୃଷ୍ଟି ନଦିଅନ୍ତି ତାହେଲେ ଆନ୍ଦୋଳନ ବ୍ୟାପକ ହେବା ସହ ଆଗାମୀ ଦିନରେ ଛାତ୍ର ଛାତ୍ରୀ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ ।