ମିନିଗାଁଗୁଡା ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ପ୍ରଶାସନର ଦ୍ୱାରସ୍ଥ ହେଲେ କିଶାନ ମଜଦୁର ସଭା କମିଟି ।

ମିନିଗାଁଗୁଡା ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ପ୍ରଶାସନର ଦ୍ୱାରସ୍ଥ ହେଲେ କିଶାନ ମଜଦୁର ସଭା କମିଟି ।

ମିନିଗାଁଗୁଡା ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ପ୍ରଶାସନର ଦ୍ୱାରସ୍ଥ ହେଲେ କିଶାନ ମଜଦୁର ସଭା କମିଟି ।

ଗଜପତି, 11/3(ମନୋଜ ପାଢ଼ୀ):-ଗଜପତି ଜିଲ୍ଲା କାଶୀନଗର ବ୍ଲକର କେ.ସୀତାପୁର ପଞ୍ଚାୟତ ଅନ୍ତର୍ଗତ ମିନିଗାଁଗୁଡା ଗାଁକୁ ରାସ୍ତା ନଥିବାରୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି. ବାରମ୍ବାର ଆନ୍ଦୋଳନ ଏବଂ ଅଭିଯୋଗ ପରେ ମଧ୍ୟ ଗ୍ରାମବାସୀଙ୍କ ସମସ୍ୟାକୁ ଗୁରୁତ୍ଵ ଦିଆଯାଉ ନଥିବାରୁ ଅଖିଳ ଭାରତ କିଶାନ୍ ମଜଦୁର ସଭା ଜିଲ୍ଲା କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ମୁନୀନ୍ଦ୍ର ହନନଗାଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିବା ସହ ରାସ୍ତା ସମସ୍ୟାର ସମାଧାନ ନିମନ୍ତେ ଅନୁରୋଧ କରିଛନ୍ତି । ଯଦି ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ଵ ନଦିଏ ପୁଣି ଥରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି । ପ୍ରାୟ ୬୦ ରୁ ଉର୍ଦ୍ଧ ପରିବାରର ୫୦୦ଉର୍ଦ୍ଧ ଜନବସତି ବିଶିଷ୍ଠ ଗ୍ରାମର ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ।

ବିଶେଷ କରି ଗ୍ରାମ ଠାରୁ ମୁଖ୍ୟ ସଡ଼କକୁ ମାତ୍ର ଦୁଇ କିଲୋମିଟର ରାସ୍ତା ନିର୍ମାଣ ହୋଇନଥିବାରୁ ଗ୍ରାମବାସୀଙ୍କୁ ଯାତାୟାତ ପାଇଁ ବହୁ ସମସ୍ୟାର ସମୁଖୀନ ହେଉଛନ୍ତି । ରୋଗୀଙ୍କୁ ଚିକିତ୍ସା ପାଇଁ ମେଡିକାଲ ଠାରୁ ଆରମ୍ଭ କରି ପିଲାମାନେ ପାଠପଢ଼ିବା ପାଇଁ ଯାତାୟାତର ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଛି । ବିଶେଷ କରି ବର୍ଷା ଋତୁରେ ଗ୍ରାମବାସୀଙ୍କ ନାହିଁନଥିବା ଅସୁବିଧାର ଭୋଗୁଛନ୍ତି । ଏହି ସମସ୍ୟାକୁ ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମ ଠାରୁ ଆରମ୍ଭ କରି ଗ୍ରାମବାସୀମାନଙ୍କ ଦ୍ବାରା ବହୁବାର ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ରାସ୍ତା ନିର୍ମାଣର କାର୍ଯ୍ୟ ହୋଇ ପାରିନାହିଁ । ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୧୦ କିଲୋମିଟର ଦୂରତାରେ ରହିଥିଲେ ମଧ୍ୟ ଦୀପ ତଳେ ଅନ୍ଧାର ସଦୃଶ୍ୟ ପାଲଟିଛି ବୋଲି କହିଛନ୍ତି ଗ୍ରାମବାସୀ। ଏହି ଦାବୀ ପତ୍ର ପ୍ରଦାନ ବେଳେ ଅଖିଳ ଭାରତ କିଶାନ ମଜଦୁର ସଭାର କେଦାର ଶବର, କେ.ସୀତାପୁର ସରପଞ୍ଚ କେ.ତେଜେଶ୍ବର ରାଓ ପ୍ରମୁଖଙ୍କ ସହ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।