ନାରୀ ସଶକ୍ତି କରଣ ପାଇଁ ସମାଜର ସବୁ ବର୍ଗର ବ୍ୟକ୍ତିଙ୍କର ଅବଦାନ ରହିଛି ।
ଗଜପତି (୦୯.୦୩.’୨୬) ପ୍ରଗତି ମହିଳା ସଙ୍ଗଠନ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ଗଜପତି ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଗଜପତି ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇସାରିଛି। ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଏବଂ ଦୌରl ଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଗଜପତି ର ଅଧ୍ୟକ୍ଷ ଜଗଦିଶ ପ୍ରସାଦ ମହାନ୍ତି , ବିଶିଷ୍ଟ ଅତିଥି ରେଜିଷ୍ଟର ସିଭିଲ କୋର୍ଟ ପ୍ରସନ୍ନ କୁମାର ବେହେରା, ସିଭିଲ୍ ଜର୍ଜ ମହିଳା କୋର୍ଟ ରଶ୍ମିତା ସାହୁ, ଏସ୍ ଡି ଜେ ଏମ ବିଷ୍ଣୁ ପ୍ରିୟା ସାମନ୍ତରାୟ ଯୋଗ ଦେଇ ଆଇନ ଅନୁଯାୟୀ ନାରୀ ମାନଙ୍କ ସୁରକ୍ଷା ସହ ଅର୍ଥନୈତିକ, ସାମାଜିକ ,ପ୍ରଭୃତି ରେ ତାର ବିକାଶ ପାଇଁ ସର୍ବଦା ସବୁସମୟରେ ସଚେତନତା ସୃଷ୍ଟି କରିବା ଜରୁରୀ କହିଥିଲେ। ଅଧ୍ୟକ୍ଷ ଡାକ୍ତର ମୁର୍ମୁ, ମମତା ଜେନା, ସରସ୍ଵତୀ ନାୟକ, ଡ. ଭାରତୀ ପାଣିଗ୍ରାହୀ, ଇଁ ମଧୁସ୍ମିତା ଦାସ, ସମ୍ପାଦିକା ତନୁଜା ଶତପଥୀ, ସଭାପତି ଲୋକନାଥ ମିଶ୍ର, ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତା, ମଞ୍ଚାସୀନ ଥିଲେ । ଏହି ଅବସରରେ ବହୁମଖି ପ୍ରତିଭା ଧାରୀ ବର୍ଷୀୟାନ ମହିଳା କମଳିନୀ ପଟ୍ଟନାୟକଙ୍କୁ ଶ୍ରେଷ୍ଟ ବରଣ୍ୟ ନାରୀ ଭାବେ ମାନପତ୍ର ଓ ଉପଢ଼ୌକନ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ସ୍ଵାଗତ ସମ୍ଭାଷଣ ଶୁଭଶ୍ରୀ ଭୁକ୍ତା,ପରିଚୟ ପ୍ରଦାନ ସ୍ନେହା ବେହେରା ଏବଂ ପାୟଲ ପାତ୍ର ଧନ୍ୟ ବାଦ ଦେଇଥିଲେ।ବିଭିନ୍ୟ ପ୍ରତିଯୋଗିତା ର ପୁରସ୍କାର ପ୍ରଦାନ କରାଯାଇଥିଲା
