ଗଜପତିରେ ପ୍ରଶାସନିକ ଅବହେଳା….. 76 ବୟସ୍କ ବୃଦ୍ଧା ଭତ୍ତା ନ ପାଇ ଦୁଃଖଦ ଜୀବନ ବିତାଉଛନ୍ତି ।
ଗଜପତି, 11/3(ମନୋଜ ପାଢ଼ୀ)ସରକାର ଗରୀବ ଅସହାୟ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ଧକ୍ୟ ଓ ବିଧବା ଭତା ସମେତ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କୁ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରି ମାସିକ ଭତ ପ୍ରଦାନ କରୁଥିବା ବେଳେ ଗଜପତିରେ ପ୍ରଶାସନିକ ଅଧିକାରୀ ଅବହେଳା ଓ ଜନ ପ୍ରତିନିଧୂମାନଙ୍କ ଅଣଦେଖା କାରଣରୁ ପ୍ରକୃତ ଯୋଗ୍ଯ ହିତାଧିକାରୀମାନେ ସରକାରଙ୍କ ଏହି ଯୋଜନା ଗୁଡିକରୁ ବଞ୍ଚିତ ହେଉଛନ୍ତି ।ଏହା ସହ ଦୟନୀୟ ସ୍ଥିତିରେ ଜୀବନ ବିତାଉଛନ୍ତି ଏଭଳି ଘଟଣା ଦେଖୂବକୁ ମିଳିଛି, ଗଜପତି ଜିଲ୍ଲା ମୋହନା ବ୍ଲକ ଢେପାଗୁଡା ପଞ୍ଚାୟତ ଅନ୍ଧାରୀ ବାରୀଗୁଡା ଗାଁରେ । ଗାଁର ଶାରି ମଲ୍ଲିକଙ୍କ ଦୁଃଖ କହିଲେ ନ ସରେ । ବୟସ ଏବେ ୭୬ ଟପିଲାଣି । ବୟସର ଅପରାହ୍ନରେ ଦୁଇ ପୁଅ ବୁଦ୍ଧା ମାଆଙ୍କୁ ପଚାରୁ ନାହାଁନ୍ତି । ଫଳରେ ଘର ବାରଣ୍ଡାରେ ଅତ୍ୟନ୍ତ ଦୁଃଖଦ ଜୀବନ ବିତାଉଛନ୍ତି ବୃଦ୍ଧା ଜଣକ। ତାଙ୍କର ଅଣ୍ଟା ନଇ ପଡ଼ିଲାଣି । ଆଖୁକୁ ମଧ୍ଯ ଭଲ ଦିଶୁନି ଚାଲିବା ପାଇଁ ବାଡି ହିଁ ସାହାରା ପାଲଟିଛି ।ବିଡମ୍ବନା ବିଷୟ ଯେ, ବୃଦ୍ଧାଙ୍କ ଏଭଳି ଅବସ୍ଥାରେ ବର୍ଷେ ହେଲା. ହେଲେ ବୃଦ୍ଧା ମାଆଙ୍କୁ ବିଧବା ଭତା ମିଳୁ ନାହିଁ । କୌଣସି କାରଣରୁ ବର୍ଷେ ହେଲା ଭତା ବନ୍ଦ ହୋଇଯାଇଥିବା ବେଳେ ତିନି ମାସ ହେଲା ରାସନ୍ ରାଉଳ ମଧ୍ୟ ବନ୍ଦ ହୋଇ ଯାଇଛି ।
ଗ୍ରାମ ଗ୍ରାମବାସୀ ଦୟାରେ ବୃଦ୍ଧାଙ୍କୁ ଯାହା ମୁଠେ ମିଳେ ସେତିକିରେ ଭରସା କରି ଘର ବାରଣ୍ଡାରେ ପଡି ରହିଛନ୍ତି I ତେବେ ସରକାରଙ୍କ ଏତେ ଯୋଜନା ଥାଇ ମଧ୍ଯ ସେହି ସବୁ ଯୋଜନା କାହା ପାଇଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ବୃଦ୍ଧାଙ୍କ ଏଭଳି ସ୍ଥିତିରେ ନା ପଂଚାୟତ ପ୍ରତିନିଧ୍ ଏହି ବୃଦ୍ଧା ମାଆଙ୍କ ଦୁଃଖ ବୁଝୁଛନ୍ତି ନା ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେଉଛନ୍ତି । ପରିଣତ ବୟସରେ ବୃଦ୍ଧା ମାଆ ଆଗକୁ କିଭଳି ବାକି ଜୀବନ ଭଲରେ ଅତିବାହିତ କରିବେ, ସେଥିପାଇଁ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସରକାରଙ୍କ ଯୋଜନାରେ ଅନ୍ତର୍ଭୁକ୍ତ କରି ରାସନ୍ ରାଉଳ ସହ ମାସିକ ଭତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
