ରାୟଗଡ ଓକିଲ ସଙ୍ଘ ର ସଭାପତି ପଦବୀ ପାଇଁବ ବିରଜା ଓ ବ୍ରଜ ସୁନ୍ଦର ଙ୍କ ମଧ୍ୟ୍ୟ ରେ ଲଢେଇ ହେବ
ରାୟଗଡ଼ (info media) : ଚଳିତ ମାସ ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାୟଗଡା ବାର ଆସୋସିଏସନ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇଉଠିଛି ରାୟ ଓକିଲ ସଙ୍ଘ | ଚଳିତ ନିର୍ବାଚନରେ ସାଧାରଣ ସଂପାଦକ ଭାବେ ରମେଶ ମେଶ ଚନ୍ଦ୍ର ପାଢୀ, ଉପ-ସଭାପତି ଭାବେ ସୁଶାନ୍ତ କୁମାର ଖୋସଲା, କୋଷାଧ୍ୟକ୍ଷ ଭାବେ ବିସ୍ମୟ ପଟନାୟକ ଏବଂ ସହ-ସଂପାଦକ ଭାବେ ଶୁଭକାନ୍ତ ବେହେରା ନିଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି I କିନ୍ତୁ ସଭାପତି ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଜଣାପଡିଛି l ସଭାପତି ଦୌଡ଼ରେ ବରିଷ୍ଠ ଆଇନଜୀବୀ ବ୍ରଜ ସୁନ୍ଦର ନାୟକ ଏବଂ ବିରଜା ପାତ୍ର ନାମାଙ୍କନ ପତ୍ର ଦାଖଲ କରିଛନ୍ତି I ଚଳିତ ମାସ ଅର୍ଥାତ ମାର୍ଚ୍ଚ ୨୮ ତାରିଖ ଦିନ କେବଳ ସଭାପତି ପଦକୁ ନେଇ ଦୁଇ ଓକିଲ ବ୍ରଜ ଓ ବିରଜା ନିର୍ବାଚନ ଅଧିକାର ଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ବ୍ରଜ ଓ ବୀରଜା ଙ୍କ ମଧ୍ୟରେ ସଭାପତି ପଦବୀ ନିମନ୍ତେ ଭୋଟିଂ ହେବ ବୋଲି ଜଣାପଡିଛି |
ବରିଷ୍ଠ ଓକିଲ ବ୍ରଜ ସୁନ୍ଦର ନାୟକ, ଓକିଲ ସଂଘର ର ସଭାପତି ଭାବେ ତିନି ଥର ଦାୟିତ୍ବ ତୁଲାଇଛନ୍ତି I ସେହିପରି ଆଇନଜୀବୀ ବିରଜା ପାତ୍ର ମଧ୍ଯ ସଭାପତି ପଦ ଥରେ ଦାୟିତ୍ବ ତୁଲାଇଥିଲେ l ଗତ ବର୍ଷ ମଧ୍ୟ୍ୟ ବୀରଜା ପାତ୍ର ସଭାପତି ପଦ ପାଇଁ ନିର୍ବାଚନ ଲଢ଼ି ଥିଲେ ଓ ଦେବୀ ପଟ୍ଟନାୟକ ଙ୍କ ଠାରୁ ପରାସ୍ତ ହୋଇଥିଲେ l ଏହି ବର୍ଷ କେବଳ ସଭାପତି ପଦ ଦୌଡରେ ୨ ଜଣ ଓକିଲ ଥିବା ବେଳେ କେବଳ ସଭାପତି ପଦକୁ ନେଇ ମାର୍ଚ୍ଚ ୨୮ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ନୁଷ୍ଠିତ ହେବ | ଏ ନେଇ ରାୟଗଡା ବାର ଆସୋସିଏସନ ପକ୍ଷରୁ ନିର୍ବାଚନକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
