ମହିଳା ସ୍ନାତକ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ଶିବିର ଉଦଯାପନ କାର୍ଯ୍ୟକ୍ରମ

ମହିଳା ସ୍ନାତକ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ଶିବିର ଉଦଯାପନ କାର୍ଯ୍ୟକ୍ରମ

ମହିଳା ସ୍ନାତକ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ଶିବିର ଉଦଯାପନ କାର୍ଯ୍ୟକ୍ରମ

ଗଜପତି,୧୧.୩(ମନୋଜ ପାଢ଼ୀ):-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ ୦୯ ଜାନୁଆରୀ ରୁ ୩୧ ଜାନୁଆରୀ ମଧ୍ୟରେ ଛାତ୍ରୀମାନଙ୍କର ଆତ୍ମସୁରକ୍ଷା ତାଲିମ ଶିବିର ଅଧ୍ୟକ୍ଷା ଡ଼ ରୀନା ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇସାରିଛି । ଆଜି ଏହାର ଉଦଯାପନୀ ଦିବସ ଉପଲକ୍ଷେ ପ୍ରାରମ୍ଭିକ ସୂଚନା ମଧୁସ୍ମିତା ପ୍ରଦାନ କରିଥିବା ବେଳେ, ଅଧ୍ୟକ୍ଷା ଡ଼ ରୀନା ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସୋସିଆଲ ମିଡିଆ ପ୍ରଭାବରେ ଆଜିକାଲି ଝିଅମାନେ ଆଧୁନିକତାକୁ ଆପଣେଇ ନେଇ ଏହାର ଦୁରୁପଯୋଗ କରୁଛନ୍ତି । ଫଳରେ ସେମାନେ ବିଭିନ୍ନ ଶାରୀରିକ ଶୋଷଣର ଶିକାର ହୋଇଛନ୍ତି । ଏଣୁ ଆତ୍ମ ସୁରକ୍ଷା ଏବଂ ଆତ୍ମ ଶୃଙ୍ଖଳା ଦ୍ବାରା ନିଜକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ଛାତ୍ରୀମାନଙ୍କ ନିମନ୍ତେ ଯେଉଁ ଉଚିତ ପଦକ୍ଷେପ ନେଇଛନ୍ତି ତାହା ସ୍ଵାଗତଯୋଗ୍ୟ । ଏହା ପରେ ଇଂରାଜୀ ଅଧ୍ୟାପିକା ବରଦା ଆଚାର୍ଯ୍ୟ ନିଜ ବକ୍ତବ୍ୟରେ କହିଥିଲେ ଯେ ଛାତ୍ରୀମାନଙ୍କର ମାନସିକ ଓ ଶାରୀରିକ ସ୍ତରରେ ସୁସ୍ଥ ରହିଲେ ନିଜ ଉପରେ ହେଉଥିବା ଆକ୍ରମଣକୁ ମଧ୍ୟ ମୁକାବିଲା କରିପାରିବେ ତେଣୁ ସମସ୍ତ ଛାତ୍ରୀ ଆତ୍ମରକ୍ଷା କୌଶଳ ଶିକ୍ଷା କରିବା ଅନିର୍ବାଯ୍ୟ ଅଟେ । ଏହା ସହ ଅନ୍ୟ ଅଧ୍ୟାପକ ଏବଂ ଅଧ୍ୟାପିକା ଯଥା ଡ଼ କଲ୍ୟାଣୀ ମିଶ୍ର, ମଧୁସ୍ମିତା ପ୍ରଧାନ, କୃଷ୍ଣଚନ୍ଦ୍ର ପଣ୍ଡିତ ଏବଂ ତ୍ରିଲୋଚନ ବାରିକ ସମେତ, ଛାତ୍ରୀମାନଙ୍କ ଭବିଷ୍ୟତ ଏବଂ ଆତ୍ମସୁରକ୍ଷା କୌଶଳର ଆବଶ୍ୟକତା ସମ୍ପର୍କରେ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଏସ୍. ମାଧୁରୀ ଦୀକ୍ଷିତ ଏବଂ କୁମାରୀ ପ୍ରିୟା ଶର୍ମା (ଗାନ୍ଧୀ ଫେଲୋ ପିରାମଲ ଫାଉଣ୍ଡେଶନ) ମୁଖ୍ୟ ପ୍ରଶିକ୍ଷକ ଭାବରେ କୌଶଳ ଶିକ୍ଷା ପ୍ରଦାନ କରିଥିଲେ ଏବଂ ଏଲ୍.ଦୁର୍ଯୋଧନ ଏହି ଶିବିରକୁ ତତ୍ତ୍ବାବଧାନ କରିଥିଲେ । ମହାବିଦ୍ୟାଳୟର ଅନ୍ୟ ସମସ୍ତ କର୍ମଚାରୀ ଗଣ କାର୍ଯ୍ୟକ୍ରମର ସଫଳତା ନିମନ୍ତେ ପୂର୍ଣ୍ଣ ସହଯୋଗ କରିଥିଲେ ।

ଏହି କାର୍ଯ୍ୟକ୍ରମ ସଙ୍ଗେ ସଙ୍ଗେ ଆଜି ଶାସ୍ତ୍ରୀୟ ଭାଷା ଦିବସ ଉପଲକ୍ଷେ ମଧ୍ୟ ମହାବିଦ୍ୟାଳୟ ପରିସରରେ ଅନ୍ୟ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ଅଧ୍ୟକ୍ଷା ଓ ସମସ୍ତ ଅଧ୍ୟାପିକା, ଅଧ୍ୟାପକ ମାନେ ଓଡିଆ ଭାଷା ସାହିତ୍ୟର କିପରି ପ୍ରସାର ଓ ସୁରକ୍ଷା କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ ।ତୃତୀୟ ଭାଗରେ ଭାରତ ସରକାରଙ୍କ ଦ୍ବାରା ପ୍ରେରିତ ଅଗ୍ନିବୀର ଯୋଜନା ଅନୁସାରେ ଭାରତୀୟ ପଦସେନା ଭାବରେ ଚାରିବର୍ଷ ପାଇଁ ନିଯୁକ୍ତି କ୍ଷେତ୍ରରେ ଛାତ୍ରୀମାନଙ୍କର ଆଗ୍ରହପୂର୍ଣ୍ଣ ଅଂଶଗ୍ରହଣ ଓ ଏହାର ମହତ୍ଵ ସମ୍ପର୍କରେ, ଭାରତୀୟ ସେନା ଆସି ନିଜ ବକ୍ତବ୍ୟ ମାଧ୍ୟମରେ ସେମାନଙ୍କୁ ଉତ୍ସାହିତ ଏବଂ ଆହ୍ୱାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମର ପରିଶେଷରେ ଧନ୍ୟବାଦ ଅର୍ପଣ କରାଯାଇଥିଲା ।